ଗାଁ ଦାଣ୍ଡରେ ପିଟି ପିଟି ଯୁବକଙ୍କୁ ହତ୍ୟା
ଝାରସୁଗୁଡା : ଗାଁ ମଝିରେ ଯୁବକଙ୍କୁ ପିଟି ପିଟି ହତ୍ୟା I ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ସାରଙ୍ଗଲୋଇ ପଞ୍ଚାୟତ ପତ୍ରାପାଲି ଗାଆଁରେ I ଗତକାଲି ବିଳମ୍ବିତ ରାତିରେ ଗାଁର କିଛି ବ୍ୟକ୍ତି ଯୁବକଙ୍କୁ ଗାଁ ଦାଣ୍ଡରେ ପିଟି ପିଟି ହତ୍ୟା କରିଥିବା ଜଣା ପଡିଛି I ମୃତକଙ୍କ ନାମ ବିପିନ ଭୋଇ ହୋଇଥିବାବେଳେ ସେହି ଗାଁର ଗୋଟିଏ ପରିବାରର ୬ ଜଣ ସଦସ୍ୟ ମିଶି ବାଡ଼ିରେ ପିଟି ପିଟି ହତ୍ୟା କରିଥିବା […]
ଝାରସୁଗୁଡା : ଗାଁ ମଝିରେ ଯୁବକଙ୍କୁ ପିଟି ପିଟି ହତ୍ୟା I ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ସାରଙ୍ଗଲୋଇ ପଞ୍ଚାୟତ ପତ୍ରାପାଲି ଗାଆଁରେ I ଗତକାଲି ବିଳମ୍ବିତ ରାତିରେ ଗାଁର କିଛି ବ୍ୟକ୍ତି ଯୁବକଙ୍କୁ ଗାଁ ଦାଣ୍ଡରେ ପିଟି ପିଟି ହତ୍ୟା କରିଥିବା ଜଣା ପଡିଛି I ମୃତକଙ୍କ ନାମ ବିପିନ ଭୋଇ ହୋଇଥିବାବେଳେ ସେହି ଗାଁର ଗୋଟିଏ ପରିବାରର ୬ ଜଣ ସଦସ୍ୟ ମିଶି ବାଡ଼ିରେ ପିଟି ପିଟି ହତ୍ୟା କରିଥିବା ସୂଚନା ମିଳିଛି । ଉକ୍ତ ପରିବାରର ୩ ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରା ଉଚରା କରୁଛି ଲଇକେରା ପୋଲିସ I ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ସାଇନ୍ତିଫିକ୍ ଟିମ୍ ମଧ୍ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି।




