ବାରଙ୍ଗ ଥାନା ଏଏସ୍‌ଆଇଙ୍କ ଆତ୍ମହତ୍ୟା,କାରଣ ଅସ୍ପଷ୍ଟ

କଟକ : କଟକ ଜିଲ୍ଲା ବାରଙ୍ଗ ଥାନା ଏଏସ୍‌ଆଇଙ୍କ ଆତ୍ମହତ୍ୟା I ନନ୍ଦନକାନନ ସ୍ଥିତ ପଦାସାହି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି I ତାଙ୍କ ନାଁ ଅଶୋକ ପ୍ରଧାନ। ଘଟଣା ସ୍ଥଳରେ ନନ୍ଦନକାନନ ଥାନା ପୋଲିସ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛି I ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି। ମିଳିଥିବା ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ଡ୍ୟୁଟି ସାରି ଘରକୁ ଫେରିଥିଲେ ଏଏସ୍‌ଆଇ ଅଶୋକ ପ୍ରଧାନ। ଆଜି […]

Samaya Live Picture
Published On

କଟକ : କଟକ ଜିଲ୍ଲା ବାରଙ୍ଗ ଥାନା ଏଏସ୍‌ଆଇଙ୍କ ଆତ୍ମହତ୍ୟା I ନନ୍ଦନକାନନ ସ୍ଥିତ ପଦାସାହି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି I ତାଙ୍କ ନାଁ ଅଶୋକ ପ୍ରଧାନ। ଘଟଣା ସ୍ଥଳରେ ନନ୍ଦନକାନନ ଥାନା ପୋଲିସ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛି I ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି।

ମିଳିଥିବା ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ଡ୍ୟୁଟି ସାରି ଘରକୁ ଫେରିଥିଲେ ଏଏସ୍‌ଆଇ ଅଶୋକ ପ୍ରଧାନ। ଆଜି ସକାଳେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା I ଘରେ କୌଣସି ପାରିବାରିକ ସମସ୍ୟା ନ ଥିଲେ ମଧ୍ୟ ତାଙ୍କ ମୃତ୍ୟୁ କୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ତେବେ ପରିବାର ପକ୍ଷରୁ ଏନେଇ କିଛି ପ୍ରତିକ୍ରିୟା ମିଳିପାରି ନାହିଁ।

ଅଶୋକଙ୍କ ମୃତ୍ୟୁକୁ ନେଇ ବନ୍ଧୁ ପରିଜନ ସହଜରେ ବିଶ୍ୱାସ କରି ପାରୁ ନାହାନ୍ତି I ବନ୍ଧୁ ମାନେ ପ୍ରତିକ୍ରିୟା ଦେଇ କହିଛନ୍ତି ଅଶୋକ ଜଣେ ଖୁବ ମେଳାପୀ ଓ ଖୁସ ମିଜାଜର ଲୋକ ଥିଲେ I ତାଙ୍କର କୌଣସି ଆର୍ଥିକ ସମସ୍ୟା ନ ଥିଲା I ପିଲାମାନେ ମଧ୍ୟ ଭଲ ପଢାପଢି କରୁଥିଲେ I ତେଣୁ ସେ ଆତ୍ମହତ୍ୟା କରିଥିବେ ବୋଲି ତାଙ୍କ ବନ୍ଧୁମାନେ ଗ୍ରହଣ କରିପାରୁ ନାହାନ୍ତି ।

ଏହି ଘଟଣାରେ ମଙ୍ଗଳାବାଗ ଥାନା ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇଛି। ଏହା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

Tags: