ଧରା ପଡିଲେ ବ୍ଲାକମେଲ କୁଇନ

ଭୁବନେଶ୍ୱର : ବହୁ ବଡ଼ ବଡ଼ିଆଙ୍କୁ ବ୍ଲାକ୍‌ମେଲିଂ କରି ଧରାପଡ଼ିଲେ ମହିଳା I ବ୍ଲାକ୍‌ମେଲିଂ କୁ ପେସା କରି ସହଜ ରେ ଅର୍ଥ ରୋଜଗାର କରି ଅୟସ କରୁଥିଲେ I ତାଙ୍କ ବ୍ଲାକ୍‌ମେଲିଂ ତାଲିକାରେ ଥିଲେ ବହୁ ରାଜନେତା ଓ ଫିଲ୍ମ ପ୍ରଯୋଜକ I ପ୍ରଥମେ ଫୋନ ରେ ବାର୍ତାଳାପ କରି ସମ୍ପର୍କ ବଢା଼ଉ ଥିଲେ I ଏହାପରେ ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଗୁପ୍ତ ଭାବରେ ଫୋଟୋ ଓ ଭିଡିଓ ତିଆରି କରୁଥିଲେ I […]

Samaya Live Picture
Published On

ଭୁବନେଶ୍ୱର : ବହୁ ବଡ଼ ବଡ଼ିଆଙ୍କୁ ବ୍ଲାକ୍‌ମେଲିଂ କରି ଧରାପଡ଼ିଲେ ମହିଳା I ବ୍ଲାକ୍‌ମେଲିଂ କୁ ପେସା କରି ସହଜ ରେ ଅର୍ଥ ରୋଜଗାର କରି ଅୟସ କରୁଥିଲେ I ତାଙ୍କ ବ୍ଲାକ୍‌ମେଲିଂ ତାଲିକାରେ ଥିଲେ ବହୁ ରାଜନେତା ଓ ଫିଲ୍ମ ପ୍ରଯୋଜକ I ପ୍ରଥମେ ଫୋନ ରେ ବାର୍ତାଳାପ କରି ସମ୍ପର୍କ ବଢା଼ଉ ଥିଲେ I ଏହାପରେ ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଗୁପ୍ତ ଭାବରେ ଫୋଟୋ ଓ ଭିଡିଓ ତିଆରି କରୁଥିଲେ I ପରେ ଏହାକୁ ଦେଖାଇ ବ୍ଲାକ୍‌ମେଲିଂ କରି ହଡପ କରୁଥିଲେ ଟଙ୍କା I ଏମିତି ବ୍ଲାକ୍‌ମେଲିଂ କରୁଥିବା ଜଣେ ବିବାହିତା ମହିଳାଙ୍କୁ ଗିରଫ କରିଛି କମିଶନରେଟ୍‌ ପୁଲିସ୍‌ । ତାଙ୍କ ନାଁ ଅର୍ଚ୍ଚନା ନାୟକ । ସେ ଉଚ୍ଚ ଶିକ୍ଷିତା ହୋଇଥିବା ଜଣାପଡିଛି I ମହିଳାଙ୍କ ଘର ଭୁବନେଶ୍ବର ସତ୍ୟ ବିହାରର ଅଞ୍ଚଳରେ I ତାଙ୍କ ଠାରୁ ପୁଲିସ୍‌ ୨ଟି ପେନ୍‌ଡ୍ରାଇଭ୍‌ ଓ ୨ଟି ମୋବାଇଲ୍‌ ଜବତ କରିଛି । ସେ ପେନ୍‌ଡ୍ରାଇଭରେ ନେତା, ପୂର୍ବତନ ମନ୍ତ୍ରୀ, ବ୍ୟବସାୟୀ, ପୁଲିସ୍‌ ଓ ବିଲ୍ଡରଙ୍କ ବହୁ ଅଶ୍ଳୀଳ ଫଟୋ ଓ ଭିଡିଓ ଥିବା କମିଶନରେଟ୍‌ ପୁଲିସ୍‌ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଶୁକ୍ରବାର ଅର୍ଚ୍ଚନାଙ୍କୁ ମହିଳା ଥାନା କିମ୍ବା ଖଣ୍ଡଗିରି ଥାନା ପୁଲିସ୍‌ କୋର୍ଟ ଚାଲାଣ କରିବ ବୋଲି ଜଣାପଡ଼ିଛି ।

ସୂଚନାନୁସାରେ ନିକଟରେ ଜଣେ ଯୁବତୀ ଭିଡିଓ ଜାରି କରି ଅକ୍ଷୟ ପରିଜାଙ୍କ ନାଁରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଥିଲେ। ଯାହାର ଭିଡିଓ ଓ କିଛି ଫଟୋ ସାମ୍ନାକୁ ଆସିଥିଲା। ଅଭିଯୁକ୍ତ ପୀଡିତା ସେତେବେଳେ ଦାବି କରିଥିଲେ ଯେ ପ୍ରଯୋଜକ ତାଙ୍କୁ ଧମକ ଦେଇଥିଲେ। ଏବଂ ଯଦି ସେ ତାଙ୍କ ପରିବାର ଦ୍ୱାରା ସ୍ଥିର ହୋଇଥିବା ବ୍ୟକ୍ତିଙ୍କୁ ବିବାହ କରନ୍ତି ତେବେ ତାଙ୍କ ନଗ୍ନ ଚିତ୍ର ଭାଇରାଲ କରିଦେବେ। ପରେ ଯୁବତୀଙ୍କ ସହିତ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବାକୁ ଜିଦ୍ ଧରିଥିବା ପୀଡ଼ିତା ଅଭିଯୋଗ କରିଥିଲେ। ନିଜେ ଜଣେ ତଳ ଜାତିର ବୋଲି ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଯୁବତୀ ଜଣଙ୍କ ଦାବି କରିଥିଲେ। ତେଣୁ ତାଙ୍କୁ ଫିଲ୍ମରେ ସୁଯୋଗ ମିଳିବ ନାହିଁ ବୋଲି ପରିଜା ତାଙ୍କୁ କହିଥିବା ସେ କହିଥିଲେ

ଏହା ଜାଣିବା ପରେ ଅକ୍ଷୟ ପରିଜା ଏହି ଅଭିଯୋଗକୁ ଖଣ୍ଡନ କରି ଖଣ୍ଡଗିରି ଥାନାରେ ବ୍ଲାକମେଲିଂ ଅଭିଯୋଗ ଆଣିଥିଲେ। ଏତଲାକୁ ଆଧାର କରି ପୁଲିସ ଏହି ଘଟଣାର ତଦନ୍ତ କରିଥିଲା। ପୁଲିସ୍‌ ଠାରୁ ମିଳିଥିବା ସୂଚନା ମୁତାବକ, ଅର୍ଚ୍ଚନାଙ୍କ ସ୍ୱାମୀ ବ୍ୟବସାୟ କରନ୍ତି । ଅର୍ଚ୍ଚନା ନିଜକୁ ଓକିଲ ଓ ଜଣେ ପ୍ରତିଷ୍ଠିତ ରାଜନୈତିକ ଦଳର ସଦସ୍ୟା ବୋଲି ପରିଚୟ ଦେଉଥିଲେ । ନେତା, ମନ୍ତ୍ରୀ, ପ୍ରଯୋଜକ, ବ୍ୟବସାୟୀ ଓ ପୁଲିସ୍‌ଙ୍କୁ ଫେସ୍‌ବୁକ୍‌ରେ ଫ୍ରେଣ୍ଡ୍‌ ରିକ୍ୟୁଏଷ୍ଟ ପଠାଉଥିଲେ । ସୋସିଆଲ୍‌ ମିଡିଆରେ ବନ୍ଧୁ ହେଲା ପରେ ଫୋନ୍‌ ନମ୍ବର ମାଗି ଆଣି କଥା ହେଉଥିଲେ । ପ୍ରେମରେ ଯିଏ ଫସୁଥିଲା ଅର୍ଚ୍ଚନା ତାଙ୍କୁ ଘରକୁ ଡାକୁଥିଲେ । ଯେଉଁ ରୁମ୍‌ରେ ଅନ୍ତରଙ୍ଗ ମୁହୂର୍ତ୍ତ କଟୁଥିଲା ସେଠାରେ ଗୁପ୍ତ କ୍ୟାମେରା ଲାଗୁଥିଲା । ତା’ପରେ ସେହି ଫୁଟେଜ୍‌କୁ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ । ୨୦୨୧ରେ ଜଣେ ପୂର୍ବତନ ନେତା ତାଙ୍କ ବ୍ଲାକ୍‌ମେଲିଂର ଶିକାର ହୋଇଥିଲେ । ତାଙ୍କୁ ୫୦ ଲକ୍ଷ ଟଙ୍କା ମାଗିଥିଲେ । ସେ ଟଙ୍କା ନ ଦେବାରୁ ଅର୍ଚ୍ଚନା ମହିଳା ଥାନାରେ ବଳାତ୍କାର ଅଭିଯୋଗ ଆଣିଥିଲେ । ମହିଳା ଥାନା ପୁଲିସ୍‌ ମାମଲା ରୁଜୁ କରିଥିଲା । ତାଙ୍କୁ ପୁଲିସ୍‌ ଧାରା ୧୬୧ରେ ବୟାନ ରେକର୍ଡ କରିବାକୁ ଡାକିଥିଲା । ହେଲେ ସେ ଯିବାକୁ ମନା କରିଥିଲେ ।

ଅନ୍ୟପଟେ ୨୦୨୧ରୁ ଏ ପର୍ଯ୍ୟନ୍ତ ୩ ଟି ଏଭଳି ମାମଲା ତାଙ୍କ ନାମରେ ରହିଛି। ମହିଳାଙ୍କ ଏହି କଳା କାରନାମାରେ ତାଙ୍କ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ସହାୟତା କରୁଥିବା ପୁଲିସ ସନ୍ଦେହ କରୁଛି। ଏହି ଘଟଣାପରେ ମହିଳାଙ୍କ ସ୍ୱାମୀ ଫେରାର ହୋଇଯାଇଥିବାବେଳେ ଅର୍ଚନା ଙ୍କୁ ଗତକାଲି ରାତିରେ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି I

Tags: