ଗିରଫ ହେଲେ ଅତୁଲ ସୁବାସଙ୍କ ପତ୍ନୀ ନିକିତା: ମା ଓ ଭାଇଙ୍କୁ ମଧ୍ୟ ବାନ୍ଧିଲା ପୋଲିସ
ବେଙ୍ଗାଳୁରୁ:ଗିରଫ ହେଲେ ଅତୁଲଙ୍କ ସ୍ତ୍ରୀ ନିକିତା । ବେଙ୍ଗାଳୁରୁରେ ଯୁବ ଇଞ୍ଜିନିୟର ଜୀବନ ହାରିବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ। ଅତୁଲଙ୍କ ପତ୍ନୀଙ୍କୁ ଗିରଫ କରିଛି ଗୁରୁଗ୍ରାମ ପୋଲିସନିକିତାଙ୍କ ସହ ତାଙ୍କ ମାଆ ଏବଂ ଭାଇ ମଧ୍ୟ ଗିରଫ ହୋଇଛନ୍ତି ।ମରିବା ପୂର୍ବରୁ ଅତୁଲ ସୁବାସଙ୍କ ଭିଡିଓ ବାର୍ତ୍ତା ଓ ସୁଇସାଇଡ ନୋଟ ଆଧାରରେ ପୋଲିସ ଏହି ତିନି ଜଣଙ୍କୁ ଗିରଫ କରିଛି । ନିକିତାଙ୍କୁ ଗୁରୁଗ୍ରାମ ପୋଲିସ ଗିରଫ କରିଥିବା ବେଳେ ତାଙ୍କ ମାଆ […]
ବେଙ୍ଗାଳୁରୁ:ଗିରଫ ହେଲେ ଅତୁଲଙ୍କ ସ୍ତ୍ରୀ ନିକିତା । ବେଙ୍ଗାଳୁରୁରେ ଯୁବ ଇଞ୍ଜିନିୟର ଜୀବନ ହାରିବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ। ଅତୁଲଙ୍କ ପତ୍ନୀଙ୍କୁ ଗିରଫ କରିଛି ଗୁରୁଗ୍ରାମ ପୋଲିସନିକିତାଙ୍କ ସହ ତାଙ୍କ ମାଆ ଏବଂ ଭାଇ ମଧ୍ୟ ଗିରଫ ହୋଇଛନ୍ତି ।ମରିବା ପୂର୍ବରୁ ଅତୁଲ ସୁବାସଙ୍କ ଭିଡିଓ ବାର୍ତ୍ତା ଓ ସୁଇସାଇଡ ନୋଟ ଆଧାରରେ ପୋଲିସ ଏହି ତିନି ଜଣଙ୍କୁ ଗିରଫ କରିଛି । ନିକିତାଙ୍କୁ ଗୁରୁଗ୍ରାମ ପୋଲିସ ଗିରଫ କରିଥିବା ବେଳେ ତାଙ୍କ ମାଆ ଏବଂ ଭାଇଙ୍କୁ ଗିରଫ କରିଛି ପ୍ରୟାଗରାଜ ପୋଲିସ୍ । ଗିରଫ ପରେ ସମସ୍ତଙ୍କୁ କୋର୍ଟରେ ହାଜର କରାଯାଇଥିବା ସୂଚନା ମିଳିଛି।ସମସ୍ତଙ୍କୁ ୧୪ ଦିନ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠା ଯାଇଛି।
ଗତ ୯ ତାରିଖରେ ଜୀବନ ହାରିଥିଲେ ବେଙ୍ଗାଳୁରୁ ଏଆଇ ଇଞ୍ଜିନିୟର ଅତୁଲ ସୁବାଷ । ପତ୍ନୀଙ୍କ ନିର୍ଯ୍ୟାତନା ସହି ନପାରି ଆତ୍ମହତ୍ୟା କରିଥିଲେ ଅତୁଲ। ମୃତ୍ୟୁଘଣ୍ଟାର ଭିଡିଓ ବାର୍ତ୍ତା ଦେଇଥିଲେ। ଯାହାକୁ ନେଇ ଦେଶରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ପତ୍ନୀ ନିକିତା ଓ ତାଙ୍କ ପରିବାର ଲୋକେ କେମିତି ତାଙ୍କୁ ନିର୍ଯ୍ୟାତନା ଦେଇଆସୁଥିଲେ ତାହା ବଖାଣିଥିଲେ ଭିଡିଓରେ। ୨୪ ପୃଷ୍ଠାର ସୁଇସାଇଡ ନୋଟ ମଧ୍ୟ ଲେଖିଥିଲେ ଅତୁଲ।
ଯାହାକୁ ଆଧାର କରି ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ନେଇଛି। ପତ୍ନୀ ନିକିତା, ନିକିତାଙ୍କ ମା ଓ ଭାଇଙ୍କୁ ପୋଲିସ ଗିରଫ କରିଛି। ତେବେ ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ବଢ଼ିପାରେ। ଆଉ ଜଣେ ଗିରଫ ହେବା ନେଇ ପୋଲିସ କହିଛି।




