ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣା,୧୪ ଜଣଙ୍କୁ HRPC R ଜେରା
ରାଉରକେଲା : ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣାରେ ୧୪ ଜଣଙ୍କୁ ଜେରା I ହୋଟେଲ ‘ଅନୁରାଗ’ର ମ୍ୟାନେଜର ଦିନେଶ ରାଏଙ୍କ ସହିତ ୧୪ ଜଣଙ୍କୁ ଜେରା କରିଛନ୍ତି ଏଚଆରପିସି ଡିଏସପି ବନିତା ମାଝୀ I ଏହାସହିତ ଦିନେଶ ରାଏଙ୍କର ୧୬୧ ବୟାନ ରେକର୍ଡ ସହ ଅଡିଓ ଭିଡିଓ ରେକର୍ଡ କରାଯାଇଛି। ସୁସ୍ମିତା ହୋଟେଲରେ ଥିବାବେଳେ ତାଙ୍କ ସହ ଦେଖା କରିବାକୁ କିଏ ଆସିଥିଲେ ଏବଂ କେତେ ଦିନ ସେ ହୋଟେଲରେ ରହିଥିଲେ । ଏହିଭଳି […]
ରାଉରକେଲା : ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣାରେ ୧୪ ଜଣଙ୍କୁ ଜେରା I ହୋଟେଲ ‘ଅନୁରାଗ’ର ମ୍ୟାନେଜର ଦିନେଶ ରାଏଙ୍କ ସହିତ ୧୪ ଜଣଙ୍କୁ ଜେରା କରିଛନ୍ତି ଏଚଆରପିସି ଡିଏସପି ବନିତା ମାଝୀ I ଏହାସହିତ ଦିନେଶ ରାଏଙ୍କର ୧୬୧ ବୟାନ ରେକର୍ଡ ସହ ଅଡିଓ ଭିଡିଓ ରେକର୍ଡ କରାଯାଇଛି। ସୁସ୍ମିତା ହୋଟେଲରେ ଥିବାବେଳେ ତାଙ୍କ ସହ ଦେଖା କରିବାକୁ କିଏ ଆସିଥିଲେ ଏବଂ କେତେ ଦିନ ସେ ହୋଟେଲରେ ରହିଥିଲେ । ଏହିଭଳି ଅନେକ ପ୍ରକାର ପ୍ରଶ୍ନ ପଚାରିଛି HRPC ।
ସୂଚନାଯୋଗ୍ୟ, ଗତ ୧୬ ରାତ୍ରିରୁ ୧୭ ତାରିଖ ଅପରାହ୍ଣ ପର୍ଯ୍ୟନ୍ତ ହୋଟେଲ ଅନୁରାଗର ୨୦୫ ନମ୍ବର ରୁମରେ ସୁସ୍ମିତା ରହିଥିଲେ ବୋଲି ଜଣାପଡିଛି । ଆଉ ଏହି ହୋଟେଲରୁ ଅନେକ କିଛି ପ୍ରମାଣ ମିଳିଥିବା ସୂଚନା ଦେଇଛନ୍ତି ଏସପି ମିତ୍ରଭାନୁ ମହାପାତ୍ର । ଏହି ଘଟଣାରେ ସୁସ୍ମିତା ମିଞ୍ଜଙ୍କ ସ୍ୱାମୀ ସୁଶୀଲ ଟୋପନୋଙ୍କୁ ମଧ୍ୟ HRPC ଜେରା କରିସାରିଛି I ଏହି ଘଟଣାରେ ଆଉ କିଛି ଜଣଙ୍କୁ ଜେରା କରିବେ ବୋଲି ରାଉରକେଲା ଏସ୍ପି ମିତ୍ରଭାନୁ ମହାପାତ୍ର କହିଛନ୍ତି ।
ଏଣେ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଉଦିତନଗର ଏଏସଆଇ ଏଲିଶ ଲୁଗୁନଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଝାରଖଣ୍ଡ ମୁକ୍ତିମୋର୍ଚ୍ଚା ପକ୍ଷରୁ ଏଡିଏମ ଅଫିସ ଘେରାଉ କରାଯାଇଛିl




