ଭିଜିଲାନ୍ସ ଜାଲରେ ଆଠଗଡ଼ ବିଡ଼ିଓ
ଆଠଗଡ଼ : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । କଟକ ଆଠଗଡ଼ ବିଡିଓ ବିଡିଓ ପ୍ରଦୀପ କୁମାର ସାହୁଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର,ଖୋର୍ଦ୍ଧା,ନୟାଗଡ଼,ଆଠଗଡ଼ ସମେତ ଏକକାଳୀନ ୮ଟି ସ୍ଥାନରେ ଚଢାଉ କରାଯାଉଛି । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଭୁବନେଶ୍ୱର ଗୌତମ ନଗରରେ ଥିବା ଶ୍ରୀଇନକ୍ଲେଭ ଆପାର୍ଟମେଣ୍ଟର ଦ୍ବିତୀୟ ମହଲାରେ ଥିବା ଘର, ଖୋର୍ଦ୍ଧା ଭଲିଆବାଡ଼ିରେ ଥିବା ବିଲ୍ଡିଂ, ରାଜସୁନାଖଳାରେ ତିନି […]
ଆଠଗଡ଼ : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । କଟକ ଆଠଗଡ଼ ବିଡିଓ ବିଡିଓ ପ୍ରଦୀପ କୁମାର ସାହୁଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର,ଖୋର୍ଦ୍ଧା,ନୟାଗଡ଼,ଆଠଗଡ଼ ସମେତ ଏକକାଳୀନ ୮ଟି ସ୍ଥାନରେ ଚଢାଉ କରାଯାଉଛି ।
ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଭୁବନେଶ୍ୱର ଗୌତମ ନଗରରେ ଥିବା ଶ୍ରୀଇନକ୍ଲେଭ ଆପାର୍ଟମେଣ୍ଟର ଦ୍ବିତୀୟ ମହଲାରେ ଥିବା ଘର, ଖୋର୍ଦ୍ଧା ଭଲିଆବାଡ଼ିରେ ଥିବା ବିଲ୍ଡିଂ, ରାଜସୁନାଖଳାରେ ତିନି ମହଲା କୋଠା ଓ ପୈତୃକ ଘର, ଖୋର୍ଦ୍ଧା ପିଚୁକୁଳିରେ ସମ୍ପର୍କୀୟଙ୍କ ଘର, ଆଠଗଡ଼ରେ ଥିବା ଅଫିସ, କ୍ବାର୍ଟର୍ସ ଆଦି ସ୍ଥାନରେ ରେଡ୍ ଚାଲିଛି । ୬ ଜଣ ଡ଼ିଏସପିଙ୍କ ନେତୃତ୍ବରେ ୬ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଓ ଅନ୍ୟ ଷ୍ଟାଫ ଚଢ଼ାଉ ଜାରି ରଖିଛନ୍ତି ।




