ରାସ୍ତାରେ ଆକ୍ରମଣ କରି ଲୁଟ
ସମ୍ବଲପୁର : ରାସ୍ତାରେ ଆକ୍ରମଣ କରି ଲୁଟିନେଲେ ସୁନା ଓ ଟଙ୍କା I ସମ୍ବଲପୁର ଧନୁପାଲୀ ମାୟା ବଗିଚା ଠାରେ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ଲୁଟ ହୋଇଥିବା ଜଣାପଡିଛି I ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାରେ । ସୂଚନା ଅନୁଯାୟୀ,ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ମାୟାବଗିଚା ଠାରେ ଜଣେ ବ୍ୟକ୍ତି କୌଣସି କାମରେ ଯାଉଥିଲେ । ସେହି ସମୟରେ ୪ରୁ ୫ ଜଣ ଯୁବକ […]
ସମ୍ବଲପୁର : ରାସ୍ତାରେ ଆକ୍ରମଣ କରି ଲୁଟିନେଲେ ସୁନା ଓ ଟଙ୍କା I ସମ୍ବଲପୁର ଧନୁପାଲୀ ମାୟା ବଗିଚା ଠାରେ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ଲୁଟ ହୋଇଥିବା ଜଣାପଡିଛି I ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାରେ ।
ସୂଚନା ଅନୁଯାୟୀ,ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ମାୟାବଗିଚା ଠାରେ ଜଣେ ବ୍ୟକ୍ତି କୌଣସି କାମରେ ଯାଉଥିଲେ । ସେହି ସମୟରେ ୪ରୁ ୫ ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ । ଏହାପରେ ତାଙ୍କଠାରୁ ୫ ହଜାର ଟଙ୍କା ସହ ସୁନାଚେନ୍କୁ ଲୁଟ କରିଥିଲେ । ଏହି ଆକ୍ରମଣରେ ବ୍ୟକ୍ତିଙ୍କ ମୁଣ୍ଡ ଫାଟି ଯାଇଥିଲା । ଏନେଇ ଧନୁପାଲି ଥାନାରେ ଅଭିଯୋଗ କରାଯାଇଛି । ତୁରନ୍ତ ଦୁର୍ବୁତ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।




