ବ୍ୟାଙ୍କ ଲୁଟ ଉଦ୍ୟମ ପଣ୍ଡ, ଧରା ପଡିଲେ ୩ ଲୁଟେରା

ଭୁବନେଶ୍ୱର : ପଣ୍ଡ ହେଲା ବ୍ୟାଙ୍କ ଲୁଟ ଉଦ୍ୟମ। ପୋଲିସ ହାତରେ ଧରା ପଡିଲେ ୩ ଜଣ ଲୁଟେରା I ରାଜଧାନୀ ଭୁବନେଶ୍ୱରସ୍ଥିତ ପାହାଳ ଥାନା ହଂସପାଳରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆରେ ହୋଇଥିଲା ଉଦ୍ୟମ। ଏହି ଘଟଣାର ୩ ଅଭିଯୁକ୍ତ ବସନ୍ତ ପ୍ରଧାନ, ସାଗର ଭୋଇ, ଗୁରୁ ଚରଣ ମଲିକକୁ ଗିରଫ କରିଛି ପୋଲିସ । ଶନିବାର ରାତିରେ ବ୍ୟାଙ୍କର ସ୍କାଏ ଲାଇଟ ଭାଙ୍ଗି ଭିତରେ ପଶିଥିଲେ। ଷ୍ଟ୍ରଙ୍ଗରୁମ କବାଟ ଭାଙ୍ଗି ଦେଇଥିଲେ ଅଭିଯୁକ୍ତ। ହେଲେ […]

Samaya Live Picture
Published On

ଭୁବନେଶ୍ୱର : ପଣ୍ଡ ହେଲା ବ୍ୟାଙ୍କ ଲୁଟ ଉଦ୍ୟମ। ପୋଲିସ ହାତରେ ଧରା ପଡିଲେ ୩ ଜଣ ଲୁଟେରା I ରାଜଧାନୀ ଭୁବନେଶ୍ୱରସ୍ଥିତ ପାହାଳ ଥାନା ହଂସପାଳରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆରେ ହୋଇଥିଲା ଉଦ୍ୟମ। ଏହି ଘଟଣାର ୩ ଅଭିଯୁକ୍ତ ବସନ୍ତ ପ୍ରଧାନ, ସାଗର ଭୋଇ, ଗୁରୁ ଚରଣ ମଲିକକୁ ଗିରଫ କରିଛି ପୋଲିସ । ଶନିବାର ରାତିରେ ବ୍ୟାଙ୍କର ସ୍କାଏ ଲାଇଟ ଭାଙ୍ଗି ଭିତରେ ପଶିଥିଲେ। ଷ୍ଟ୍ରଙ୍ଗରୁମ କବାଟ ଭାଙ୍ଗି ଦେଇଥିଲେ ଅଭିଯୁକ୍ତ। ହେଲେ ଲୁଟରେ ବିଫଳ ହେବା ପରେ ସେଠାରୁ ଫେରାର ହୋଇଯାଇଥିଲେ। ଅଭିଯୋଗ ପରେ ପୁଲିଶ ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଶାବଳ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କଲା ପୋଲିସ ।

Tags: