ଜାମିନ ଆବେଦନ ଖାରଜ ,୫ ଦିନିଆ ରିମାଣ୍ଡରେ ଯିବେ ମହାଠକ ଅନିଲ-ହଂସିତା

ଭୁବନେଶ୍ୱର : ହଂସିତା-ଅନିଲ୍‌ଙ୍କୁ ଜୋରଦାର ଝଟ୍‌କା । ଉଭୟଙ୍କ ଜାମିନ୍‌ ଆବେଦନ ଖାରଜ କଲେ ଭୁବନେଶ୍ୱର ଏଡିଜେ-୨ କୋର୍ଟ । ଗତ ୧୮ ତାରିଖରେ ଉଭୟଙ୍କ ଜାମିନ୍‌ ଆବେଦନ ନେଇ ଶୁଣାଣି ହୋଇଥିଲା । ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଶେଷରେ ଜାମିନ୍‌ ଆବେଦନକୁ ଖାରଜ୍‌ କରିଛନ୍ତି ମାନ୍ୟବର କୋର୍ଟ । ସେହିପରି ଅନ୍ୟପଟେ ୫ ଦିନ ପାଇଁ ରିମାଣ୍ଡ ଆବେଦନ କରିଛି କମିଶନରେଟ୍‌ ପୋଲିସ । ଉଭୟଙ୍କୁ ରିମାଣ୍ଡରେ ନେବା ପାଇଁ ଏଡିଜେ-୨ […]

Samaya Live Picture
Published On

ଭୁବନେଶ୍ୱର : ହଂସିତା-ଅନିଲ୍‌ଙ୍କୁ ଜୋରଦାର ଝଟ୍‌କା । ଉଭୟଙ୍କ ଜାମିନ୍‌ ଆବେଦନ ଖାରଜ କଲେ ଭୁବନେଶ୍ୱର ଏଡିଜେ-୨ କୋର୍ଟ । ଗତ ୧୮ ତାରିଖରେ ଉଭୟଙ୍କ ଜାମିନ୍‌ ଆବେଦନ ନେଇ ଶୁଣାଣି ହୋଇଥିଲା । ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଶେଷରେ ଜାମିନ୍‌ ଆବେଦନକୁ ଖାରଜ୍‌ କରିଛନ୍ତି ମାନ୍ୟବର କୋର୍ଟ । ସେହିପରି ଅନ୍ୟପଟେ ୫ ଦିନ ପାଇଁ ରିମାଣ୍ଡ ଆବେଦନ କରିଛି କମିଶନରେଟ୍‌ ପୋଲିସ । ଉଭୟଙ୍କୁ ରିମାଣ୍ଡରେ ନେବା ପାଇଁ ଏଡିଜେ-୨ କୋର୍ଟରେ ଆବେଦନ କରିଛି ପୋଲିସ । ଯାହାର ଶୁଣାଣି ଖୁବଶୀଘ୍ର ହେବ ବୋଲି ଜଣାପଡିଛି ।

ବିଭିନ୍ନ ଲୋକଙ୍କୁ ଠକେଇ ଅଭିଯୋଗରେ କମିଶନରେଟ୍‌ ପୋଲିସ ହଂସିତା-ଅନିଲ୍‌ଙ୍କୁ ଗିରଫ କରିଥିଲା । ଏହାପରେ ଲଗାତର ୪ ଦିନ ଧରି ହଂସିତା ଏବଂ ଅନିଲଙ୍କର ବିଭିନ୍ନ ସ୍ଥାନରେ ଥିବା ବାସସ୍ଥାନ ଏବଂ ସଂପର୍କୀୟଙ୍କ ଘରେ ଚଢାଉ ହୋଇଥିଲା । ଏହି ଚଢାଉରେ ଆୟକର ବିଭାଗ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା । ସେପଟେ ଭୁବନେଶ୍ୱର ଏଡିଜେ-୨ କୋର୍ଟରେ ଜାମିନ ଆବେଦନ କରିଥିଲେ ହଂସିତା-ଅନିଲ । ଯାହାର ଶୁଣାଣି କରି ଗତ ୧୮ ତାରିଖ ଦିନ ରାୟ ସଂରକ୍ଷିତ ରଖିଥିଲେ ମାନ୍ୟବର କୋର୍ଟ । ଆଉ ଏହି ରାୟ ପ୍ରକାଶ କରିଛନ୍ତି କୋର୍ଟ । ଉଭୟଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଏଡିଜେ-୨ କୋର୍ଟ । ସେହିପରି ଅନ୍ୟପଟେ କମିଶନରେଟ୍‌ ପୋଲିସ ଉଭୟଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଛି । ଯାହାର ଶୁଣାଣି ଖୁବଶୀଘ୍ର ହେବ ବୋଲି ସୂଚନା ମିଳିଛି ।

Tags: