ଶିମିଳିପାଳ ରୁ କଳା ମହାବଳ ବାଘଛାଲ ଜବତ,୪ ଗିରଫ
ବାରିପଦା : ଶିମିଳିପାଳରେ ପୁଣି କଳା ମହାବଳ ବାଘ ହତ୍ୟା । ୪ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ ଇ ତାଙ୍କ ନିକଟରୁ କଳାବାଘ ଚମଡାକୁ ଜବତ କରାଯିବା ସହ ବାଘ ନଖ ମଧ୍ୟ ଜବତ କରାଯାଇଛି । ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ(ଏସଟିଆର) ପ୍ରକଳ୍ପ ଅଧୀନ ଡୁକୁରା ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ ବଣିଆଦର ଓ ଦୁବଲାଖୁଣ୍ଟା ଅଞ୍ଚଳରୁ ପୃଥକ ଭାବେ ୨-୨ଜଣ ଶିକାରୀଙ୍କୁ […]
ବାରିପଦା : ଶିମିଳିପାଳରେ ପୁଣି କଳା ମହାବଳ ବାଘ ହତ୍ୟା । ୪ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ ଇ ତାଙ୍କ ନିକଟରୁ କଳାବାଘ ଚମଡାକୁ ଜବତ କରାଯିବା ସହ ବାଘ ନଖ ମଧ୍ୟ ଜବତ କରାଯାଇଛି । ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ(ଏସଟିଆର) ପ୍ରକଳ୍ପ ଅଧୀନ ଡୁକୁରା ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ ବଣିଆଦର ଓ ଦୁବଲାଖୁଣ୍ଟା ଅଞ୍ଚଳରୁ ପୃଥକ ଭାବେ ୨-୨ଜଣ ଶିକାରୀଙ୍କୁ ବନବିଭାଗ ପକ୍ଷରୁ ଗିରଫ କରାଯାଇଛି । ଗିରଫ ଶିକାରୀମାନେ ହେଉଛନ୍ତି ଅଜାମ୍ବର ନାୟକ, ପିତାମ୍ବର ନାୟକ, ରମା ନାୟକ, ବୈରାମ ମୁର୍ମୁ ।
ପୂର୍ବରୁ ବାଘ ନଖ ଓ ଦାନ୍ତ ଜବତ ସହିତ ୨ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ପୂର୍ବ ଅଧିକ ତଦନ୍ତ ପରେ ଏହି ସଫଳତା ମିଳିଛି । ତେବେ ଘଟଣାର ମାଷ୍ଟରମାଇଣ୍ଡ ଫେରାର ଥିବାରୁ ଘଟଣାର ତଦନ୍ତ ଜାରି ରଖିଛି ବନ ବିଭାଗ ।




