ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ସଦର ଥାନା ବୁଢ଼ାଘାଟ ନିକଟରେ ଧାରଣା ସ୍ଥଳରେ ତାଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିବା ସୂଚନା ରହିଛି। ଘଟଣା ସମ୍ପର୍କରେ ବିଧାୟକ ହିମାଂଶୁ ସାହୁ ପୋଲିସ ଆଗରେ ଅଭିଯୋଗ କରିଛନ୍ତି। ଏହା ସହ ସେ କହିଛନ୍ତି ଯେ, ‘ବିରଜା ହାଟ ଖୋଲିବା ପ୍ରସଙ୍ଗକୁ ନେଇ ସ୍ଥାନୀୟ ଲୋକଙ୍କ ଦ୍ଵାରା ଧାରଣା ଓ ରାସ୍ତାରୋକ ଚାଲିଥିଲା। ଏହି ସମୟରେ ମୋ ଗାଡ଼ି […]

Samaya Live Picture
Published On

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ସଦର ଥାନା ବୁଢ଼ାଘାଟ ନିକଟରେ ଧାରଣା ସ୍ଥଳରେ ତାଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିବା ସୂଚନା ରହିଛି।

ଘଟଣା ସମ୍ପର୍କରେ ବିଧାୟକ ହିମାଂଶୁ ସାହୁ ପୋଲିସ ଆଗରେ ଅଭିଯୋଗ କରିଛନ୍ତି। ଏହା ସହ ସେ କହିଛନ୍ତି ଯେ, ‘ବିରଜା ହାଟ ଖୋଲିବା ପ୍ରସଙ୍ଗକୁ ନେଇ ସ୍ଥାନୀୟ ଲୋକଙ୍କ ଦ୍ଵାରା ଧାରଣା ଓ ରାସ୍ତାରୋକ ଚାଲିଥିଲା। ଏହି ସମୟରେ ମୋ ଗାଡ଼ି ଲମ୍ବା ଧାଡ଼ିରେ ଛିଡ଼ା ହୋଇ ରହିଥିଲା। ହଠାତ୍ କିଛି ଲୋକ ଠେଙ୍ଗା ଓ ଟେକା ପଥରରେ ମୋ ଉପରେ ଓ ମୋ କାର ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ।

Tags: