ଫାଣ୍ଡି ସମ୍ମୁଖରେ ରକ୍ତପାତ
ନୀଳଗିରି: ପୋଲିସ ଫାଣ୍ଡି ସମ୍ମୁଖରେ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ । ବଡ଼ ବସାକୁ କେନ୍ଦ୍ର କରି ବାଲେଶ୍ୱର ଜିଲ୍ଲା ଇଶ୍ୱରପୁର ଫାଣ୍ଡି ସମ୍ମୁଖରେ ଦମ୍ପତ୍ତିଙ୍କୁ କିଛି ଦୁର୍ବୃତ ଠେଙ୍ଗା ଓ ଇଟାରେ ଆକ୍ରମଣ କରି ରକ୍ତାକ୍ତ କରିଦେଇଛନ୍ତି । ଦମ୍ପତିଙ୍କୁ ଗୁରୁତର ଅବସ୍ଥାରେ ଇଶ୍ୱରପୁର ମେଡିକାଲରେ ଭର୍ତି କରାଯାଇଛି୍ । ଏତଲା ପରେ ଇଶ୍ୱରପୁର ଫାଣ୍ଡି ଓ ନୀଳଗିରି ପୋଲିସ ମାମଲରା ତଦନ୍ତ ଚଳାଇଛନ୍ତି । ସୂଚନା ଅନୁସାରେ ଆଜି ସକାଳେ ବାହାବଳପୁର ଗାଁର ହରେକୃଷ୍ଣ ଧାଉଁଡିଆଙ୍କ […]
ନୀଳଗିରି: ପୋଲିସ ଫାଣ୍ଡି ସମ୍ମୁଖରେ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ । ବଡ଼ ବସାକୁ କେନ୍ଦ୍ର କରି ବାଲେଶ୍ୱର ଜିଲ୍ଲା ଇଶ୍ୱରପୁର ଫାଣ୍ଡି ସମ୍ମୁଖରେ ଦମ୍ପତ୍ତିଙ୍କୁ କିଛି ଦୁର୍ବୃତ ଠେଙ୍ଗା ଓ ଇଟାରେ ଆକ୍ରମଣ କରି ରକ୍ତାକ୍ତ କରିଦେଇଛନ୍ତି । ଦମ୍ପତିଙ୍କୁ ଗୁରୁତର ଅବସ୍ଥାରେ ଇଶ୍ୱରପୁର ମେଡିକାଲରେ ଭର୍ତି କରାଯାଇଛି୍ । ଏତଲା ପରେ ଇଶ୍ୱରପୁର ଫାଣ୍ଡି ଓ ନୀଳଗିରି ପୋଲିସ ମାମଲରା ତଦନ୍ତ ଚଳାଇଛନ୍ତି ।
ସୂଚନା ଅନୁସାରେ ଆଜି ସକାଳେ ବାହାବଳପୁର ଗାଁର ହରେକୃଷ୍ଣ ଧାଉଁଡିଆଙ୍କ ଜମିବାଡି ବିବାଦକୁ ନେଇ ପଡୋଶୀଙ୍କ ସହ ଝଗଡା ହୋଇଥିଲା । ଯାହାକୁ ବିରୋଧ କରିଥିଲେ ହରେକୃଷ୍ଣ। ଏହାକୁ ନେଇ ଉଭୟ ପରିବାର ଭିତରେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳ ଉଗ୍ର ରୂପ ଧାରଣ କରିବାରୁ ଈଶ୍ୱରପୁର ଫାଣ୍ଡିରେ ଅଭିଯୋଗ କରିବା ପାଇଁ ଯାଇଥିଲେ ହରେକୃଷ୍ଣ ଓ ତାଙ୍କ ସ୍ତ୍ରୀ। ଏତଲା ଦେଇ ଫେରିବା ବେଳେ ଫାଣ୍ଡି ସମ୍ମୁଖରେ ୧୦ରୁ ୧୫ ଜଣ ଦୁର୍ବୃତ ଦଂପତିଙ୍କୁ ଠେଙ୍ଗା ଓ ଇଟାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଖବର ପାଇ ଫାଣ୍ଡି ଅଧିକାରୀ ଦମ୍ପତିଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛନ୍ତି । ନୀଳଗିରି ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।




