ସମାଜସେବୀଙ୍କୁ ଖଣ୍ଡାରେ ଆକ୍ରମଣ
ଭୁବନେଶ୍ୱର : ଦିନକୁ ଦିନ ଅଶାନ୍ତ ହେଉଛି ରାଜଧାନୀ ଭୁବନେଶ୍ୱର । ଏୟାରଫିଲଡ ଥାନା ଅଧୀନ ପଳାଶପଲ୍ଲୀ ଛକରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ । ଗୁରୁତର ଆହତ ଯୁବକଙ୍କ ନାଁ ଶିବପ୍ରସାଦ ଶ୍ରୀଚନ୍ଦନ । ସେ ଜଣେ ସମାଜସେବୀ ବୋଲି ସୂଚନା ମିଳିଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ଏୟାରପୋର୍ଟ ଥାନା ପୋଲିସ । ଆକ୍ରମଣ ସମୟରେ ବ୍ୟବହୃତ ବାଇକ ଜବତ ହୋଇଛି । ସୂଚନାନୁସାରେ,ଗତକାଲି ରାତିରେ ଶିବପ୍ରସାଦ ସ୍କୁଟି ଯୋଗେ ପଳାଶପଲ୍ଲୀ […]
ଭୁବନେଶ୍ୱର : ଦିନକୁ ଦିନ ଅଶାନ୍ତ ହେଉଛି ରାଜଧାନୀ ଭୁବନେଶ୍ୱର । ଏୟାରଫିଲଡ ଥାନା ଅଧୀନ ପଳାଶପଲ୍ଲୀ ଛକରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ । ଗୁରୁତର ଆହତ ଯୁବକଙ୍କ ନାଁ ଶିବପ୍ରସାଦ ଶ୍ରୀଚନ୍ଦନ । ସେ ଜଣେ ସମାଜସେବୀ ବୋଲି ସୂଚନା ମିଳିଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ଏୟାରପୋର୍ଟ ଥାନା ପୋଲିସ । ଆକ୍ରମଣ ସମୟରେ ବ୍ୟବହୃତ ବାଇକ ଜବତ ହୋଇଛି ।
ସୂଚନାନୁସାରେ,ଗତକାଲି ରାତିରେ ଶିବପ୍ରସାଦ ସ୍କୁଟି ଯୋଗେ ପଳାଶପଲ୍ଲୀ ଲେନ-୧ ସ୍ଥିତ ଘରକୁ ଫେରୁଥିବା ବେଳେ ତିନି ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଆକ୍ରମଣ କରିଲେ । ଆକ୍ରମଣ ସମୟରେ ଶିବପ୍ରସାଦ ସ୍କୁଟି ଛାଡି ଦୌଡ଼ି ପଳାଉଥିବାବେଳେ,ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ ଦୁର୍ବୁତ୍ତ । ଶିବପ୍ରସାଦଙ୍କ କାନ୍ଧ, ହାତ ଓ ଜଙ୍ଘରେ ଗଭୀର ଆଘାତ ଲାଗିଛି । ଘଟଣା ଘଟାଇ ଦୁର୍ବୁତ୍ତମାନେ ଫେରାର ହୋଇଯାଇଥିଲେ ।
ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଶିବପ୍ରସାଦଙ୍କୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଛି । ଖବର ପାଇ ବିଳମ୍ବିତ ରାତିରେ ଏମ୍ସରେ ପହଂଚିଥିଲେ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ତୁରନ୍ତ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶିବପ୍ରସାଦ ଆକ୍ରମଣର ଶିକାର ହୋଇଥିବା ସୂଚନା ମିଳିଛି । କିଛି ମାସ ତଳେ ମଧ୍ୟ ସେ ଆକ୍ରମଣର ଶିକାର ହୋଇଥିଲେ ।




