ପିଲା କଳିରୁ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ୩ ଗୁରୁତର

ହାଟଡିହି: ଝିମିଟି ଖେଳରୁ ମହାଭାରତ ପରି ପିଲା ଖେଳରୁ ଦୁଇ ପରିବାର ମଧ୍ୟରେ ଘଟିଯାଇଛି ରକ୍ତାକ୍ତ ସଂଘର୍ଷ I ତାସ ଖେଳରୁ ରକ୍ତାକ୍ତ ସଂଘର୍ଷ ଘଟି ୪ ଜଣ ଗୁରୁତର ହୋଇଛନ୍ତି I ଘଟଣ ଘଟିଛି କେଉଁଝର ଜିଲ୍ଲା ହାଟଡ଼ିହି ବ୍ଲକ ସୋସୋ ଥାନା ଅନ୍ତର୍ଗତ ସଢା ଗାଁରେ I ଗାଁରେ କିଛି ପିଲା ଏକତ୍ରିତ ହୋଇ ତାସ ଖେଳୁଥିଲେ I ଏହି ସମୟରେ ଦୁଇ ସାଙ୍ଗ ଶକ୍ତି ଓ ଧୀରେନ୍ଦ୍ରଙ୍କ ମଧ୍ୟରେ ବଚସା ହୋଇଥିଲା | […]

Samaya Live Picture
Published On

ହାଟଡିହି: ଝିମିଟି ଖେଳରୁ ମହାଭାରତ ପରି ପିଲା ଖେଳରୁ ଦୁଇ ପରିବାର ମଧ୍ୟରେ ଘଟିଯାଇଛି ରକ୍ତାକ୍ତ ସଂଘର୍ଷ I ତାସ ଖେଳରୁ ରକ୍ତାକ୍ତ ସଂଘର୍ଷ ଘଟି ୪ ଜଣ ଗୁରୁତର ହୋଇଛନ୍ତି I ଘଟଣ ଘଟିଛି କେଉଁଝର ଜିଲ୍ଲା ହାଟଡ଼ିହି ବ୍ଲକ ସୋସୋ ଥାନା ଅନ୍ତର୍ଗତ ସଢା ଗାଁରେ I

ଗାଁରେ କିଛି ପିଲା ଏକତ୍ରିତ ହୋଇ ତାସ ଖେଳୁଥିଲେ I ଏହି ସମୟରେ ଦୁଇ ସାଙ୍ଗ ଶକ୍ତି ଓ ଧୀରେନ୍ଦ୍ରଙ୍କ ମଧ୍ୟରେ ବଚସା ହୋଇଥିଲା | ଏଥିରେ ଉତକ୍ଷିପ୍ତ ହୋଇ ଧୀରେନ୍ଦ୍ର, ଶକ୍ତିକୁ ମାଡ ମାରି ଆହତ କରିଥିଲା I ଏତିକିବେଳେ ଶକ୍ତିଙ୍କ ମାମୁଁ ପୁଅ ଭାଇ ରିତେଶ, ଧୀରେନ୍ଦ୍ରକୁ ଏକ ଚାପୁଡ଼ା ମାରିଥିଲେ I ତେବେ ଏହି ଘଟଣାକୁ ନେଇ ପରଦିନ ଅର୍ଥାତ ଆଜି ସକାଳେ ଧୀରେନ୍ଦ୍ରଙ୍କ ପରିବାର ଲୋକ ସଂଘବଦ୍ଧ ଭାବେ ଶକ୍ତିଙ୍କ ପରିବାର ଉପରେ ଅଚାନକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ I ଏହି ଆକ୍ରମଣରେ ଶକ୍ତିଙ୍କ ମା, ଭଉଣୀ ଓ ପିଉସୀ ଗୁରୁତର ହୋଇ ଆନନ୍ଦପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି | ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି |

Tags: