ଧରାପଡିଲା ଠକ ତାନ୍ତ୍ରିକ

କଟକ : ପୋଲିସ ହାତରେ ଭଣ୍ଡ ତାନ୍ତ୍ରିକ କୈଫି ଖାଁ I ଜଣେ ବ୍ୟକ୍ତିଙ୍କ ଘର ପଛପଟେ ସୁନା ଇଟା ଥିବା କହି ଠକିଥିଲା ୫ ଲକ୍ଷ I ଏନେଇ ଥାନାରେ ମାମଲା ରୁଜୁ ହେବା ପରେ ଗତକାଲି କଟକରୁ ତାକୁ ଗିରଫ କରାଯାଇଛି । ଏହା ସହିତ ଠକ ତାନ୍ତ୍ରିକ ନିକଟରୁ ଦୁଇ ଦାମୀ କାର ସମେତ ବୁଲେଟ ଏବଂ ନଗଦ ଦୁଇ ଲକ୍ଷ ୭୬ ହଜାର ଟଙ୍କା ଓ ୭୦ଟି ମୋବାଇଲ ସମେତ ଅନେକ […]

Samaya Live Picture
Published On

କଟକ : ପୋଲିସ ହାତରେ ଭଣ୍ଡ ତାନ୍ତ୍ରିକ କୈଫି ଖାଁ I ଜଣେ ବ୍ୟକ୍ତିଙ୍କ ଘର ପଛପଟେ ସୁନା ଇଟା ଥିବା କହି ଠକିଥିଲା ୫ ଲକ୍ଷ I ଏନେଇ ଥାନାରେ ମାମଲା ରୁଜୁ ହେବା ପରେ ଗତକାଲି କଟକରୁ ତାକୁ ଗିରଫ କରାଯାଇଛି । ଏହା ସହିତ ଠକ ତାନ୍ତ୍ରିକ ନିକଟରୁ ଦୁଇ ଦାମୀ କାର ସମେତ ବୁଲେଟ ଏବଂ ନଗଦ ଦୁଇ ଲକ୍ଷ ୭୬ ହଜାର ଟଙ୍କା ଓ ୭୦ଟି ମୋବାଇଲ ସମେତ ଅନେକ କାଗଜପତ୍ର ଜବତ କରାଯାଇଛି । ଏନେଇ ମଙ୍ଗଳାବାଗ ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା ସୂଚନା ଦେଇଛନ୍ତି।

ଘଟନାନୁସାରେ,ଭଦ୍ରକ ଜିଲ୍ଲାର ବହୁ ଦରଡ଼ା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ଆସନ୍ତି ଲାଗି ରହୁଥିଲା I ଏହାପରେ ସେ ଠକ ତାନ୍ତ୍ରିକ କୈଫି ଖାଁ ଯୋଗାଯୋଗରେ ଆସିଥିଲେ I କୈଫି ଖାଁ ତାଙ୍କ ଘରକୁ ଆସି ତାଙ୍କ ଘର ବାରି ପଛପଟ ନିମ୍ବ ଗଛ ତଳେ ସୁନା ଇଟା ରହିଥିବା କହିଥିଲେ I ଏହାକୁ ବାହାର କରିଦେଲେ ସବୁ ସମସ୍ୟା ର ସମାଧାନ ହେଇଯିବ ବୋଲି କହିଥିଲେ I ଏହାପରେ ନିର୍ଦ୍ଦିଷ୍ଟ ଦିନ ଆସି ତନ୍ତ୍ର ମନ୍ତ୍ର କରି ମାଟି ଖୋଲି ସୁନା ରଙ୍ଗର କିଛି ଇଟା ବାହାର କରିଥିଲେ I ଏହାକୁ କସ୍ତୁରୀରେ ଶୁଦ୍ଧ କରି ବାହାରେ ବିକ୍ରୀକଲେ କୋଟିଏ ଟଙ୍କା ମୂଲ୍ୟର ହେବ ବୋଲି କହିଥିଲେ I ଏହାପରେ ଘର ମାଲିକଙ୍କ ଠାରୁ ୫ଲକ୍ଷ ଟଙ୍କା ଓ ଇଟା ନେଇ ଘରକୁ ପଳାଇଥିଲେ I ଏହାପରେ ଘର ମାଲିକଙ୍କ ପୁଅ କିଛି ଦିନ ପରେ ଟଙ୍କା ଘରକୁ ଯିବା ପରେ ସେ ତାଙ୍କୁ ଇଟା ଫେରାଇ ଦେଇଥିଲେ ଇ ତେବେ ଏହା ଏକ ନକଲି ଇଟା ଥିବା କଥା ଉକ୍ତ ବ୍ୟକ୍ତି ଜାଣି ପାଇଥିଲେ I ସେ କୈଫ ଖାଁ କୁ ଟଙ୍କା ଦେଇଥିବା ଟଙ୍କା ଫେରାଇବାକୁ କାଇବାରୁ ସେ ଆଉ ଧାରା ଛୁଆଁ ଦେଇ ନଥିଲେ I

ସେହିପରି ଆଉ ଏକ ଘଟଣାରେ କୈଫ ଖାଁ ମଙ୍ଗଳାବାଗ ରାଣୀହାଟ ଅଞ୍ଚଳର ରହୁଥିବା ଉଚ୍ଚ ଶିକ୍ଷିତା ମହିଳା ଶର୍ମିଳା ସେନଙ୍କ ଠାରୁ ପର୍ଯ୍ୟାୟ କ୍ରମେ ୬୨ ଲକ୍ଷ ଟଙ୍କା ଲୁଟାଇଥିବା ଅଭିଯୋଗ ହୋଇଛି I ମହିଳା ଙ୍କ ମଙ୍ଗଳାବାଗରେ ଥିବା ତାଙ୍କ ପୁରୁଣା କୋଠାରେ କିଛି ନକାରାତ୍ମକ ଶକ୍ତି ଥିବା କଥା କହି ତାଙ୍କୁ ଠକିଥିଲା I ଘର ଭିତରେ କିଛି ବସ୍ତୁ ପୋତି ହୋଇ ରହିଥିବା ତାନ୍ତ୍ରିକ କହିଥିଲା। ଏହାକୁ ନକାଢ଼ିଲେ ପରିବାରରେ କୌଣସି ସଦସ୍ୟଙ୍କ ଜୀବନ ଯିବାର ଆଶଙ୍କା ଥିବା କହିଥିଲା। ଏହି ଉପାୟରେ ସେ ମହିଳାଙ୍କ ନିକଟରୁ ପ୍ରଥମ ପର୍ଯ୍ୟାୟରେ ୧୫ ଲକ୍ଷ,ଏବଂ ଏହାପରେ ୫,୧୦ଲକ୍ଷ କରି କ୍ରମେ ୬୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ I ମହିଳା ଜଣକ ଠକେଇରେ ଶିକାର ହେବା ପରେ ଜାଣିବା ପରେ ପୋଲିସ ର ସାହାଯ୍ୟ ନେଇଥିଲେ I

ଏ ନେଇ ମହିଳା ଜଣକ ଗଲା ୨୬ ତାରିଖରେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ଠକେଇ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ କୈଫର ଘରେ ଚଢ଼ଉ କରିଥିଲା। ଘରୁ ନଗଦ ୨ ଲକ୍ଷ ୭୬ ହଜାର ୪୧୦ ଟଙ୍କା ସମେତ ଦୁଇଟି ଦାମୀ କାର୍, ୭୦ଟି ମୋବାଇଲ୍ ଫୋନ୍, ୨୦ଟି ହାତ ଘଣ୍ଟା, ୧୩ଟି ବ୍ୟାଙ୍କ ପାସବୁକ୍‌, ଚେକ୍ ବହି, ଜୀବନ ବୀମା ବଣ୍ଡ, ହିରା ଭଳି ଦେଖାଯାଉଥିବା କାଚର ବସ୍ତୁ, ଦୁଇଟି ତମ୍ବାର ବସ୍ତୁ, ୩ଟି ଲକ୍ଷ୍ମୀଙ୍କ ମୂର୍ତ୍ତି, ଗୋଟିଏ ତମ୍ବାର ରାଧାକୃଷ୍ଣ ମୂର୍ତ୍ତି, ଗୋଟିଏ ତମ୍ବାର ହଣ୍ଡା, ତମ୍ବାର ୪ଟି ପାତ୍ର, ତମ୍ବାର ଲକେଟ୍ ୧୦ଟି ଇତ୍ୟାଦି ଜବତ କରିଛି। ଅଭିଯୁକ୍ତ କୈଫିକୁ ଅଧିକ ପଚରା ଉଚରା ପାଇଁ ରିମାଣ୍ଡରେ ଆଣିପାରେ କମିଶନରେଟ ପୋଲିସ ।

Tags: