ବାହାନଗା ରେଳ ଦୁର୍ଘଟଣା ,୭ କର୍ମଚାରୀ ନିଲମ୍ବିତ

ବାଲେଶ୍ୱର : କାର୍ଯ୍ୟରେ ଅବହେଳାଯୋଗୁଁ ନିଲମ୍ବିତ ହେଲେ ୭ ରେଳ କର୍ମଚାରୀ I ଗିରଫ ହୋଇଥିବା ୩ ଜଣଙ୍କ ସହିତ ୭ ଜଣଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି I ଏନେଇ ସୂଚନା ଦେଇଛନ୍ତି ଜିଏମ ଅନିଲ କୁମାର I ବାହାନଗା ରେଳଦୂର୍ଘଟଣାରେ ସିବିଆଇ ତଦନ୍ତରୁ ମାନବୀୟ ତ୍ରୁଟି ଜଣା ପଡ଼ିଥିଲା I ତଦନ୍ତ ପରେ ଦକ୍ଷିଣ-ପୂର୍ବ ରେଳ ସୁରକ୍ଷା କମିସନର ବିଶେଷ କରି ସିଗନାଲ, ବୈଷୟିକ ତ୍ରୁଟି ଓ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରାଯାଇଥିଲା । ବାହାନଗା […]

Samaya Live Picture
Published On

ବାଲେଶ୍ୱର : କାର୍ଯ୍ୟରେ ଅବହେଳାଯୋଗୁଁ ନିଲମ୍ବିତ ହେଲେ ୭ ରେଳ କର୍ମଚାରୀ I ଗିରଫ ହୋଇଥିବା ୩ ଜଣଙ୍କ ସହିତ ୭ ଜଣଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି I ଏନେଇ ସୂଚନା ଦେଇଛନ୍ତି ଜିଏମ ଅନିଲ କୁମାର I

ବାହାନଗା ରେଳଦୂର୍ଘଟଣାରେ ସିବିଆଇ ତଦନ୍ତରୁ ମାନବୀୟ ତ୍ରୁଟି ଜଣା ପଡ଼ିଥିଲା I ତଦନ୍ତ ପରେ ଦକ୍ଷିଣ-ପୂର୍ବ ରେଳ ସୁରକ୍ଷା କମିସନର ବିଶେଷ କରି ସିଗନାଲ, ବୈଷୟିକ ତ୍ରୁଟି ଓ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରାଯାଇଥିଲା ।

ବାହାନଗା ଟ୍ରେନ୍‌ ଦୁର୍ଘଟଣା ନେଇ ସିବିଆଇ ତଦନ୍ତ ଜାରି ରହିଛି। ଏହି କାରଣରୁ ଜୁଲାଇ ୯ ତାରିଖରେ ୩ ଜଣ ବରିଷ୍ଠ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା I ସିଗ୍ନାଲିଂ ସର୍କିଟ୍ ବଦଳାଯିବା ବେଳେ ବୈଷୟିକ ତ୍ରୁଟି ଯୋଗୁଁ ଇଣ୍ଟର୍ଲକିଂ ସିଷ୍ଟମ୍ ପ୍ରଭାବିତ ହୋଇଥିଲା ଓ ଏହି କାରଣରୁ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ସିଆର୍ଏସ୍ ରିପୋର୍ଟ ଦେଇଥିଲେ । ସେହି ରିପୋର୍ଟକୁ ଆଧାର କରି ଉକ୍ତ ଗିରଫଦାରୀ ହୋଇଥିବା କୁହାଯାଉଛି। ଗିରଫ ୩ ଜଣଙ୍କ ମଧ୍ୟରେ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାନ୍ ଓ ଟେକ୍ନିସିଆନ ପପୁ କୁମାରଙ୍କୁ ପୁଣି ଥରେ ରିମାଣ୍ଡରେ ନେଇଛି I

Tags: