ପାୱାର ଚାନେଲରୁ ମିଳିଲା ବୁର୍ଲା ଭିସୁଟର ଛାତ୍ରୀଙ୍କ ମୃତଦେହ

ସମ୍ବଲପୁର : ପାୱାର ଚାନେଲ ରୁ ମିଳିଲା ନିଖୋଜ ବୁର୍ଲା ଭିସୁଟ ଛାତ୍ରୀଙ୍କ ମୃତଦେହ I ଦୀର୍ଘ ୧୨ ଘଣ୍ଟା ଧରି ଅଗ୍ନିଶମ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ମିଳିଲା ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତଦେହ। ଗତକାଲି ରାତି ୧୦ ଟାରେ ସେ ପାୱାର ଚାନେଲକୁ ଡେଇଁ ପଡ଼ିଥିଲେ I ଖବର ପାଇ ଗତକାଲି ବିଳମ୍ବିତ ରାତି ଯାଏ ଖୋଜାଖୋଜି କରିଥିଲା ଅଗ୍ନିଶମ ବାହିନୀ । ଆଜି ପୁଣି ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଆରମ୍ଭ […]

Samaya Live Picture
Published On

ସମ୍ବଲପୁର : ପାୱାର ଚାନେଲ ରୁ ମିଳିଲା ନିଖୋଜ ବୁର୍ଲା ଭିସୁଟ ଛାତ୍ରୀଙ୍କ ମୃତଦେହ I ଦୀର୍ଘ ୧୨ ଘଣ୍ଟା ଧରି ଅଗ୍ନିଶମ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ମିଳିଲା ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତଦେହ। ଗତକାଲି ରାତି ୧୦ ଟାରେ ସେ ପାୱାର ଚାନେଲକୁ ଡେଇଁ ପଡ଼ିଥିଲେ I ଖବର ପାଇ ଗତକାଲି ବିଳମ୍ବିତ ରାତି ଯାଏ ଖୋଜାଖୋଜି କରିଥିଲା ଅଗ୍ନିଶମ ବାହିନୀ । ଆଜି ପୁଣି ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଆରମ୍ଭ କରାଯାଇ ଟଙ୍କା ମୁତଦେହ ଉଦ୍ଧାର କରାଯାଇଛି I ମୃତ ପ୍ରିୟଦର୍ଶିନୀ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ସେ ଆଇଟି ବିଭାଗର ପାସ୍‌ ଆଉଟ୍‌ ଛାତ୍ରୀ ଥିଲେ ।

ସୂଚନାନୁସାରେ,ନିଖୋଜ ଛାତ୍ରୀଜଣକ ହେଲେ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ । ତାଙ୍କ ଘର କଳାହାଣ୍ଡି ଜିଲ୍ଲା । ଚିନ୍ମୟୀ ଭିସୁଟରେ ଆଇଟି ବିଭାଗରେ ଇଞ୍ଜିନିୟରିଂ କରୁଥିଲେ। ପାସ୍‌ ହେବା ପରେ ଗତକାଲି କଲେଜର ସମାବର୍ତ୍ତନ ଉତ୍ସବ ଥିଲା। ଏହି ଉତ୍ସବରେ ଯୋଗ ଦେଇ ଚିନ୍ମୟୀ ଅତିଥିଙ୍କଠାରୁ ସାର୍ଟିଫିକେଟ ବି ଗ୍ରହଣ କରିଥିଲେ।ଏହାପରେ ରାତିରେ ବସ ଯୋଗେ କଳାହାଣ୍ଡି ଫେରିଯିବାର ଥିଲା I ମାତ୍ର ତା’ପୂର୍ବରୁ ସେ ରାତି ୯ଟା ବେଳେ ଜଣେ ବନ୍ଧୁଙ୍କ ସହ ବାଇକ୍‌ ଯୋଗେ ବୁଲିବାକୁ ଆସିଥିଲେ ଚିନ୍ମୟୀ । ତେବେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହେବାରୁ ଚନମୟୀ ଟଙ୍କା ବନ୍ଧୁଙ୍କ ଆଗରେ ପାୱାର ଚାନେଲ କୁ ଡେଇଁ ପଡ଼ିଥିଲେ I ଘଟଣା ଜଣା ପଡିବା ପରେ ଚିନ୍ମୟୀଙ୍କ ପୁରୁଷ ବନ୍ଧୁଙ୍କୁ ବୁର୍ଲା ଥାନାକୁ ଡାକି ପଚରା ଉଚରା କରୁଛି ପୋଲିସ ।

Tags: