ନିର୍ବାଚନ ସମ୍ପର୍କିତ କଲ ଆସିଲେ ଦୁରେଇ ରୁହନ୍ତୁ – ଡିସିପି

ଭୁବନେଶ୍ୱର : ସାଇବର ଅପରାଧିଙ୍କ ନୂଆ ଫଣ୍ଡା। ଆପଣଙ୍କ ଭୋଟର ଆଇଡି କଟି ଯାଇଛି। ନୂଆ ଭୋଟର ଆଇଡି ପାଇଁ ଲିଙ୍କ ପଠାଇଲୁ। ତା ଉପରେ କ୍ଲିକ କରନ୍ତୁ। ଯିଏ ସେହି ଲିଙ୍କରେ କ୍ଲିକ କରୁଛି ତା ଆକାଉଣ୍ଟ ଖାଲି ହୋଇଯାଉଛି। ସେହିଭଳି ବର୍ତ୍ତମାନ ନିର୍ବାଚନ ସମୟରେ ବିଭିନ୍ନ ଦଳ ନାଁରେ ଆସୁଛି ଫେକ କଲ। ଆପଣଙ୍କ ପାଖକୁ ଲିଙ୍କ ଗଲା।ସେଥିରେ କ୍ଲିକ କଲେ ଆପଣଙ୍କ ଫୋନରେ ଅନ ଲିମିଟେଡ ରିଚାର୍ଜ ହେବ। ଯିଏ ଏହି ଲିଙ୍କରେ […]

Samaya Live Picture
Published On

ଭୁବନେଶ୍ୱର : ସାଇବର ଅପରାଧିଙ୍କ ନୂଆ ଫଣ୍ଡା। ଆପଣଙ୍କ ଭୋଟର ଆଇଡି କଟି ଯାଇଛି। ନୂଆ ଭୋଟର ଆଇଡି ପାଇଁ ଲିଙ୍କ ପଠାଇଲୁ। ତା ଉପରେ କ୍ଲିକ କରନ୍ତୁ। ଯିଏ ସେହି ଲିଙ୍କରେ କ୍ଲିକ କରୁଛି ତା ଆକାଉଣ୍ଟ ଖାଲି ହୋଇଯାଉଛି। ସେହିଭଳି ବର୍ତ୍ତମାନ ନିର୍ବାଚନ ସମୟରେ ବିଭିନ୍ନ ଦଳ ନାଁରେ ଆସୁଛି ଫେକ କଲ। ଆପଣଙ୍କ ପାଖକୁ ଲିଙ୍କ ଗଲା।ସେଥିରେ କ୍ଲିକ କଲେ ଆପଣଙ୍କ ଫୋନରେ ଅନ ଲିମିଟେଡ ରିଚାର୍ଜ ହେବ। ଯିଏ ଏହି ଲିଙ୍କରେ କ୍ଲିକ କଲା ତା ଆକାଉଣ୍ଟ ଖାଲି।

ସାଇବର ଠକାମିରୁ ଦୁରେଇ ରୁହନ୍ତୁ I ସଚେତନ ହୁଅନ୍ତୁ I ଆପଣଙ୍କ ମୋବାଇଲକୁ ଏହି ସବୁ କଲ ଆସୁଥିଲେ ଏଥିରୁ ସତର୍କ ରୁହନ୍ତୁ ବୋଲି ଅପିଲ କରିଛନ୍ତି ଭୁବନେଶ୍ବର ଡିସିପି । ଠକେଇର ଶିକାର ବ୍ୟକ୍ତି ୧୯୩୦ ରେ ତୁରନ୍ତ ଅଭିଯୋଗ କରିବାକୁ ଅନୁରୋଧ କରିଛନ୍ତି।

Tags: