ATM ତାଡି ଟଙ୍କା ଲୁଟ ,ଗଙ୍ଗୁଆ ନାଳରୁ ଉଦ୍ଧାର ହେଲା ମେସିନ
ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ATM ଲୁଟେରା । କିଛି ଦିନର ବବ୍ୟବଧାନ ପରେ ଆତ୍ମ ଅତାଦି କରିଛଢହାନ୍ତି ବଡ଼ ଧରଣର ଲୁଟ । ATM ମେସିନ ଉଠାଇନେଇ ଟଙ୍କା ଲୁଟ ପରେ ମେସିନକୁ ଗଙ୍ଗୁଆ ନାଳ କୁ ଫିଙ୍ଗିଦେଇଛନ୍ତି । ପାଖାପାଖି ୧୦ ଲକ୍ଷରୁ ଉର୍ଧ୍ଵ ଟଙ୍କାର ଲୁଟ ହୋଇଥିବା ସୂଚନା ମିଳିଛି । ଗତ ବିଳମ୍ବିତ ରାତିରେ ଭୁବନେଶ୍ବର ସାମନ୍ତରାପୁର ସ୍ଥିତ ଶ୍ରୀରାମନଗରର ଏସ୍ବିଆଇ ATM ଏହି ବଡ଼ ଧରଣର ଲୁଟ ହୋଇଥିବା ସୂଚନା […]
ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ATM ଲୁଟେରା । କିଛି ଦିନର ବବ୍ୟବଧାନ ପରେ ଆତ୍ମ ଅତାଦି କରିଛଢହାନ୍ତି ବଡ଼ ଧରଣର ଲୁଟ । ATM ମେସିନ ଉଠାଇନେଇ ଟଙ୍କା ଲୁଟ ପରେ ମେସିନକୁ ଗଙ୍ଗୁଆ ନାଳ କୁ ଫିଙ୍ଗିଦେଇଛନ୍ତି । ପାଖାପାଖି ୧୦ ଲକ୍ଷରୁ ଉର୍ଧ୍ଵ ଟଙ୍କାର ଲୁଟ ହୋଇଥିବା ସୂଚନା ମିଳିଛି । ଗତ ବିଳମ୍ବିତ ରାତିରେ ଭୁବନେଶ୍ବର ସାମନ୍ତରାପୁର ସ୍ଥିତ ଶ୍ରୀରାମନଗରର ଏସ୍ବିଆଇ ATM ଏହି ବଡ଼ ଧରଣର ଲୁଟ ହୋଇଥିବା ସୂଚନା ମିଳିଛି Cବିଳମ୍ବିତ ରାତିରେ ଏଟିଏମ୍ ତାଡି ମେସିନ ଧରି ଛୁ ମାରିଥିଲେ ଲୁଟେରା । ସକାଳୁ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ ।
ଅଭିଯୋଗ ଆଧାରରେ ବିଭିନ୍ନ ସ୍ଥାନରେ ଛାନ୍ଭିନ୍ କରିଥିଲା ଧଉଳି ଥାନା ପୋଲିସ । ଶେଷରେ ଗଙ୍ଗୁଆ ନାଳରୁ ମିଳିଛି ଭଙ୍ଗା ଏଟିଏମ୍ ମେସିନ । ଲୁଟେରାମାନେ ଏଟିଏମରୁ ପଇସା ନେଇ ମେସିନ ନାଳରେ ଫୋପାଡି ଦେଇଥିବା ସୂଚନା ଦେଇଛି ପୋଲିସ । ନାଳ ପାଖରେ ଗୋଟିଏ ଡାଲା ଅଟୋକୁ ଜବତ କରିଛି ପୋଲିସ । ଏଟିଏମ୍ ତାଡିବା ପରେ ଏହି ଅଟୋ ବ୍ୟବହାର କରାଯାଇଥିବା ସନ୍ଦେହ କରାଯାଉଛି । ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଆଧାରରେ ଲୁଟେରାଙ୍କୁ ଧରିବାକୁ ପୋଲିସ ଧରପଗଡ ଆରମ୍ଭ କରିଛି ।




