ଭିଜିଲାନ୍ସ ଜାଲରେ ଏଏସଆଇ
ବୌଦ୍ଧ : ଭିଜିଲାନ୍ସ ଜାଲରେ ଫସିଲେ ପୋଲିସ ଏଏସଆଇ I ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ କିଆକଟା ଥାନା ଏଏସଆଇ ନବୀନ ଶତପଥୀଙ୍କୁ ଧରିଛି ଭିଜିଲାନ୍ସ I ଏକ ଘରୋଇ ଗଣ୍ଡଗୋଳ ମାମଲାର ରଫା ଦଫା କରିବା ପାଇଁ ସେ ଏହି ଲାଞ୍ଚ ନେଉଥିବା ଜଣାପଡିଛି । ଏଏସ୍ଆଇ ନବୀନ କୁମାର ଶତପଥୀଙ୍କୁ ଧରିଛି ବ୍ରହ୍ମପୁର ଭିଜିଲାନ୍ସ ଟିମ୍। ସୂଚନାନୁସାରେ,କିଆକଟା ଥାନା ଏଏସଆଇ ନବୀନ ଶତପଥୀ ବେଲାଦୁଲା ଗାଁର ପଞ୍ଚାନନ ମେହେରଙ୍କ ଏକ ବିବାଦୀୟ ଘଟଣାର […]
ବୌଦ୍ଧ : ଭିଜିଲାନ୍ସ ଜାଲରେ ଫସିଲେ ପୋଲିସ ଏଏସଆଇ I ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ କିଆକଟା ଥାନା ଏଏସଆଇ ନବୀନ ଶତପଥୀଙ୍କୁ ଧରିଛି ଭିଜିଲାନ୍ସ I ଏକ ଘରୋଇ ଗଣ୍ଡଗୋଳ ମାମଲାର ରଫା ଦଫା କରିବା ପାଇଁ ସେ ଏହି ଲାଞ୍ଚ ନେଉଥିବା ଜଣାପଡିଛି । ଏଏସ୍ଆଇ ନବୀନ କୁମାର ଶତପଥୀଙ୍କୁ ଧରିଛି ବ୍ରହ୍ମପୁର ଭିଜିଲାନ୍ସ ଟିମ୍।
ସୂଚନାନୁସାରେ,କିଆକଟା ଥାନା ଏଏସଆଇ ନବୀନ ଶତପଥୀ ବେଲାଦୁଲା ଗାଁର ପଞ୍ଚାନନ ମେହେରଙ୍କ ଏକ ବିବାଦୀୟ ଘଟଣାର ସମାଧାନ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ I ତେବେ ଏହା ୧୦ ହଜାରରେ କଥା ଛିଣ୍ଡିଥିବା ବେଳେ ପୂର୍ବରୁ ପଞ୍ଛାନନଙ୍କ ଠାରୁ ୨ ହଜାର ଟଙ୍କା ନେଇ ସାରିଥିଲେ I ଏନେଇ ପଞ୍ଚାନନ ଭିଜିଲାନ୍ସରେ ଅଭିଯୋଗ କରିଥିଲେ I ଆଜି ପୁଣି ଆଜି ପଞ୍ଚାନନ ୮ ହଜାର ଟଙ୍କା ଦେଉଥିବାବେଳେ ବୌଦ୍ଧ ବସଷ୍ଟାଣ୍ଡରୁ ଧରିଲା ବୌଦ୍ଧ ଭିଜିଲାନ୍ସ। ଏହି ଘଟଣା ପରେ ବୌଦ୍ଧ ସହର ବୁଟୁପଲ୍ଲୀସ୍ଥିତ ନବୀନଙ୍କ ବାସଗୃହ ଓ ଥାନାରେ ମଧ୍ୟ ଚଢ଼ଉ କରାଯାଇଛି।




