ଦୁଷ୍କର୍ମକାରୀଙ୍କୁ ମୁକ୍ତ କରାଯିବା ରାୟ ପରେ ସୁପ୍ରିମକୋର୍ଟ ଗଲେ ବିଲକିସ ବାନୋ

ନୂଆଦିଲ୍ଲୀ : ସୁପ୍ରିମ କୋର୍ଟ ପହଁଚିଲେ ବିଲକିସ ବାନୋ I ୨୦୦୨ ଗୁଜୁରାଟ ଦଙ୍ଗାରେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ ସହିତ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା I ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ ରାୟ ବିରୋଧ ରେ ବିଲକିସ୍ ବାନୋ ସୁପ୍ରିମକୋର୍ଟ ଯାଇଛନ୍ତି। ସମୟ ଅବ୍ୟବହିତ ପୂର୍ବରୁ ଦୋଷୀଙ୍କୁ ମୁକ୍ତି ମିଳିବା ଆଦେଶକୁ ନେଇ ସୁପ୍ରିମ କୋର୍ଟରେ ଚାଲେଞ୍ଜ୍‌ କରି ୨ଟି ରିଟ୍‌ ପିଟିସନ୍‌ ଦାଏର କରିଛନ୍ତି। ପ୍ରଥମ […]

Samaya Live Picture
Published On

ନୂଆଦିଲ୍ଲୀ : ସୁପ୍ରିମ କୋର୍ଟ ପହଁଚିଲେ ବିଲକିସ ବାନୋ I ୨୦୦୨ ଗୁଜୁରାଟ ଦଙ୍ଗାରେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ ସହିତ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା I ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ ରାୟ ବିରୋଧ ରେ ବିଲକିସ୍ ବାନୋ ସୁପ୍ରିମକୋର୍ଟ ଯାଇଛନ୍ତି। ସମୟ ଅବ୍ୟବହିତ ପୂର୍ବରୁ ଦୋଷୀଙ୍କୁ ମୁକ୍ତି ମିଳିବା ଆଦେଶକୁ ନେଇ ସୁପ୍ରିମ କୋର୍ଟରେ ଚାଲେଞ୍ଜ୍‌ କରି ୨ଟି ରିଟ୍‌ ପିଟିସନ୍‌ ଦାଏର କରିଛନ୍ତି।

ପ୍ରଥମ ପିଟିସନରେ ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିବା ପାଇଁ ଚ୍ୟାଲେଞ୍ଜ କରାଯାଇଛି ଏବଂ ସମସ୍ତଙ୍କୁ ତୁରନ୍ତ ଜେଲକୁ ପଠାଇବାକୁ ଦାବି କରାଯାଇଛି। ଦ୍ୱିତୀୟ ଆବେଦନ ହେଉଛି ସୁପ୍ରିମକୋର୍ଟଙ୍କ ମେ ଆଦେଶରେ ଏକ ସମୀକ୍ଷା କରାଯାଉ । ଏହି ଆବେଦନରେ କୁହାଯାଇଛି ଯେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତିକୁ ପୁନର୍ବିଚାର କରିବା ଉଚିତ୍ ଯେଉଁଥିରେ କୁହାଯାଇଥିଲା ଯେ ଗୁଜରାଟ ସରକାର ଦୋଷୀମାନଙ୍କୁ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେବେ। ବିଲକିସ୍ କହିଛନ୍ତି ଯେ ଏଥିପାଇଁ ଉପଯୁକ୍ତ ସରକାର ହେଉଛି ମହାରାଷ୍ଟ୍ର ସରକାର। କାରଣ ମହାରାଷ୍ଟ୍ରରେ ଏହି ମାମଲାର ଶୁଣାଣି ଚାଲିଥିଲା। ତେଣୁ ଦୋଷୀଙ୍କ ମୁକ୍ତି ବିଷୟରେ ଗୁଜରାଟ ନୁହେଁ ମହାରାଷ୍ଟ୍ର ନିଷ୍ପତ୍ତି ଗ୍ରହଣ କରିବା ଉଚିତ I

ବିଲ କିସ ବାନୋ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଆଡ୍ରେସ୍‌ କରି ଏହି ଆବେଦନ କରିଛନ୍ତି Iତେବେ ଉଭୟପକ୍ଷଙ୍କ ଆବେଦନ ଶୁଣିବା ସେ ପରୀକ୍ଷା କରିବେ ବୋଲି ଜଷ୍ଟିସ୍‌ ଚନ୍ଦ୍ରତୂଡ଼ କରିଛନ୍ତି। ବିଲ୍‌କିସ୍‌ ବାନୋଙ୍କ ଓକିଲ ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ଆଗରେ ଘଟଣା କହିବା ପରେ ସେ କହିଛନ୍ତି, ଉକ୍ତ ପିଟିସନ୍‌ର ଶୁଣାଣି କରାଯିବ।

ଏହାପୂର୍ବରୁ ୧୧ଜଣ ଦୋଷୀଙ୍କ ମଧ୍ୟରୁ ଜଣେ ଦୋଷୀଙ୍କର ଆବେଦନ ଶୁଣାଣି କରି ପୂର୍ବରୁ ସୁପ୍ରିମ୍‌ କୋର୍ଟ କହିଥିଲେ ଯେ, ‘୧୯୯୧ ରେମିସନ୍‌ ପଲିସି’ ଅନୁଯାୟୀ ଗୁଜରାଟ ସରକାର ଦୋଷୀମାନଙ୍କୁ ମୁକ୍ତ କରିପାରିବେ। ଉପରୋକ୍ତ ରାୟକୁ ଭିତ୍ତି କରି ଗୁଜରାଟ ସରକାର ୧୧ଜଣ ଦୋଷୀଙ୍କୁ ମୁକ୍ତ ଚଳିତ ବର୍ଷ ଅଗଷ୍ଟ ୧୫ରେ ମୁକ୍ତ କରି କହିଥିଲେ କି, ଉତ୍ତମ ଆଚରଣ ଯୋଗୁଁ ସେମାନଙ୍କୁ ମୁକ୍ତ କରାଯାଇଛି। ସେମାନେ ୧୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଜେଲ୍‌ଦଣ୍ଡ ଭୋଗି ସାରିଛନ୍ତି।

ସୂଚନା ଅନୁଯାୟୀ, ୨୦୦୨ ମାର୍ଚ୍ଚ ୩ ତାରିଖରେ ଗଣଦୁଷ୍କର୍ମର ଶିକାର ହୋଇଥିବା ବିଲକିସ୍ ବାନୋ I ସେତେବେଳେ ସେ ୩ ମାସର ଗର୍ଭବତୀ ଥିଲେ । ଗୁଜରାଟର ଲିମଖେଡା ଅଞ୍ଚଳରେ ମବ୍ ଲିଞ୍ଚିଂରେ ବିଲକିସ୍ ବାନୋଙ୍କ ୩ ବର୍ଷର ଝିଅ ସମେତ ୧୪ ଜଣଙ୍କୁ ହତ୍ୟା କରାଯାଇଥିଲା । ଏହାପରେ ଗୁରୁତର ଅବସ୍ଥାରେ ବାନୋଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତେବେ ବିଲକିସ୍ ବାନୋଙ୍କୁ ଅଭିଯୁକ୍ତମାନେ ହତ୍ୟା ଧମକ ଦେବା ପରେ ମାମଲାକୁ ଗୁଜରାଟରୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ପରେ ଗତ ୨୦୦୮ ଜାନୁଆରୀ ୨୧ରେ ସ୍ବତନ୍ତ୍ର ସିବିଆଇ କୋର୍ଟ ୧୩ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ସେମାନଙ୍କ ମଧ୍ୟରୁ ୧୧ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ । ସେମାନଙ୍କୁ ଜେଲରୁ ମୁକ୍ତ କରାଯାଇଛି । ଗୁଜୁରାଟ ବିଧାନସଭା ନିର୍ବାଚନ ଠିକ୍ ପୂର୍ବରୁ ବିଲକିସ ଙ୍କ ତରଫରୁ ଆଜି ସୁପ୍ରିମକୋର୍ଟରେ ଏହି ଆବେଦନ କରାଯାଇଛି।

Tags: