ପ୍ରେମିକ ପାଇଁ ବଙ୍ଗୀୟ ଅଭିନେତ୍ରୀଙ୍କ ଆତ୍ମହତ୍ୟା
ମୁମ୍ବାଇ: ମଇ ୨୬: ବର୍ତ୍ତମାନ ବଙ୍ଗୀୟ ଇଣ୍ଡଷ୍ଟ୍ରିରୁ ବହୁତ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ୨୧ ବର୍ଷୀୟ ମଡେଲ ତଥା ଅଭିନେତ୍ରୀ ବିଦିଶା ଦେ ମଜୁମଦାର ନିଜ ଫ୍ଲାଟରେ ଆତ୍ମହତ୍ୟା କରିଛନ୍ତି । ବୁଧବାର ଦିନ ବିଦିଶାଙ୍କ ମୃତଦେହ ତାଙ୍କ ଫ୍ଲାଟରୁ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ରିପୋର୍ଟ ଅନୁଯାୟୀ ଅଭିନେତ୍ରୀ ୪ ମାସ ପୂର୍ବେ ଆସି ନାଗର ବଜାରର ଏକ ଭଡା ଘରେ ରହୁଥିଲେ । ସେଠାରେ ସେ ଆତ୍ମହତ୍ୟା କରିଛନ୍ତି । […]
ମୁମ୍ବାଇ: ମଇ ୨୬: ବର୍ତ୍ତମାନ ବଙ୍ଗୀୟ ଇଣ୍ଡଷ୍ଟ୍ରିରୁ ବହୁତ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ୨୧ ବର୍ଷୀୟ ମଡେଲ ତଥା ଅଭିନେତ୍ରୀ ବିଦିଶା ଦେ ମଜୁମଦାର ନିଜ ଫ୍ଲାଟରେ ଆତ୍ମହତ୍ୟା କରିଛନ୍ତି । ବୁଧବାର ଦିନ ବିଦିଶାଙ୍କ ମୃତଦେହ ତାଙ୍କ ଫ୍ଲାଟରୁ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ରିପୋର୍ଟ ଅନୁଯାୟୀ ଅଭିନେତ୍ରୀ ୪ ମାସ ପୂର୍ବେ ଆସି ନାଗର ବଜାରର ଏକ ଭଡା ଘରେ ରହୁଥିଲେ । ସେଠାରେ ସେ ଆତ୍ମହତ୍ୟା କରିଛନ୍ତି । ଫ୍ଲାଟର କବାଟ ଭିତର ପଟରୁ ତାଲା ଭାଙ୍ଗି ପୋଲିସ ଘର ଭିତରକୁ ପଶିଥିଲା ଏବଂ ପରେ ମୃତଦେହକୁ ତଳକୁ ଆଣି ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା । ବିଦିଶାଙ୍କ ଘରୁ ପୋଲିସ ଏକ ସୁଇସାଇଡ୍ ନୋଟ ମଧ୍ୟ ପାଇଛି । ଏହି ଘଟଣାକୁ ନେଇ ବିଦିଶାଙ୍କ ସାଙ୍ଗମାନେ କୁହନ୍ତି ଯେ ତାଙ୍କ ପ୍ରେମିକଙ୍କ କାରଣରୁ ସେ ବହୁତ ଡିପ୍ରେସନରେ ଥିଲେ । ବିଦିଶାଙ୍କ ବୟଫ୍ରେଣ୍ଡ ଅନୁଭବଙ୍କର ଆହୁରି ୩ଜଣ ଗର୍ଲଫ୍ରେଣ୍ଡ ଥିଲେ । କି;ୁ ବିଦିଶା ଆଉ କାହା ସହ ତାଙ୍କୁ ସେୟାର କରିବାକୁ ଚାହୁଁ ନଥିଲେ । ସେ ଏହି କଥାକୁ ନେଇ ଚାପଗସ୍ତ ଅବସ୍ଥାରେ ଥିଲେ । ଏହା ବ୍ୟତୀତ ତାଙ୍କ ଆତ୍ମହତ୍ୟା ନୋଟରେ ସେ କର୍କଟ ରୋଗରେ ପୀଡିତ ଥିବା କଥା ମଧ୍ୟ କହିଛନ୍ତି ।




