କଟକରୁ ବଙ୍ଗଳାଦେଶୀ ନାବାଳିକା ଉଦ୍ଧାର ଘଟଣା, ଭୁବନେଶ୍ୱରରେ ପୋଲିସର ରେଡ

ଭୁବନେଶ୍ୱର: କୁଆଡେ ଗଲା ଗୋପୀ? ଭୁବନେଶ୍ୱର ର ମୁଖ୍ୟ ଦଲାଲ ଗୋପୀକୁ ଖୋଜୁଛି କମିଶନରେଟ ପୋଲିସ। ଗତକାଲି ଲକ୍ଷ୍ମୀ ସାଗର ଅଞ୍ଚଳରୁ ଦୁଇ ଯୁବକଙ୍କୁ ଉଠାଇଛି କଟକ ସହରାଞ୍ଚଳ ପୋଲିସର ସ୍ପେସାଲ ସ୍ଵାଡ। ଅଟକ ରଖି ପଚରାଉଚରା କରୁଛି ପୋଲିସ। ଉଭୟ ଙ୍କ ବୟସ ୨୫ ରୁ ୩୦ ଭିତରେ। ଆଜି ଗିରଫ ହୋଇ ପାରନ୍ତି ଏହି ଦୁଇ ସନ୍ଦିଗ୍ଧ। ଭୁବନେଶ୍ୱରର ପାଣ୍ଡରା, ଉତ୍ତରା, କେଶୁରା, ଲକ୍ଷ୍ମିଶାଗର, ଝାରପଡ଼ା ଆଦି ଅଞ୍ଚଳରେ ରେଡ କରିଛି ପୋଲିସ। ଗତକାଲି […]

Samaya Live Picture
Published On

ଭୁବନେଶ୍ୱର: କୁଆଡେ ଗଲା ଗୋପୀ? ଭୁବନେଶ୍ୱର ର ମୁଖ୍ୟ ଦଲାଲ ଗୋପୀକୁ ଖୋଜୁଛି କମିଶନରେଟ ପୋଲିସ। ଗତକାଲି ଲକ୍ଷ୍ମୀ ସାଗର ଅଞ୍ଚଳରୁ ଦୁଇ ଯୁବକଙ୍କୁ ଉଠାଇଛି କଟକ ସହରାଞ୍ଚଳ ପୋଲିସର ସ୍ପେସାଲ ସ୍ଵାଡ। ଅଟକ ରଖି ପଚରାଉଚରା କରୁଛି ପୋଲିସ। ଉଭୟ ଙ୍କ ବୟସ ୨୫ ରୁ ୩୦ ଭିତରେ। ଆଜି ଗିରଫ ହୋଇ ପାରନ୍ତି ଏହି ଦୁଇ ସନ୍ଦିଗ୍ଧ। ଭୁବନେଶ୍ୱରର ପାଣ୍ଡରା, ଉତ୍ତରା, କେଶୁରା, ଲକ୍ଷ୍ମିଶାଗର, ଝାରପଡ଼ା ଆଦି ଅଞ୍ଚଳରେ ରେଡ କରିଛି ପୋଲିସ।

ଗତକାଲି କୋର୍ଟରେ ନାବାଳିକାଙ୍କ ବୟାନ ରେକର୍ଡ କରାଇଛି ପୋଲିସ। ବି ଏନ୍ ଏସ ର ଧାରା ୧୮୩ ଅନୁଯାୟୀ ହେଲା ବୟାନ ରେକର୍ଡ। ଗତକାଲି ନାବାଳିକାଙ୍କ ଡାକ୍ତରୀ ପରୀକ୍ଷା ମଧ୍ୟ ହୋଇଛି। ୭ ରୁ ୧୫ ଦିନ ଭିତରେ ଆସିବ ମେଡ଼ିକାଲ ରିପୋର୍ଟ। ବାୟୋଲୋଜିକାଲ ଏଭିଡେନ୍ସ ରେ ସହାୟକ ହେବ ଏହି ରିପୋର୍ଟ।

ଆଗକୁ ବାରିପଦା ଯିବ ପୋଲିସ ଟିମ୍। ବଢୁଛି ଦଲାଲ ଙ୍କ ତାଲିକା। ଆଉ କିଛି ନାଁ କହିଛନ୍ତି ନାବାଳିକା। ଏହି ମାମଲାରେ ରବିବାର ଦିନ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ।

Tags: