ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ
ବାଲେଶ୍ୱର : ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ । ସେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଆକ୍ରମଣରେ ଉପଜିଲ୍ଲାପାଳଙ୍କ ଡ୍ରାଇଭର ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି I ସୂଚନାନୁସାରେ, ସହଦେବଖୁଣ୍ଟା ଥାନା ଦହପଡା ନିକଟରେ ଆଜି ହେଉଥିବା ଚେକିଂ ସମୟରେ ଉପଜିଲ୍ଲାପାଳ କୁନାଲ ସୀତାରାମ ଚୌହ୍ନାନଙ୍କୁ ବାଲି ମାଫିଆ ଆକ୍ରମଣ କରିଛନ୍ତି । ତେବେ ଜିଲ୍ଲାପାଳ ସମେତ ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ ବାଲିମାଫିଆମାନେ ଆକ୍ରମଣ କରିଥିଲେ । ଏଥିସହିତ ଉଭୟଙ୍କୁ […]
ବାଲେଶ୍ୱର : ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ । ସେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଆକ୍ରମଣରେ ଉପଜିଲ୍ଲାପାଳଙ୍କ ଡ୍ରାଇଭର ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି I
ସୂଚନାନୁସାରେ, ସହଦେବଖୁଣ୍ଟା ଥାନା ଦହପଡା ନିକଟରେ ଆଜି ହେଉଥିବା ଚେକିଂ ସମୟରେ ଉପଜିଲ୍ଲାପାଳ କୁନାଲ ସୀତାରାମ ଚୌହ୍ନାନଙ୍କୁ ବାଲି ମାଫିଆ ଆକ୍ରମଣ କରିଛନ୍ତି । ତେବେ ଜିଲ୍ଲାପାଳ ସମେତ ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ ବାଲିମାଫିଆମାନେ ଆକ୍ରମଣ କରିଥିଲେ । ଏଥିସହିତ ଉଭୟଙ୍କୁ ନିସ୍ତୁକ ମାଡ ମାରଥିଲେ । ଫଳରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ବାଲେଶ୍ୱର ମେଡିକାଲରରେ ଭର୍ତ୍ତି କରିଛନ୍ତି । ଏଥିସହିତ ବର୍ତ୍ତମାନ ଉଭୟଙ୍କ ଚିକିତ୍ସା ଚାଲିଥିବା ଜଣାପଡିଛି ।
ଅନ୍ୟପକ୍ଷେ ଏହି ଘଟଣାର ଖବର ପାଇ ନିକଟସ୍ଥ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ଏଥିସହିତ ଆକ୍ରମଣକାରୀଙ୍କୁ ଖୋଜୁଥିବା ଜଣାପଡିଛି ।




