ଭୁବନେଶ୍ୱର : +୨ ଛାତ୍ର ନିଖୋଜ ଘଟଣାର ନୂଆ ଟ୍ଵିଷ୍ଟ
ଭୁବନେଶ୍ୱର : ପଟିଆ ସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନ ର ଜଣେ +୨ ଛାତ୍ର ଶନିବାର ଠାରୁ ନିଖୋଜ ଥିଲେ I ଏହି ଘଟଣାର ଖୁଲାସା କରିଛନ୍ତି ଭୁବନେଶ୍ୱର ଜୋନ୍-୬ ଏସିପି I +୨ ଛାତ୍ର ହୃଦେଶ ପଣ୍ଡା ପ୍ରକୃତ ରେ ନିଖୋଜ ନ ଥିଲେ I ଉକ୍ତ ଛାତ୍ରଙ୍କର ଶିକ୍ଷାନୁଷ୍ଠାନ ରେ ୯୫ ହଜାର ଟଙ୍କା ବାକି ଥିବାରୁ ,ବାପା ମା’ଙ୍କ ସହିତ ମିଶି ଏହାକୁ ନାଟକୀୟ ରୂପ ଦେଇଥିଲେ I ଘଟନାନୁସାରେ ଛାତ୍ର ଜଣକ […]
ଭୁବନେଶ୍ୱର : ପଟିଆ ସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନ ର ଜଣେ +୨ ଛାତ୍ର ଶନିବାର ଠାରୁ ନିଖୋଜ ଥିଲେ I ଏହି ଘଟଣାର ଖୁଲାସା କରିଛନ୍ତି ଭୁବନେଶ୍ୱର ଜୋନ୍-୬ ଏସିପି I +୨ ଛାତ୍ର ହୃଦେଶ ପଣ୍ଡା ପ୍ରକୃତ ରେ ନିଖୋଜ ନ ଥିଲେ I ଉକ୍ତ ଛାତ୍ରଙ୍କର ଶିକ୍ଷାନୁଷ୍ଠାନ ରେ ୯୫ ହଜାର ଟଙ୍କା ବାକି ଥିବାରୁ ,ବାପା ମା’ଙ୍କ ସହିତ ମିଶି ଏହାକୁ ନାଟକୀୟ ରୂପ ଦେଇଥିଲେ I
ଘଟନାନୁସାରେ ଛାତ୍ର ଜଣକ ପଢ଼ୁଥିବା ଶିକ୍ଷାନୁଷ୍ଠାନ ରେ ୯୫ ହଜାର ବକେୟା ଥିଲା । ତେଣୁ କଲେଜ କର୍ତ୍ତୃପକ୍ଷ ବାରମ୍ବାର ଟଙ୍କା ମାଗି ବିଫଳ ହେବାରୁ ତାଙ୍କୁ ହଷ୍ଟେଲ ଛାଡିବାକୁ ନୋଟିସ ଦିଆଯାଇଥିଲା । ଛାତ୍ରଜଣଙ୍କ ସେଠାରୁ ପଳାଇ ଯାଇ ନିକଟସ୍ଥ ଏକ ହୋଟେଲ ସୁରଜ ପାଲେସରେ ରହୁଥିଲେ । ସେହିଦିନ ରାତିରେ ୧୦.୩୪ରେ ହୋଟେଲରୁ ରିସେପସନିଷ୍ଟ ତାଙ୍କ ପିତାଙ୍କ ସହ ଯୋଗାଯୋଗ କରିଥିଲେ । ତେବେ ପୁଅ ହୋଟେଲ ରେ ରହୁଥିବା ବାବଦରେ ପରିବାର ଲୋକେ ସବୁ ଜାଣିଥିଲେ ଏବଂ ବାପା ଏଟିଏମ ରେ ନିଜେ ଟଙ୍କା ଉଠାଇ ହୋଟେଲ ର ବିଲ ପେମେଣ୍ଟ ମଧ୍ୟ କରିଥିଲେ I ଏହା ପରଦିନ ବାପା ମା’ ଶିକ୍ଷାନୁଷ୍ଠାନକୁ ଯାଇ କର୍ତ୍ତୃପକ୍ଷଙ୍କ ସହ ପାଟିତୁଣ୍ଡ କରିଥିଲେ । ଏପରିକି କଲେଜରେ ରାଗିଂ କରାଯାଇ ତାଙ୍କ ପୁଅକୁ ହଷ୍ଟେଲରୁ ତଡ଼ି ଦିଆଯାଇଥିବା କଥା ବାପା ରାମକୃଷ୍ଣ ପଣ୍ଡା ପ୍ରଚାର କରିଥିଲେ। କଲେଜ ରୁ ଫେରି ପୁଅ ନିଖୋଜ ଥିବା ବିଷୟ ଥାନାରେ ଅଭିଯୋଗ କରିଥିଲେ।
ତେବେ ଛାତ୍ର ଜଣଙ୍କର ଯିବା ଆସିବା ସହ ହଷ୍ଟେଲରେ ରହିବା, ତାଙ୍କୁ ତାଙ୍କ ପରିବାର ଲୋକେ ଭେଟିବା ସମସ୍ତ ଘଟଣା ହୋଟେଲର ସିସିଟିଭିରେ ରେକର୍ଡ ହୋଇଛି । ଏହି ଘଟଣାର ଆଜି ପ୍ରେସମିଟ୍ କରି ସମସ୍ତ ସୂଚନା ଦେଇଛନ୍ତି ଭୁବନେଶ୍ୱର ଜୋନ୍-୬ ଏସିପି I ଏହା ପରେ ଛାତ୍ରଙ୍କ ବାପା ମା’କୁ ଏ ବାବଦରେ ଡାକି ପଚରାଉଚରା କରାଯିବ କହିଛନ୍ତି ଏସିପି।




