ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସମ୍ପନ୍ନ,ରୀତିନୀତି ଅନୁସାରେ ନିଜ ଗାଁରେ ଦିଆଗଲା କବର

ବଳଙ୍ଗା : ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ । ସମୁହ ନମାଜ ପାଠ ପରେ ବାୟବର ଗାଁରେ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଦିଆଗଲା କବର । ହସ୍ପିଟାଲ ବେଡରେ ୧୫ ଦିନ ଧରି ମୃତ୍ୟୁ ସହ ଲଢ଼େଇ କରି ହାରିଯାଇଥିଲେ ନାବାଳିକା । ଶନିବାର ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ପୀଡ଼ିତା । ଗତକାଲି ବିଳମ୍ବିତ ରାତିରେ ମୃତଦେହ ଦିଲ୍ଲୀରୁ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ କଡା ସୁରକ୍ଷା ବଳୟ ଭିତରେ ସିଧା ପୀଡ଼ିତାଙ୍କ ଗାଁ […]

ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସମ୍ପନ୍ନ,ରୀତିନୀତି ଅନୁସାରେ ନିଜ ଗାଁରେ ଦିଆଗଲା କବର
Samaya Live Picture
Published On

ବଳଙ୍ଗା : ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ । ସମୁହ ନମାଜ ପାଠ ପରେ ବାୟବର ଗାଁରେ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଦିଆଗଲା କବର । ହସ୍ପିଟାଲ ବେଡରେ ୧୫ ଦିନ ଧରି ମୃତ୍ୟୁ ସହ ଲଢ଼େଇ କରି ହାରିଯାଇଥିଲେ ନାବାଳିକା । ଶନିବାର ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ପୀଡ଼ିତା ।

ଗତକାଲି ବିଳମ୍ବିତ ରାତିରେ ମୃତଦେହ ଦିଲ୍ଲୀରୁ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ କଡା ସୁରକ୍ଷା ବଳୟ ଭିତରେ ସିଧା ପୀଡ଼ିତାଙ୍କ ଗାଁ ବାୟାବରର ନୂଆ ଗୋପାଳପୁରକୁ ନିଆଯାଇଥିଲା । ସେଠାରେ ଇସଲାମ ଧର୍ମର ସମସ୍ତ ରୀତିନୀତି ଅନୁସାରେ ନମାଜ ପାଠ ପରେ ଘର ପଛପଟେ ଦିଆଯାଇଛି କବର । ପୀଡ଼ିତାଙ୍କ ଶେଷକୃତ୍ୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମିଲ ହୋଇଥିଲେ । ଏହି ସମୟରେ ଗାଁରେ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ ହୋଇଥିଲା ।

ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲେ । ଗକାଲିଠାରୁ ଗାଁରେ ୨ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି। ଗାଁର ସମସ୍ତ ରାସ୍ତାରେ ଜଗିରହିଛନ୍ତି ପୋଲିସ ଫୋର୍ସ । ଶେଷକୃତ୍ୟ ସମ୍ପନ୍ନ ବେଳେ ପୋଲିସ ଓ ପ୍ରଶାସନିକ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।

ସୂଚନାନୁସାରେ,ଗତ ଜୁଲାଇ ୧୯ ତାରିଖ ଶନିବାର ସକାଳ ସାଢେ ୮ ଟା ସମୟରେ ପୀଡିତାଙ୍କୁ ଆକ୍ରମଣ ହୋଇଥିଲା । ପୀଡିତା ସାଙ୍ଗ ଘରକୁ ଯାଉଥିବା ବେଳେ ତିନି ଯୁବକ ବାଇକ୍ ରେ ଆସି ଭାର୍ଗବୀ ନଦୀ ପଠାକୁ ନେଇ ଯାଇ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିବା କଥା ସେ ନିଜେ ବୟାନ ଦେଥିଲେ । ପୀଡ଼ିତାଙ୍କ ବୟାନ ଆଧାରରେ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ତିନି ଦୁବୃର୍ତ୍ତ ଝିଅର ମୁହଁରେ ରୁମାଲ ବାନ୍ଧି କିରୋସିନ୍ ଢ଼ାଳି ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ଦର୍ଶାଯାଇଥିଲା । ପୁଲିସ ସେହି ଆଧାରରେ ତଦନ୍ତ ଆରମ୍ଭ କରିଥିଲା ।

Tags: