ଭିଜିଲାନ୍ସ ହାତରେ ସହକାରୀ ଯନ୍ତ୍ରୀ

ରାୟଗଡା : ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ I ରାୟଗଡା ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ(ଏଷ୍ଟିମେଟର) ରମାକାନ୍ତ ମଲ୍ଲିକଙ୍କୁ ଲାଞ୍ଚ ନେଉଥିବାବେଳେ ଧରିଛି ଭିଜିଲାନ୍ସ ଇ ଜଣେ ଠିକାଦାରଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ସେ ଧରାପଡ଼ିଛନ୍ତି I ବହୁ ପୂର୍ବରୁ ରାୟଗଡା ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ(ଏଷ୍ଟିମେଟର) ରମାକାନ୍ତ ମଲ୍ଲିକଙ୍କ ନାଁରେ ଲାଞ୍ଚ ନଦେଲେ କୌଣସି ଫାଇଲ କାମ କରୁ ନଥିବା ଅଭିଯୋଗ ହୋଇ ଆସୁଥିଲା । ଆଜି […]

Samaya Live Picture
Published On

ରାୟଗଡା : ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ I ରାୟଗଡା ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ(ଏଷ୍ଟିମେଟର) ରମାକାନ୍ତ ମଲ୍ଲିକଙ୍କୁ ଲାଞ୍ଚ ନେଉଥିବାବେଳେ ଧରିଛି ଭିଜିଲାନ୍ସ ଇ ଜଣେ ଠିକାଦାରଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ସେ ଧରାପଡ଼ିଛନ୍ତି I

ବହୁ ପୂର୍ବରୁ ରାୟଗଡା ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ(ଏଷ୍ଟିମେଟର) ରମାକାନ୍ତ ମଲ୍ଲିକଙ୍କ ନାଁରେ ଲାଞ୍ଚ ନଦେଲେ କୌଣସି ଫାଇଲ କାମ କରୁ ନଥିବା ଅଭିଯୋଗ ହୋଇ ଆସୁଥିଲା । ଆଜି ଝଞ୍ଜାବତୀ ନଦୀରେ ଥିବା ପମ୍ପ ହାଉସର ମରାମତି ବାବଦକୁ ଏଷ୍ଟିମେଟ କରିବା ପାଇଁ ଠିକାଦାର ସୁମନ୍ତ ପରିଡ଼ାଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ରମାକାନ୍ତ ମଲ୍ଲିକ । ଗତ ଫେବ୍ରୁଆରୀ ମାସରେ ଏହାର ମରାମତି କାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏଷ୍ଟିମେଟ ହୋଇ ନଥିଲା। ଏଷ୍ଟିମେଟ କରିବା ପାଇଁ ରମାକାନ୍ତ ମଲ୍ଲିକ ବାରମ୍ବାର ଲାଞ୍ଚ ମାଗିବାରୁ ଠିକାଦାର ସୁମନ୍ତ ପରିଡ଼ା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।ବାରମ୍ବାର ଏନେଇ ଅଭିଯୋଗ ହେଉଥିଲେ ମଧ୍ୟ ବାବୁଙ୍କ ନାମରେ କେହି ପାଟି ଫିଟାଇବାକୁ ଡରନ୍ତି। କିନ୍ତୁ ଆଜି ଲାଞ୍ଚ ନେବା ତାଂକ ପାଇଁ ମହଙ୍ଗା ପଡିଲା। ୭ ହଜାର ଟଂକା ଲାଞ୍ଚ ନେଲା ବେଳେ ଭିଜିଲାନସ ହାତରେ ଧରାପଡି ଗିରଫ ହୋଇଛନ୍ତି । ଏହାପରେ ରାମାକାନ୍ତଙ୍କ କୋଟଲାଗୁଡା ଭଡା ଘର ସହ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ତେବେ ଏହି ଚଢ଼ାଉ ସମ୍ପର୍କିତ ସଠିକ ତଥ୍ୟ ଏପର୍ଯ୍ୟନ୍ତ ଜଣାପଡିନାହିଁ I ରମାକାନ୍ତ ମଲ୍ଲିକଙ୍କୁ ରାୟଗଡ଼ା ସ୍ଥିତ ଭିଜିଲାନ୍ସ ଡିଏସପି କାର୍ଯ୍ୟାଳୟକୁ ନେଇ ପଚରାଉଚରା କରାଯାଉଛି

Tags: