ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣା: ସ୍ୱାମୀଙ୍କୁ ଜେରା

ରାଉରକେଲା : ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣାରେ ସ୍ୱାମୀଙ୍କୁ ଆଜି ଜେରା କରାଯାଇଛି I ସୁସ୍ମିତା ଙ୍କ ସ୍ୱାମୀ ସୁଶୀଲ ଟପ୍ନୋଙ୍କୁ ଆଜି ରାଉରକେଲା ଏସପି ଅଫିସରେ ଜେରା କରାଯାଇଛି। ତଦନ୍ତକାରୀ ଅଧିକାରୀ ଡିଏସପି ବନିତା ମାଝୀ ସୁଶୀଲଙ୍କୁ ଘଟଣା ସମ୍ପର୍କରେ ପ୍ରାୟ ଦୁଇ ଘଣ୍ଟା ଧରି ପଚରାଉଚରା କରିଥିବା ଜଣାଯାଇଛି। ସୁଶୀଲ ଟପ୍ନୋ ଛତିଶଗଡ଼ରେ ଏକ ବ୍ୟାଙ୍କରେ କାର୍ଯ୍ୟରତ ଥିବା ଜଣାଯାଇଛି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ସହକାରୀ କଲେକ୍ଟର ଥିଲେ ସୁସ୍ମିତା […]

Samaya Live Picture
Published On

ରାଉରକେଲା : ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣାରେ ସ୍ୱାମୀଙ୍କୁ ଆଜି ଜେରା କରାଯାଇଛି I ସୁସ୍ମିତା ଙ୍କ ସ୍ୱାମୀ ସୁଶୀଲ ଟପ୍ନୋଙ୍କୁ ଆଜି ରାଉରକେଲା ଏସପି ଅଫିସରେ ଜେରା କରାଯାଇଛି। ତଦନ୍ତକାରୀ ଅଧିକାରୀ ଡିଏସପି ବନିତା ମାଝୀ ସୁଶୀଲଙ୍କୁ ଘଟଣା ସମ୍ପର୍କରେ ପ୍ରାୟ ଦୁଇ ଘଣ୍ଟା ଧରି ପଚରାଉଚରା କରିଥିବା ଜଣାଯାଇଛି। ସୁଶୀଲ ଟପ୍ନୋ ଛତିଶଗଡ଼ରେ ଏକ ବ୍ୟାଙ୍କରେ କାର୍ଯ୍ୟରତ ଥିବା ଜଣାଯାଇଛି।

ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ସହକାରୀ କଲେକ୍ଟର ଥିଲେ ସୁସ୍ମିତା ମିଞ୍ଜ I ଗତମାସ ୧୯ ତାରିଖରେ ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତଦେହ ରାଉରକେଳାସ୍ଥିତ ସେନସରି ପାର୍କ ପୋଖରୀରୁ ଉଦ୍ଧର କରାଯାଇଥିଲା I ଏହି ଘଟଣାରେ ତାଙ୍କୁ ଯୋଜନାବଦ୍ଧଭାବେ ହତ୍ୟା କରିଥିବା ନେଇ ମୃତକଙ୍କ ଭାଇ ସନ୍ଦୀପ ମିଞ୍ଜ ଅଭିଯୋଗ ଆଣିଥିଲେ। I ପରିବାର ସଦସ୍ୟଙ୍କ ଅଭିଯୋଗ କ୍ରମେ କଲେକ୍ଟର ଅଫିସ ର ଦୁଇ ବରିଷ୍ଠ ଅଧିକାରୀ ସୁସ୍ମିତାଙ୍କୁ ମାନସିକ ଚାପି ଦେଉଥିବା ଅଭିଯୋଗ ହୋଇଥିଲା I

ଏହି ଘଟଣାରେ ଡିଏସ୍‌ପି ବନୀତା ମାଝୀଙ୍କ ନେତୃତ୍ବରେ ତଦନ୍ତ ଜାରି ରହିଥିବାବେଳେ ନିର୍ଦ୍ଦିଷ୍ଟ କେବେ ଶେଷ ହେବ ଓ ଅଭିଯୁକ୍ତ ଧରାପଡ଼ିବେ, ତାହା ସ୍ପଷ୍ଟ ହୋଇନି। ଏନେଇ ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ର ପ୍ରତିକ୍ରିୟା ରଖିଥିଲେ। ତଦନ୍ତ ସଂପୂର୍ଣ୍ଣ ମୁକ୍ତ ଓ ନିରକ୍ଷେପ ହେଉଥିବା ନେଇ ପ୍ରତ୍ରିକ୍ରିୟା ରଖିଥିଲେ। ପରିବାର ସଦସ୍ୟଙ୍କ ଅଭିଯୋଗକ୍ରମେ ସୁନ୍ଦରଗଡ଼ ଜିଲ୍ଲାପାଳ ଡା. ପରାଗ ହର୍ଷଦ ଗାଭାଲି ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ରଙ୍କ ପଚରାଉଚରା କରିଯିବ କି ବୋଲି ପ୍ରଶ୍ନ ହେବାରୁ କହିଲେ, ପ୍ରକ୍ରିୟାରେ ଯାହା ନାଁରେ କିଛି ବି ଅଭିଯୋଗ ଆସିବ, ତାଙ୍କୁ ଜେରା କରାଯିବ ବୋଲି କହିଥିଲେ।

Tags: