ବୋମା ଭର୍ତି ବ୍ୟାଗ ଜବତ ଘଟଣା,ଜଣେ ଅଟକ
ବ୍ରହ୍ମପୁର : ଏନ୍ଏଚ୍ ୧୬ ଖଜୁରିଆ ନିକଟ ଏକ ନିର୍ମାଣଧୀନ କୋଠାରୁ ବୋମା ଭର୍ତ୍ତି ବ୍ୟାଗ୍ ଜବତ କରିଛି ପୋଲିସ । ଏହି ମାମଲାରେ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି । ବୈଦ୍ୟନାଥ ଥାନା ପୋଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିବା ବେଳେ ଏକ ନିର୍ମାଣାଧୀନ କୋଠା ନିକଟରୁ ୪ ଜଣ ଦୁର୍ବୃତ୍ତ ଦୌଡ଼ି ପଳାଉଥିଲେ । ସନ୍ଦେହ କରି ଏମାନଙ୍କୁ ପିଛା କରି ଜଣକୁ ମାଡି ବସିଥିଲା […]
ବ୍ରହ୍ମପୁର : ଏନ୍ଏଚ୍ ୧୬ ଖଜୁରିଆ ନିକଟ ଏକ ନିର୍ମାଣଧୀନ କୋଠାରୁ ବୋମା ଭର୍ତ୍ତି ବ୍ୟାଗ୍ ଜବତ କରିଛି ପୋଲିସ । ଏହି ମାମଲାରେ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।
ବୈଦ୍ୟନାଥ ଥାନା ପୋଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିବା ବେଳେ ଏକ ନିର୍ମାଣାଧୀନ କୋଠା ନିକଟରୁ ୪ ଜଣ ଦୁର୍ବୃତ୍ତ ଦୌଡ଼ି ପଳାଉଥିଲେ । ସନ୍ଦେହ କରି ଏମାନଙ୍କୁ ପିଛା କରି ଜଣକୁ ମାଡି ବସିଥିଲା ପୋଲିସ । ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର ଏସ୍ପି ଶ୍ରବଣା ବିବେକ ଏମ୍ । କହିଛନ୍ତି ଘଟଣାରେ ଜଣକୁ ଅଟକ ରଖି ପଚରାଉଚରା କରାଯାଉଛି । ଖୁବ ଶୀଘ୍ର ଅନ୍ୟ ଅପରାଧୀଙ୍କୁ ଗିରଫ କରାଯିବ । ଏହି ନିର୍ମାଣାଧୀନ କୋଠାରେ ଅପରାଧିକ କାର୍ଯ୍ୟକଳାପ ଚାଲିଥିବା ଖବର ପାଇ ପୋଲିସ ପାଟ୍ରୋଲିଂ ଟିମ୍ ପହଞ୍ଚି ଥିଲା । ପରେ ସେହି ଘରେ ଏକ ବ୍ୟାଗରେ ୭ଟି ବୋମା ଥିବା ଜାଣିବାକୁ ପାଇଥିଲା ପୋଲିସ । ବୋମା ନିଷ୍କିୟକାରୀ ଟିମ୍ ସେଠାରେ ପହଞ୍ଚି ୭ଟି ବୋମାକୁ ନିଷ୍କ୍ରିୟ କରିଥିଲେ । ଘଟଣାରେ ସମ୍ପୃକ୍ତ ଥିବା ଜଣଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି। ଅଟକ ବ୍ୟକ୍ତିଙ୍କ ନାଁରେ ପୂର୍ବରୁ ରହିଛି ଅନେକ ଅପରାଧିକ ମାମଲା । ସ୍ଥାନୀୟ ଅଞ୍ଚଳରେ ପୋଲିସ ପାଟ୍ରୋଲିଂ ଜୋରଦାର କରାଯାଇଛି ।




