ବିଜେପି ନେତାଙ୍କୁ ଗୁଳିକରି ହତ୍ୟା

ମାଲକାନଗିରି :ନକ୍ସଲଙ୍କ ଟାର୍ଗେଟରେ ବିଜେପି ନେତା। ଗୋଟିଏ ସପ୍ତାହ ଭିତରେ ୨ ଜଣ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି ନକ୍ସଲ Iମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁରରେ ନକ୍ସଲମାନେ ପୁଣି ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ବିଜେପି ନେତା ତଥା ଟ୍ରେଡର୍ସ ସେଲର ସଂଘର ଉପାଧ୍ୟକ୍ଷ କୈଲାଶ ନାଗଙ୍କୁ ବୁଧବାର ସନ୍ଧ୍ୟାରେ କୋଟମେଟାରେ ନକ୍ସଲମାନେ ହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ ଜଙ୍ଗଲା ପୋଲିସ ଥାନା ଠାରୁ ପ୍ରାୟ ୧୨ କିଲୋମିଟର ଦୂରରେ ଥିବା […]

Samaya Live Picture
Published On

ମାଲକାନଗିରି :ନକ୍ସଲଙ୍କ ଟାର୍ଗେଟରେ ବିଜେପି ନେତା। ଗୋଟିଏ ସପ୍ତାହ ଭିତରେ ୨ ଜଣ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି ନକ୍ସଲ Iମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁରରେ ନକ୍ସଲମାନେ ପୁଣି ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ବିଜେପି ନେତା ତଥା ଟ୍ରେଡର୍ସ ସେଲର ସଂଘର ଉପାଧ୍ୟକ୍ଷ କୈଲାଶ ନାଗଙ୍କୁ ବୁଧବାର ସନ୍ଧ୍ୟାରେ କୋଟମେଟାରେ ନକ୍ସଲମାନେ ହତ୍ୟା କରିଛନ୍ତି।

ସୂଚନା ଅନୁଯାୟୀ ଜଙ୍ଗଲା ପୋଲିସ ଥାନା ଠାରୁ ପ୍ରାୟ ୧୨ କିଲୋମିଟର ଦୂରରେ ଥିବା କୋଟାମେଟ୍ଟାରେ କୈଲାଶ ନାଗଙ୍କ ଜେସିବି ଗାଡିରେ ପୋଖରୀ ଖୋଳା କାର୍ଯ୍ୟ ଚାଲିଥିଲା। ବୁଧବାର ମାଓବାଦୀମାନେ କୈଳାଶଙ୍କୁ ଉଠାଇ ନେଇଥିଲେ। ପରେ ତାଙ୍କୁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଥିଲା। ଠିକା କାମରେ ନିୟୋଜିତ ଜେସିବିକୁ ମଧ୍ୟ ଜାଳିଦେଇଥିଲେ। ଗତ ୧ବର୍ଷ ମଧ୍ୟରେ ନକ୍ସଲମାନେ ୮ ଜଣ ବିଜେପି ନେତାଙ୍କୁ ହତ୍ୟା କଲେଣି। ତେବେ ମାଓବାଦୀମାନେ କଣ ପାଇଁ କୈଳାଶଙ୍କୁ ହତ୍ୟା କଲେ, ସେ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନି। ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି। ଛଅ ଦିନ ମଧ୍ୟରେ ନକ୍ସଲମାନେ ଦ୍ୱିତୀୟ ଥର ପାଇଁ ଏଭଳି କାଣ୍ଡ ଭିଆଇଛନ୍ତି। ଗତ ଶୁକ୍ରବାର ତୋଏନା ଗାଁରେ ବିଜେପି ନେତା ତଥା ଜିଲ୍ଲା ସଦସ୍ୟ ତିରୁପତି କାଟଲାଙ୍କୁ ହତ୍ୟା କରିଥିଲେ ନକ୍ସଲ।

Tags: