ସମୁଦ୍ରରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ପୁରୀ : ଅସ୍ତରଙ୍ଗ ସମୁଦ୍ରରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ I ସେ ଗତକାଲି ସନ୍ଧ୍ୟାରୁ ଘରୁ ନିଖୋଜ ଥିଲେ I ଆଜି ଅସ୍ତରଙ୍ଗ ଥାନା ଗୁଣ୍ଡଳବା ସମୁଦ୍ର କୂଳରେ ଏକ ମୃତଦେହ ପଡିଥିବାର ସ୍ଥାନୀୟ ଲୋକ ଦେଖିଥିଲେ । ପରେ ସେମାନେ ଏହି ଖବର ପୋଲିସକୁ ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମୁଦ୍ରରୁ ମୃତଦେହକୁ ଉଦ୍ଧାର କରିଥିଲା I ମୃତ ବ୍ୟକ୍ତି ଜଣଙ୍କ ଆଇଁସଣିଆ ଗ୍ରାମର ରାଧୁ ସ୍ୱାଇଁ। ତାଙ୍କ ଦେହରେ ବିଭିନ୍ନ ସ୍ଥାନରେ […]

Samaya Live Picture
Published On

ପୁରୀ : ଅସ୍ତରଙ୍ଗ ସମୁଦ୍ରରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ I ସେ ଗତକାଲି ସନ୍ଧ୍ୟାରୁ ଘରୁ ନିଖୋଜ ଥିଲେ I ଆଜି ଅସ୍ତରଙ୍ଗ ଥାନା ଗୁଣ୍ଡଳବା ସମୁଦ୍ର କୂଳରେ ଏକ ମୃତଦେହ ପଡିଥିବାର ସ୍ଥାନୀୟ ଲୋକ ଦେଖିଥିଲେ । ପରେ ସେମାନେ ଏହି ଖବର ପୋଲିସକୁ ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମୁଦ୍ରରୁ ମୃତଦେହକୁ ଉଦ୍ଧାର କରିଥିଲା I ମୃତ ବ୍ୟକ୍ତି ଜଣଙ୍କ ଆଇଁସଣିଆ ଗ୍ରାମର ରାଧୁ ସ୍ୱାଇଁ। ତାଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ମଙ୍ଗଳବାର ସନ୍ଧ୍ୟାରୁ ରାଧୁ ସ୍ୱାଇଁ ନିଖୋଜ ଥିଲେ I ବିଳମ୍ବିତ ରାତି ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବାବେଳେ ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନାହିଁ I

Tags: