ଲାଞ୍ଚ ନେବାବେଳେ ସହକାରୀ ଯନ୍ତ୍ରୀ ଗିରଫ
ଭୁବନେଶ୍ୱର : ଭିଜିଲାନ୍ସ ଜଳରେ ସହକାରୀ ଯନ୍ତ୍ରୀ । କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ସହକାରୀ ଯନ୍ତ୍ରୀ ଲମ୍ବୋଦର ନାୟକ ୨୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି । ଜଣେ ଠିକାଦାରଙ୍କ ଠାରୁ ବିଲ୍ ପାସ୍ କରିବା ପାଇଁ ସେ ଲାଞ୍ଚ ମାଗିଥିଲେ । ସୂଚନା ଅନୁସାରେ, ମସିଗାଁ ଗ୍ରାମ ପଞ୍ଚାୟତର ଏମଜିଏନଆରଇଜିଏ ଅଧୀନରେ ହେଉଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା […]
ଭୁବନେଶ୍ୱର : ଭିଜିଲାନ୍ସ ଜଳରେ ସହକାରୀ ଯନ୍ତ୍ରୀ । କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ସହକାରୀ ଯନ୍ତ୍ରୀ ଲମ୍ବୋଦର ନାୟକ ୨୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି । ଜଣେ ଠିକାଦାରଙ୍କ ଠାରୁ ବିଲ୍ ପାସ୍ କରିବା ପାଇଁ ସେ ଲାଞ୍ଚ ମାଗିଥିଲେ ।
ସୂଚନା ଅନୁସାରେ, ମସିଗାଁ ଗ୍ରାମ ପଞ୍ଚାୟତର ଏମଜିଏନଆରଇଜିଏ ଅଧୀନରେ ହେଉଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ଠାରୁ ଶ୍ମଶାନ ରାସ୍ତା ନିର୍ମାଣ ନିମନ୍ତେ ୬ ଲକ୍ଷ ଟଙ୍କାର ବିଲ କରିବାକୁ ଠିକାଦାର ପ୍ରଫୁଲ ସ୍ବାଇଁଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏନେଇ ସମ୍ପୃକ୍ତ ଠିକାଦାର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଜି ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଦୁର୍ନୀତି ନିବାରଣ ବିଭାଗର ଅଧିକାରୀମାନେ ତାଙ୍କୁ ଧରିଥିଲେ । ତାଙ୍କ ଠାରୁ ଭିଜିଲାନ୍ସ ରଙ୍ଗବୋଳା ଟଙ୍କା ଜବତ କରିବା ସହ ଘର ଓ କାର୍ଯ୍ୟାଳୟରେ ଚଢଉ ଜାରି ରହିଛି ।




