ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଇଡକୋ ଚିଫ୍ ଜେନେରାଲ ମ୍ୟାନେଜର
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଇଡକୋ ଚିଫ୍ ଜେନେରାଲ ମ୍ୟାନେଜର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋ ଚିଫ୍ ଜେନେରାଲ ମ୍ୟାନେଜର ସରୋଜକାନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ ଜାରି ରହିଛି । ଭୁବନେଶ୍ୱର, କଟକ ଓ ଯାଜପୁର ଜିଲ୍ଲା ଧର୍ମଶାଳାର ବ୍ରହ୍ମବରାଦରେ ଥିବା ପୈତୃକ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ମାରାଥନ ଚଢାଉ ଜାରି ରହିଛି। ଭୁବନେଶ୍ବର ଶୈଳଶ୍ରୀ ବିହାରରେ […]
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଇଡକୋ ଚିଫ୍ ଜେନେରାଲ ମ୍ୟାନେଜର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋ ଚିଫ୍ ଜେନେରାଲ ମ୍ୟାନେଜର ସରୋଜକାନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ ଜାରି ରହିଛି । ଭୁବନେଶ୍ୱର, କଟକ ଓ ଯାଜପୁର ଜିଲ୍ଲା ଧର୍ମଶାଳାର ବ୍ରହ୍ମବରାଦରେ ଥିବା ପୈତୃକ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ମାରାଥନ ଚଢାଉ ଜାରି ରହିଛି। ଭୁବନେଶ୍ବର ଶୈଳଶ୍ରୀ ବିହାରରେ ଥିବା ଥ୍ରୀ ବିଏଚକେ ଫ୍ଲାଟ, ବାରଙ୍ଗ ପାଟପୁରରେ ଥିବା ଥ୍ରୀ ବିଏଚକେ ଫ୍ଲାଟରେ ଚଢ଼ାଉ ଜାରି ରହିଛି ।
ସେହିପରି କଟକ ମହାନଦୀବିହାରରେ ଥିବା ୩ ମହଲା କୋଠା, ଜାରକାରେ ଥିବା ଦୁଇ ମହଲା କୋଠା ଓ ନୟାପଲ୍ଲୀ IRC ଭିଲେଜରେ ଥିବା ସମ୍ପର୍କୀୟଙ୍କ ଘର ସମେତ ଇଡକୋ ଅଫିସରେ ରେଡ୍ କରୁଛି ଭିଜିଲାନ୍ସ । ଚଢ଼ାଉରେ ୧୦ଜଣ ଡିଏସପି, ୬ ଇନସ୍ପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି।




