ବାହୁବଳୀ ନେତା ମୁଖତାର ଆନସାରୀ ଓ ସହଯୋଗୀଙ୍କୁ ୧୦ ବର୍ଷ ଜେଲ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବାହୁବଲୀ ନେତା ତଥା ପୂର୍ବତନ ବିଧାୟକ ମୁଖତାର ଅନସାରୀଙ୍କୁ କୋର୍ଟ ୧୦ ବର୍ଷ ଦଣ୍ଡିତ କରିଛନ୍ତି। ୧୯୯୬ ରେ ହୋଇଥିବା ଗ୍ୟାଙ୍ଗଷ୍ଟର ମାମଲାରେ ଆଜି ୨୬ ବର୍ଷ ପରେ କୋର୍ଟ ଅନସାରୀ ଓ ତାଙ୍କ ସହଯୋଗୀ ଭୀମ ସିଂ ଙ୍କୁ ଅପରାଧୀ ଘୋଷଣା କରିବା ସହିତ ସଜା ଶୁଣାଇଛନ୍ତି । ଏହାସହିତ ଗ୍ୟାଙ୍ଗଷ୍ଟାର ଆକ୍ଟରେ ତାଙ୍କ ଉପରେ ୫ ଲକ୍ଷର ଜରିମାନା ଲାଗୁ କରାଯାଇଛି । ୧୧ ଜଣ ସାକ୍ଷୀଙ୍କ ବୟାନ ଏବଂ […]

Samaya Live Picture
Published On

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବାହୁବଲୀ ନେତା ତଥା ପୂର୍ବତନ ବିଧାୟକ ମୁଖତାର ଅନସାରୀଙ୍କୁ କୋର୍ଟ ୧୦ ବର୍ଷ ଦଣ୍ଡିତ କରିଛନ୍ତି। ୧୯୯୬ ରେ ହୋଇଥିବା ଗ୍ୟାଙ୍ଗଷ୍ଟର ମାମଲାରେ ଆଜି ୨୬ ବର୍ଷ ପରେ କୋର୍ଟ ଅନସାରୀ ଓ ତାଙ୍କ ସହଯୋଗୀ ଭୀମ ସିଂ ଙ୍କୁ ଅପରାଧୀ ଘୋଷଣା କରିବା ସହିତ ସଜା ଶୁଣାଇଛନ୍ତି । ଏହାସହିତ ଗ୍ୟାଙ୍ଗଷ୍ଟାର ଆକ୍ଟରେ ତାଙ୍କ ଉପରେ ୫ ଲକ୍ଷର ଜରିମାନା ଲାଗୁ କରାଯାଇଛି । ୧୧ ଜଣ ସାକ୍ଷୀଙ୍କ ବୟାନ ଏବଂ ପରିପାର୍ଶ୍ଵିକ ପରିସ୍ଥିତିକୁ ନିରୀକ୍ଷଣ କରି ଏହି ସଜା ଶୁଣାଯାଇଛି I ତେବେ ନଭେମ୍ବର ୨୫ ରେ ତାଙ୍କର ଶୁଣାଣି ହେବାକୁ ଥିବାବେଳେ ଜଜ ଙ୍କ ବଦଳି ହେବାଯୋଗୁଁ ଏଥିରେ ବିଳମ୍ବ ଘଟିଥିଲା I

ସୂଚନାନୁସାରେ ଗୁରୁବାର ଗାଜିଆବାଦର ଏକ କୋର୍ଟ ମୁଖତାର ଅନସାରୀ ଓ ତାଙ୍କ ସହଯୋଗୀ ଭୀମ ସିଂଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା । ମୁକ୍ତାର ଓ ତାଙ୍କ ସହଯୋଗୀ ଭୀମ ସିଂଙ୍କ ନାମରେ ୧୯୯୬ ମସିହାରେ ମାମଲା ରୁଜୁ ହୋଇଥିଲା । ୨୬ ବର୍ଷ ପରେ କୋର୍ଟ ସେହି ମାମଲାରେ ବାହୁବଳୀ ନେତା ମୁଖତାର ଓ ତାଙ୍କ ସହଯୋଗୀ ଭୀମ ସିଂଙ୍କୁ ଦୋଷୀ ସାବ୍ୟସ୍ତ କରିଛି । ଦଣ୍ଡ ବିଧାନ ବେଳେ ଭୀମ ସିଂ କୋର୍ଟରେ ହାଜର ହୋଇଥିବା ବେଳେ ମୁକ୍ତାରଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର କରାଯାଇଥିଲା ।

ଅନସାରୀଙ୍କ ବିରୋଧରେ ବେଆଇନ ବଟି ଆଦାୟ ,ଜମି ହଡପ ,ହତ୍ୟା ଆଦିକୁ ନେଇ ୪୯ ଟି ସଂଗୀନ ମାମଲା ରୁଜୁ ହୋଇଛି I ମୁଖତାର ଉପରେ ରୁଜୁ ହୋଇଥିବା ମାମଲା ମଧ୍ୟରେ ରାଜେନ୍ଦ୍ର ସିଂ ହତ୍ୟାକାଣ୍ଡ, ବଶିଷ୍ଠ ତିୱାରୀ ଓରଫ ମାଲା ଗୁରୁ ହତ୍ୟାକାଣ୍ଡ, ଅବଧେଶ ରାୟ ହତ୍ୟାକାଣ୍ଡ, କନେଷ୍ଟବଳ ରଘୁବଂଶ ସିଂ ହତ୍ୟାକାଣ୍ଡ ସହ ଗାଜିପୁରର ଆଡିସନାଲ ଏସପି ଏବଂ ଅନ୍ୟ ପୋଲିସକର୍ମୀ ଉପରେ ମରଣାତ୍ମକ ଆକ୍ରମଣ ଭଳି ମାମଲା ରହିଛି ।

ଅନସାରୀଙ୍କ ପୂର୍ବରୁ ତାଙ୍କର ଜଣେ ସମ୍ପର୍କୀୟ ଆତିଫ ରଜାଙ୍କୁ ଗିରଫ କରାଯାଇଥିଲା । ବେଆଇନ ଆର୍ଥିକ କାରବାର ନେଇ ୟୁପି ପୋଲିସ ଅନସାରୀଙ୍କ ନାମରେ ଏଫଆଇଆର ଦାୟର କରିଥିଲା । ଏଥିସହିତ ବିକାଶ କନଷ୍ଟ୍ରକସନ ନାମକ ଏକ କମ୍ପାନୀ ବିରୋଧରେ ଦୁଇଟି ମାମଲା ଦାୟର ହୋଇଥିଲା । ଉକ୍ତ କମ୍ପାନୀକୁ ଅନସାରୀଙ୍କ ପତ୍ନୀ ଓ ଆତିଫଙ୍କ ସମେତ ଆଉ ଦୁଇ ସମ୍ପର୍କୀୟ ଚଲାଉଥିଲେ । ମୁଖତାର ଆନସାରୀ ବର୍ତ୍ତମାନ ବୃନ୍ଦା ଜେଲ ରେ ବନ୍ଦୀ ରହିଛି I

Tags: