ନିଜ ଅଳଙ୍କାର ମାଗିବାରୁ ବୋହୂକୁ ଠେଙ୍ଗାରେ ନିର୍ଘାତ ମାଡ଼

ମୟୁରଭଞ୍ଜ : ଘରେ ଛାଡି ଯାଇଥିବା ଟଙ୍କା ଓ ସୁନା ମାଗିବାରୁ ବୋହୂକୁ ଠେଙ୍ଗାରେ ନିର୍ଘାତ ମାଡ଼ ମାରିଲେ ଶାଶୂଘର ଲୋକେ I ଏଥିରେ ସ୍ୱାମୀ ପ୍ରତିବାଦ କରିବାରୁ ସ୍ୱାମୀ ଏବଂ ଛୁଆକୁ ଜୀବନରୁ ମାରିଦେବାକୁ ଦେଲେ ଧମକ । ମାଡ଼ ଏଭଳି ହୋଇଛି ଯେ ମହିଳାଙ୍କ ଶରୀରରେ ମାଡ଼ର ରୋଳା ପଡିଛି । ଯାହାକୁ ନେଇ ଥାନାର ଦ୍ୱାରସ୍ତ ହୋଇଛନ୍ତି ମହିଳା । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୁଦଡିହା ଗ୍ରାମରେ […]

Samaya Live Picture
Published On

ମୟୁରଭଞ୍ଜ : ଘରେ ଛାଡି ଯାଇଥିବା ଟଙ୍କା ଓ ସୁନା ମାଗିବାରୁ ବୋହୂକୁ ଠେଙ୍ଗାରେ ନିର୍ଘାତ ମାଡ଼ ମାରିଲେ ଶାଶୂଘର ଲୋକେ I ଏଥିରେ ସ୍ୱାମୀ ପ୍ରତିବାଦ କରିବାରୁ ସ୍ୱାମୀ ଏବଂ ଛୁଆକୁ ଜୀବନରୁ ମାରିଦେବାକୁ ଦେଲେ ଧମକ । ମାଡ଼ ଏଭଳି ହୋଇଛି ଯେ ମହିଳାଙ୍କ ଶରୀରରେ ମାଡ଼ର ରୋଳା ପଡିଛି । ଯାହାକୁ ନେଇ ଥାନାର ଦ୍ୱାରସ୍ତ ହୋଇଛନ୍ତି ମହିଳା । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୁଦଡିହା ଗ୍ରାମରେ । ନୁଦଡିହା ଗ୍ରାମର ଶଶୀକାନ୍ତ ମହାପାତ୍ର ତାଙ୍କ ସ୍ତ୍ରୀ ଏବଂ ଛୁଆ ସହିତ ପୁନେରେ ରୁହନ୍ତି । ଗତକାଲି ରାତିରେ ସେମାନେ ଘରକୁ ଫେରିଥିବା ବେଳେ ତାଙ୍କୁ ପରିବାର ଲୋକେ ଘରେ ପଶିବାକୁ ଦେଇ ନଥିଲେ । ଶଶିକାନ୍ତଙ୍କ ସ୍ତ୍ରୀ ଶୁଭଲକ୍ଷ୍ମୀ ବାପ ଘରୁ ଅଧିକ ଟଙ୍କା ଆଣିବାକୁ ଦାବି କରିବା ସହିତ ଘରେ ପଶିବାକୁ ଶଶିକାନ୍ତ,ତାଙ୍କ ସ୍ତ୍ରୀ ଏବଂ ଛୁଆକୁ ବାରଣ କରିଥିଲେ ଶ୍ୱଶୁରଘର ଲୋକେ । ସେହି ସମୟରେ ଶଶିକାନ୍ତଙ୍କ ସ୍ତ୍ରୀ ଘରେ ଥିବା ତାଙ୍କର ସୁନା ଅଳଙ୍କାର ନେବାକୁ କହିବାରୁ ତାଙ୍କ ଦିଅର ଜ୍ୟୋତିକାନ୍ତ ହଠାତ ଶୁଭଲକ୍ଷ୍ମୀଙ୍କୁ ନିର୍ଘାତ ମାଡ଼ ମାରିଥିଲେ । ବାଡ଼ିରେ ବାଡେଇ ବାଡେଇ ଗୁରୁତର କରିବା ସହିତ ନିଜ ବଡ଼ ଭାଇ ଶଶିକାନ୍ତ ଏବଂ ପୁତୁରାକୁ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ । ଯାହାକି ମାଡ଼ରେ ଗୁରୁତର ହୋଇ ଶଶିକାନ୍ତ ଏବଂ ତାଙ୍କ ସ୍ତ୍ରୀ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Tags: