ବରମୁଣ୍ଡାରେ ଫୁଟିଲା ବୋମା

ଭୁବନେଶ୍ୱର : ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବିସ୍ଫୋରଣ । ଏହି ବୋମା ବିସ୍ଫୋରଣରେ ୩ଜଣ ଗୁରୁତର । ଏକ ହୋଟେଲ କର୍ମଚାରୀଙ୍କ ଉପରକୁ ଏହି ବୋମାମାଡ଼ ହୋଇଥିଲା I ଖାଦ୍ୟ ପରସା ଯିବାକୁ ନେଇ ବଚସା ହେବା ପରେ ଏହି ବୋମା ମାଡ଼ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରେ ଜୟ ଜଗନ୍ନାଥ ହୋଟେଲରେଏହି ବିସ୍ଫୋରଣ ଘଟିଛି । ଗତ ରାତିରେ ହୋଟେଲରେ ଜଣେ ଲୋକ ଓ ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳର ଯୁବକ […]

Samaya Live Picture
Published On

ଭୁବନେଶ୍ୱର : ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବିସ୍ଫୋରଣ । ଏହି ବୋମା ବିସ୍ଫୋରଣରେ ୩ଜଣ ଗୁରୁତର । ଏକ ହୋଟେଲ କର୍ମଚାରୀଙ୍କ ଉପରକୁ ଏହି ବୋମାମାଡ଼ ହୋଇଥିଲା I ଖାଦ୍ୟ ପରସା ଯିବାକୁ ନେଇ ବଚସା ହେବା ପରେ ଏହି ବୋମା ମାଡ଼ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରେ ଜୟ ଜଗନ୍ନାଥ ହୋଟେଲରେଏହି ବିସ୍ଫୋରଣ ଘଟିଛି । ଗତ ରାତିରେ ହୋଟେଲରେ ଜଣେ ଲୋକ ଓ ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳର ଯୁବକ ଜୟ ଜଗନ୍ନାଥ ହୋଟେଲକୁ ଯାଇଥିଲେ। ମାତ୍ର ଖାଇବା ଦରକୁ ନେଇ ସେମାନଙ୍କର ହୋଟେଲ କର୍ମଚାରୀଙ୍କ ସହ ବଚସା ହୋଇଥିଲା। ସେମାନେ ସେଠାରୁ ପଳାଇଥିବା ବେଳେ କିଛି ସମୟ ପରେ ପୁଣି ଥରେ ଫେରିଥିଲେ। ତା’ପରେ ହୋଟେଲ କର୍ମଚାରୀଙ୍କ ଉପରକୁ ବୋମାମାଡ଼ କରିଥିଲେ । ଏହି ବିସ୍ଫୋରଣରେ ହୋଟେଲର ୩ କର୍ମଚାରୀ ଆହତ ହୋଇଛନ୍ତି ।

ସେମାନଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଏହି ଘଟଣାରେ ୨ ଜଣ ସମ୍ପୃକ୍ତ ଥିବା ଜଣା ପଡିଛି I ବୋମାମାଡ଼ର ଦୃଶ୍ୟ ମଧ୍ୟ ସିସିଟିଭିରେ କଏଦ ହୋଇଛି। ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ୨ ଜଣକ ମଧ୍ୟରୁ ଜଣକୁ ଅଟକ ରଖି ପଚରାଉଚରା କରୁଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Tags: