କମିସନରେଟ ପୋଲିସ ହାତରେ ବାୱରୀୟା ଗ୍ୟାଙ୍ଗ
ଭୁବନେଶ୍ୱର: କମିସନରେଟ ପୋଲିସ ହାତରେ ବାୱରୀୟା ଗ୍ୟାଙ୍ଗ । ରାସ୍ତାରୁ ଚେନ ଝାମ୍ପୁଥିଲେ,ବାଇକରେ ଫେରାର ହୋଇଯାଇଉଥିଲେ । ସାରା ଦେଶରେ ବୁଲି ବୁଲି ଛିନତାଇ ଲୁଟ କରି ଟ୍ରେନରେ ଫେରାର ହୋଇଯାନ୍ତି । ଏମାନେ ଯେଉଁ ସହରକୁ ଯାନ୍ତି ସେଠାରେ ଆଗ ଏକ ବାଇକ୍ ଚୋରି କରିବେ। ପରେ ଚୋରି ବାଇକରେ ଚେନ ଲୁଟ କରିବେ । କିଛି ଦିନ ଲୁଟପାଟ ପରେ ସେହି ସହରରୁ ଫେରାର ହୋଇ ଅନ୍ୟ ଏକ ସହରକୁ ପଳାନ୍ତି । ଏହି […]
ଭୁବନେଶ୍ୱର: କମିସନରେଟ ପୋଲିସ ହାତରେ ବାୱରୀୟା ଗ୍ୟାଙ୍ଗ । ରାସ୍ତାରୁ ଚେନ ଝାମ୍ପୁଥିଲେ,ବାଇକରେ ଫେରାର ହୋଇଯାଇଉଥିଲେ । ସାରା ଦେଶରେ ବୁଲି ବୁଲି ଛିନତାଇ ଲୁଟ କରି ଟ୍ରେନରେ ଫେରାର ହୋଇଯାନ୍ତି । ଏମାନେ ଯେଉଁ ସହରକୁ ଯାନ୍ତି ସେଠାରେ ଆଗ ଏକ ବାଇକ୍ ଚୋରି କରିବେ। ପରେ ଚୋରି ବାଇକରେ ଚେନ ଲୁଟ କରିବେ । କିଛି ଦିନ ଲୁଟପାଟ ପରେ ସେହି ସହରରୁ ଫେରାର ହୋଇ ଅନ୍ୟ ଏକ ସହରକୁ ପଳାନ୍ତି ।
ଏହି ଗ୍ୟାଙ୍ଗର ମୁଖ୍ୟ କୁଖ୍ୟାତ ଲୁଟେରା ଉତ୍ତର ପ୍ରଦେଶ କାନପୁରର ରାମ କୁମାରକୁ ଗିରଫ କରିଛି କମିସନରେଟ ପୋଲିସର ସ୍ପେଶଲ ସ୍କ୍ୱାର୍ଡ । ତା’ ନିକଟରୁ ୨ ଟି ସୁନା ଚେନ ସହ ଗୋଟିଏ ଚୋରା ବାଇକ୍ ଜବତ କରିଛି ପୋଲିସ । ସେହିଭଳି ଆଉ ଦୁଇଜଣ କୁଖ୍ୟାତ ଲୁଟେରା କଟକ ସଦର ଅଂଚଳର ଆକାଶ ସାମଲ ଓ ବିଡାନାସୀ ଅଂଚଳର ସିତଲ ବେହେରାକୁ ସ୍ପେସାଲ ସ୍କ୍ୱାର୍ଡ ଗିରଫ କରିଛି । ଏମାନଙ୍କ ନିକଟରୁ ୨ ଟି ସୁନା ଚେନ ଜବତ କରାଯାଇଛି । ଏମାନଙ୍କ ନାମରେ କଟକ ଭୁବନେଶ୍ୱରରେ ବିଭିନ୍ନ ଥାନାରେ ୧୪ ରୁ ଅଧିକ ମାମଲା ରହିଛି ।




