ବାଲିହରଚଣ୍ଡୀ ଗଣ ଦୁଷ୍କର୍ମ ମାମଲା,ମୁଖ୍ୟ ଅଭିଯୁକ୍ତ ସହ ୨ ଗିରଫ
ପୁରୀ : ପୁରୀ ଜିଲ୍ଲା ବ୍ରହ୍ମଗିରି ବାଲିହରଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ଛାତ୍ରୀ ଗଣଦୁଷ୍କର୍ମ ମାମଲା । ଆନ୍ଧ୍ରପ୍ରଦେଶରୁ ମୁଖ୍ୟ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତ ମନୋଜ ବେହେରା ସହିତ ଅନ୍ୟ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁରୀ ପୋଲିସ । ଆଜି ସମସ୍ତଙ୍କର ହେବ ଡାକ୍ତରୀ ମାଇନା । ପୀଡ଼ିତା ଯୁବତୀଙ୍କର ଡାକ୍ତରୀମାଇନା କରାଯାଇଛି। ମନୋଜ ବେହେରାର ଘର ଚଣ୍ଡିପୁଟ ଗାଁରେ ବୋଲି ସୂଚନା ମିଳିଛି । ସେହିପରି ଅନ୍ୟ ଅଭିଯୁକ୍ତମାନେ ହେଲେ ଶିବ […]
ପୁରୀ : ପୁରୀ ଜିଲ୍ଲା ବ୍ରହ୍ମଗିରି ବାଲିହରଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ଛାତ୍ରୀ ଗଣଦୁଷ୍କର୍ମ ମାମଲା । ଆନ୍ଧ୍ରପ୍ରଦେଶରୁ ମୁଖ୍ୟ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତ ମନୋଜ ବେହେରା ସହିତ ଅନ୍ୟ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁରୀ ପୋଲିସ । ଆଜି ସମସ୍ତଙ୍କର ହେବ ଡାକ୍ତରୀ ମାଇନା । ପୀଡ଼ିତା ଯୁବତୀଙ୍କର ଡାକ୍ତରୀମାଇନା କରାଯାଇଛି। ମନୋଜ ବେହେରାର ଘର ଚଣ୍ଡିପୁଟ ଗାଁରେ ବୋଲି ସୂଚନା ମିଳିଛି । ସେହିପରି ଅନ୍ୟ ଅଭିଯୁକ୍ତମାନେ ହେଲେ ଶିବ ସାହୁ,ମଣ୍ଟୁ ।
ସୂଚନା ଅନୁଯାୟୀ, ଶୁକ୍ରବାର ଜଣେ ଯୁକ୍ତ ତିନି ଦ୍ବିତୀୟ ବର୍ଷର ଏହି ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ବାଲି ହରଚଣ୍ଡୀ ପୀଠକୁ ଦର୍ଶନ ନିମନ୍ତେ ଯାଇଥିଲେ। ଏହାପରେ ସେମାନେ ନିକଟରେ ଥିବା ସମୁଦ୍ରକୂଳକୁ ଯାଇଥିଲେ। ସେମାନେ ସେଠାରେ ବସି କଥାବାର୍ତ୍ତା ହେଉଥିବାବେଳେ ସ୍ଥାନୀୟ ଚଣ୍ଡୀପୁଟ ଗ୍ରାମର ଚାରି ଜଣ ଯୁବକ ସେମାନଙ୍କର ଫଟୋ ଚିତ୍ର ଉତ୍ତୋଳନ କରିବା ସହିତ ବ୍ଳାକ୍ ମେଲିଂ ମଧ୍ୟ କରିଥିଲେ। ପରେ ପୁରୁଷ ବନ୍ଧୁଙ୍କୁ ଗଛରେ ବାନ୍ଧି ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ । ତେବେ ଛାତ୍ରୀ ଏବଂ ତାଙ୍କ ପୁରୁଷ ବନ୍ଧୁ ସେଠାରୁ କୌଣସି ପ୍ରକାରେ ଖସି ଆସିବାକୁ ସକ୍ଷମ ହୋଇଥିଲେ । ଏହାପରେ ବାଟରେ ଦୁର୍ବୁତ୍ତ ମାନେ ସେମାନଙ୍କୁ ଅଟକାଇ ପ୍ରବଳ ମାଡ଼ ମାରିବା ସହ ତାଙ୍କ ଠାରୁ ୨ ହଜାର ଟଙ୍କା ଏବଂ ମୋବାଇଲ ଛଡାଇ ନେଇଥିଲେ ।
ତେବେ ଘଟଣାକୁ ନେଇ ପୀଡ଼ିତା ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ତିନି ଜଣଙ୍କୁ ଉଠାଇ ନେଇଥିବା ବେଳେ ମାଷ୍ଟର ମାଇଣ୍ଡକୁ ଖୋଜୁଥିଲା । ଆଜି ମାମଲାରେ ମୁଖ୍ୟ ଅଭିଯୁକ୍ତ ମନୋଜ ବେହେରାକୁ ଆନ୍ଧ୍ରପ୍ରଦେଶରୁ ଗିରଫ କରାଯାଇଛି ।




