ପିୟୁଷ ମହାନ୍ତିଙ୍କୁ ଜାମିନ

କଟକ : ଓଆରଏଚଡିସି ଦୁର୍ନୀତି ମାମଲାରେ ଅନ୍ୟତମ ଅଭିଯୁକ୍ତ ପୀୟୁଷ ମହାନ୍ତିଙ୍କୁ ଜାମିନ । ପୀୟୁଷଙ୍କୁ ମିଳିଲା ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ଲାଗିଲା ଅନ୍ତରୀଣ ରହିତାଦେଶ । ନିମ୍ନ ଅଦାଲତଙ୍କୁ ରେକର୍ଡ ତଲବ କରିଛନ୍ତି ହାଇକୋର୍ଟ । ମେଟ୍ରୋ ବିଲଡରର ଅନ୍ୟତମ ନିର୍ଦେଶକ ହେଉଛନ୍ତି ପୀୟୁଷ ମହାନ୍ତି । ସୂଚନା ଥାଉକି, ଓଆରଏଚଡିସି ଦୁର୍ନୀତି ମାମଲାରେ ୨୦୦୫ରେ ଭିଜିଲାନ୍ସ ଏତଲା ରୁଜୁ କରି ତଦନ୍ତ କରିଥିଲା। ତଦନ୍ତ […]

Samaya Live Picture
Published On

କଟକ : ଓଆରଏଚଡିସି ଦୁର୍ନୀତି ମାମଲାରେ ଅନ୍ୟତମ ଅଭିଯୁକ୍ତ ପୀୟୁଷ ମହାନ୍ତିଙ୍କୁ ଜାମିନ । ପୀୟୁଷଙ୍କୁ ମିଳିଲା ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ଲାଗିଲା ଅନ୍ତରୀଣ ରହିତାଦେଶ । ନିମ୍ନ ଅଦାଲତଙ୍କୁ ରେକର୍ଡ ତଲବ କରିଛନ୍ତି ହାଇକୋର୍ଟ । ମେଟ୍ରୋ ବିଲଡରର ଅନ୍ୟତମ ନିର୍ଦେଶକ ହେଉଛନ୍ତି ପୀୟୁଷ ମହାନ୍ତି ।

ସୂଚନା ଥାଉକି, ଓଆରଏଚଡିସି ଦୁର୍ନୀତି ମାମଲାରେ ୨୦୦୫ରେ ଭିଜିଲାନ୍ସ ଏତଲା ରୁଜୁ କରି ତଦନ୍ତ କରିଥିଲା। ତଦନ୍ତ ପରେ ଭିଜିଲାନ୍ସ ବିଭାଗ ଓଏଚଆରଡିସିର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ, କଂପାନି ସେକ୍ରେଟାରି, ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ଓ ନିର୍ଦ୍ଦେଶକଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା। ଗତ କିଛିଦିନ ତଳେ ORHDC ଦୁର୍ନୀତି ମାମଲାର ର ଶୁଣାଣି କରି IAS ବିନୋଦ କୁମାର, ମହମ୍ମଦ ମୋକିମଙ୍କ ସହ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ବିଧାୟକ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଫାଇନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୁଷ ମହାନ୍ତିଙ୍କୁ ମଧ୍ୟ ଜାଲିଆତି ମାମଲାରେ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ କୋର୍ଟ ।

Tags: