ଭୁବନେଶ୍ୱର ରେଳ ଷ୍ଟେସନରୁ ଗୋମାଂସ ପ୍ୟାକେଟ ଜବତ

ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନରୁ ଜବତ ହେଲା ଗୋ ମାଂସ। ଦୁଇଟି ଗୋ ମାଂସ ବୋଝେଇ ଗାଡ଼ିକୁ ଧରି ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟ ଲୋକ। ଗାଡ଼ିରୁ ୪୦ରୁ ଊର୍ଦ୍ଧ୍ବ ପ୍ୟାକେଟ ଗୋ ମାଂସ ଜବତ ହୋଇଛି। ଏହି ଗୋ ମାଂସ ପ୍ୟାକେଟ ଗୁଡିକ କଟକ ନିଆଳି ଅଞ୍ଚଳରୁ ଆସୁଥିଲା I ଏସମ୍ପର୍କରେ ପୂର୍ବରୁ ଖବର ପାଇ ରେଳଷ୍ଟେସନ ରେ ଗୋ ସେବକମାନେ ଜଗି ରହି ଗାଡ଼ିକୁ ଅଟକାଇଥିଲେ। ଗାଡ଼ିରେ ଥିବା ୨ଜଣ ମାଂସ ଚାଲାଣକାରୀ […]

Samaya Live Picture
Published On

ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନରୁ ଜବତ ହେଲା ଗୋ ମାଂସ। ଦୁଇଟି ଗୋ ମାଂସ ବୋଝେଇ ଗାଡ଼ିକୁ ଧରି ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟ ଲୋକ। ଗାଡ଼ିରୁ ୪୦ରୁ ଊର୍ଦ୍ଧ୍ବ ପ୍ୟାକେଟ ଗୋ ମାଂସ ଜବତ ହୋଇଛି।

ଏହି ଗୋ ମାଂସ ପ୍ୟାକେଟ ଗୁଡିକ କଟକ ନିଆଳି ଅଞ୍ଚଳରୁ ଆସୁଥିଲା I ଏସମ୍ପର୍କରେ ପୂର୍ବରୁ ଖବର ପାଇ ରେଳଷ୍ଟେସନ ରେ ଗୋ ସେବକମାନେ ଜଗି ରହି ଗାଡ଼ିକୁ ଅଟକାଇଥିଲେ। ଗାଡ଼ିରେ ଥିବା ୨ଜଣ ମାଂସ ଚାଲାଣକାରୀ ଫେରାର ହୋଇଯାଇଥିବା ଜଣାପଡିଛି ।

ଜିଆରପି ଓ କ୍ୟାପିଟାଲ ଥାନା ପୋଲିସ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ପାର୍ସଲ ଗୁଡ଼ିକ କଟକ, ନିଆଳି, ପିରୀ, ପିପିଲି, ନିମାପଡ଼ା ଓ ଖୋର୍ଧାରୁ ସିକନ୍ଦରାବାଦ ଯାଉଥିଲା। ପୋଲିସ ଘଟଣାର ତଦନ୍ତ କରୁଛି ।

Tags: