ପୁରୀରେ ଅଭବନୀୟ କାଣ୍ଡ,ବାବା ଙ୍କୁ ହତ୍ୟା କଲେ ବାବା

ପୁରୀ : ଶ୍ରୀକ୍ଷେତ୍ରରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା । ତନ୍ତ୍ର ସାଧନା ପାଇଁ ଜଣେ ବାବାଙ୍କ ଆକ୍ରମଣରେ ଜଣେ ବାବାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବାବା ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ପୁରୀ ବାସେଲିସାହି ଲୋକନାଥ ରୋଡ ଗୁରୁକୃପା ଆଶ୍ରମରେ। ମୃତ ବାବା ଜଣଙ୍କ ହେଲେ ପଶ୍ଚିମବଙ୍ଗର ଅର୍ଜୁନ ଦାସ। ଆହତ ବାବା ଦୟାନିଧିଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ବିଷ୍ଣୁ ଦାଶଙ୍କୁ ପୁଲିସ ଅଟକ ରଖିଛି। ବାସେଳିସାହି ଥାନା […]

Samaya Live Picture
Published On

ପୁରୀ : ଶ୍ରୀକ୍ଷେତ୍ରରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା । ତନ୍ତ୍ର ସାଧନା ପାଇଁ ଜଣେ ବାବାଙ୍କ ଆକ୍ରମଣରେ ଜଣେ ବାବାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବାବା ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ପୁରୀ ବାସେଲିସାହି ଲୋକନାଥ ରୋଡ ଗୁରୁକୃପା ଆଶ୍ରମରେ। ମୃତ ବାବା ଜଣଙ୍କ ହେଲେ ପଶ୍ଚିମବଙ୍ଗର ଅର୍ଜୁନ ଦାସ। ଆହତ ବାବା ଦୟାନିଧିଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ବିଷ୍ଣୁ ଦାଶଙ୍କୁ ପୁଲିସ ଅଟକ ରଖିଛି। ବାସେଳିସାହି ଥାନା ଅଧିକାରୀ ରମାକାନ୍ତ ମୁଦୁଲିଙ୍କ ସୂଚନା ମୁତାବକ ବାବା ମାନଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଥିଲା ।

ଖବର ଅନୁଯାୟୀ ଗତି କିଛି ଦିନ ଧରି କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ଝଗଡ଼ା ହୋଇଥିଲା । କ୍ରମଶଃ ଉଗ୍ରରୂପ ଧାରଣ କରିଥିଲା । ଘଟଣାଦିନ ଆଶ୍ରମରେ ଭଜନ କୀର୍ତନ ଚାଲୁଥିବାବେଳେ ଅର୍ଜୁନ ବାବା ନିଜ ରୁମରେ ଏହି ସମୟରେ ବିଷ୍ଣୁ ବାବା ଯାଇ ତାଙ୍କ ମୁଣ୍ଡକୁ କାଠଫାଳିଆରେ ପାହାର ପକାଇଥିଲେ। ସେହି ଠାରେ ହିଁ ଅର୍ଜୁନ ବାବାଙ୍କର ମୃତ୍ୟୁ ହୋଇଥିଲା I ତେବେ ଦୟାନିଧି ବାବାଙ୍କୁ ଏ ବିଷୟରେ ସନ୍ଦେହ ହେବାରୁ ସେ ବିଷ୍ଣୁ ବାବାଙ୍କୁ ଏ ବିଷୟରେ ପଚାରିଥିଲେ I କିନ୍ତୁ ଏଥିରେ ଉତ୍କ୍ଷିପ୍ତ ହୋଇ ବିଷ୍ଣୁ ବାବାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନଥିଲେ I ତେବେ ଦୟାନିଧି ବାବାଙ୍କର ଚିତ୍କାର ଶୁଣି ଆଶ୍ରମବାସୀ ଦୌଡ଼ି ଆସିବାରୁ ,ବାବା ବିଷ୍ଣୁ ଦାସ ଯାଇ ଏକ ଶୌଚାଳୟ ଭିତରେ ଲୁଚି ଯାଇଥିଲେ I ଏ ବିଷୟରେ ପୋଲିସ କୁ ଖବର ଦେବା ପରେ ପୋଲିସ ପହଁଚି ଦୟାନିଧି ବାବାଙ୍କୁ ହସ୍ପିଟାଲ ନେବା ସହ ବିଷ୍ଣୁ ବାବାଙ୍କୁ ଗିରଫ କରିଘଟଣାର ତଦନ୍ତ କରୁଛି। ତେବେ ତନ୍ତ୍ର ସାଧନା ପାଇଁ ଅର୍ଜୁନ ବାବାଙ୍କୁ ହତ୍ୟା କରିଥିବା ବିଷ୍ଣୁ ବାବା ପୋଲିସ ଆଗରେ ସ୍ୱୀକାର କରିଥିବା ଜଣା ପଡିଛି I

Tags: