ଭରତପୁର ଥାନା ଘଟଣା, IIC ଙ୍କ ନାଁରେ ଅପରାଧିକ ମାମଲା ରୁଜୁ

ଭୁବନେଶ୍ୱର : ଭରତପୁର ଥାନା ପୋଲିସ ଏବଂ ମେଜର ବିବାଦ ଘଟଣା । ନିଲମ୍ବିତ IIC ଙ୍କ ନାଁରେ ଅପରାଧିକ ମାମଲା ରୁଜୁ । IIC ଦୀନକୃଷ୍ଣ ମିଶ୍ରଙ୍କ ସହ ଅନ୍ୟ ୪ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ । ଯୌନ ନିର୍ଯ୍ୟାତନା ଭଳି ସଂଗୀନ ଦଫାରେ ମାମଲା ରୁଜୁ ହୋଇଛି । କ୍ରାଇମବ୍ରାଞ୍ଚ କେଶ ନ-୧୧/୨୦୨୪ ରେ ମାମଲା ରୁଜୁ ହୋଇଛି । ଏହାସହ ଅଭିଯୁକ୍ତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ […]

Samaya Live Picture
Published On

ଭୁବନେଶ୍ୱର : ଭରତପୁର ଥାନା ପୋଲିସ ଏବଂ ମେଜର ବିବାଦ ଘଟଣା । ନିଲମ୍ବିତ IIC ଙ୍କ ନାଁରେ ଅପରାଧିକ ମାମଲା ରୁଜୁ । IIC ଦୀନକୃଷ୍ଣ ମିଶ୍ରଙ୍କ ସହ ଅନ୍ୟ ୪ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ । ଯୌନ ନିର୍ଯ୍ୟାତନା ଭଳି ସଂଗୀନ ଦଫାରେ ମାମଲା ରୁଜୁ ହୋଇଛି । କ୍ରାଇମବ୍ରାଞ୍ଚ କେଶ ନ-୧୧/୨୦୨୪ ରେ ମାମଲା ରୁଜୁ ହୋଇଛି । ଏହାସହ ଅଭିଯୁକ୍ତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସହ ଅନ୍ୟମାନଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଥିବା ସୂଚନା ମିଳିଛି । ମେଜର ଗୁରୁବଂଶ ସିଂଙ୍କ ଲିଖିତ ଏତଲା ଆଧାରରେ ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ୍ ।

ଘଟଣା ଦିନ ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କ ସହ କଣ ଘଟିଥିଲା, ପୁଲିସର ବ୍ୟବହାର କିଭଳି ରହିଥିଲା ଏସବୁର ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ ।

ସୂଚନା ଅନୁସାରେ, ଗତ ୧୫ ତାରିଖ ରାତିରେ ମେଜର ଗୁରୁବଂଶ ସିଂ ଏବଂ ତାଙ୍କ ବାନ୍ଧବୀ ପଥରଗାଡିଆ ରାସ୍ତାରେ ଯାଉଥିବା ସମୟରେ କିଛି ଯୁବକ ତାଙ୍କ ଗାଡି ଅଟକାଇ ଦୁର୍ବ୍ୟବହାର କରିଥିଲେ । ଏନେଇ ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ । ଏହି ସମୟରେ ଥାନା ଭିତରେ ଉଭୟଙ୍କୁ ଦୁର୍ବ୍ୟବହାର କରିବା ସହ ମାନସିକ ନିର୍ଯ୍ୟାତନା ଦିଆଯାଇଥିବା ନେଇ ଅଭିଯୋଗ କରିଥିଲେ । ଅଭିଯୋଗରେ ଗୋଟିଏ କାରର ରେଜିଷ୍ଟ୍ରେସନ ନମ୍ବର ବି ଉଲ୍ଲେଖ କରିଛନ୍ତି। ଏହାପରେ ଭରତପୁର ଥାନାକୁ ଯାଇ ଅଭିଯୋଗ କରିବାକୁ କହିବା ପରେ ତାଙ୍କ ସହ କଣ ଘଟିଥିଲା ପୁରା ଘଟଣା ବଖାଣିଛନ୍ତି। ଘଟଣା ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ନିବେଦନ କରିଛନ୍ତି ଗୁରୁବଂଶ। ଅଭିଯୋଗକୁ ଗ୍ରହଣ କରି ମାମଲା ରୁଜୁ କରି କ୍ରାଇମବ୍ରାଞ୍ଚ ତଦନ୍ତ ଜୋରଦାର କରିଛି।

ଅନ୍ୟପଟେ ଏହି ଘଟଣା ବର୍ତ୍ତମାନ ଯାଇ ଦିଲ୍ଲୀରେ ପହଁଚିଲାଣି । ଜାତୀୟ ମହିଳା କମିସନ୍ ଏହି ମାମଲାରେ ହସ୍ତକ୍ଷେପ କରି ରାଜ୍ୟ ପୁଲିସ ଠାରୁ ରିପୋର୍ଟ ତଲବ କରିଛନ୍ତି । ଅଙ୍କିତାଙ୍କ ବନ୍ଧୁ ମେଜର୍‌ ଗୁରୁବଂଶ ସିଂହ ଗୁରୁବାର କ୍ରାଇମ୍‌ବ୍ରାଞ୍ଚ୍‌ ଏଡିଜି ଅରୁଣ ବୋଥ୍ରାଙ୍କୁ ଭେଟି ‘ରୋଡ୍‌ ରୋମିଓ’ ଓ ଭରତପୁର କାଣ୍ଡ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି।

Tags: