ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ଓଡିଶା ଜଳ ଯୋଗାଣ ଏବଂ ସ୍ଵେରେଜ୍ ବୋର୍ଡ ଆସିଷ୍ଟାଣ୍ଟ ମ୍ୟାନେଜର। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡିଶା ଜଳ ଯୋଗାଣ ଏବଂ ସ୍ୱେରେଜ ବୋର୍ଡ ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ ଚାଲିଛି । ଚଢାଉରେ ୭ ଡିଏସପି, ୯ ଜଣ ଇନ୍ସପେକ୍ଟର ଏବଂ ୧୦ ଜଣ ଆଇଆଇସି ସାମିଲ୍‌ ରହିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି, ସେନେଇ କୌଣସି ସ୍ପଷ୍ଟ […]

Samaya Live Picture
Published On

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ଓଡିଶା ଜଳ ଯୋଗାଣ ଏବଂ ସ୍ଵେରେଜ୍ ବୋର୍ଡ ଆସିଷ୍ଟାଣ୍ଟ ମ୍ୟାନେଜର। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡିଶା ଜଳ ଯୋଗାଣ ଏବଂ ସ୍ୱେରେଜ ବୋର୍ଡ ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ ଚାଲିଛି । ଚଢାଉରେ ୭ ଡିଏସପି, ୯ ଜଣ ଇନ୍ସପେକ୍ଟର ଏବଂ ୧୦ ଜଣ ଆଇଆଇସି ସାମିଲ୍‌ ରହିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଭିଜିଲାନ୍ସର ଚଢାଉ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ମିଳିଛି ।

ଆଜି ସକାଳୁ ଭିଜିଲାନ୍ସ ପକ୍ଷରୁ ଦେବାଶିଷ ସାହୁଙ୍କ ଖୋର୍ଦ୍ଧା ଜଟଣୀରେ ଥିବାଘର, ଭୁବନେଶ୍ଵର ଆଇଗିଣିଆ ସ୍ଥିତ ଭଡା ଘର , ଜଟଣୀରେ ଥିବା ଆଉ ଏକ ଦୁଇ ଏବଂ ତିନି ମହଲା ବିଶିଷ୍ଟ ନିର୍ମାଣାଧିୀନ ଘର , ଭୁବନେଶ୍ଵରରେ ଥିବା ଅଫିସ ଏବଂ କଟକ ଚୌଦ୍ଵାରରେ ଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରୁଛି ।

Tags: