ASI ଆଲିଶା ଲୁଗୁନଙ୍କ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ଦାବି କଲେ ପରିବାର

ରାଉରକେଲା : ଉଦିତନଗର ଥାନା ASI ଆଲିଶା ଲୁଗୁନଙ୍କ ମୃତ୍ୟୁ ଘଟଣା I ପ୍ରେସ ମିଟ କରି ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ପରିବାର। ଏଥିରେ ପୋଲିସ ତଦନ୍ତରେ ପ୍ରଶ୍ନ ଉଠାଇବା ସହ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ପରିବାର । ଆଲିଶାଙ୍କ ମୃତ୍ୟୁକୁ ନେଇ ଏସପି ମିତ୍ରଭାନୁ ମହାପାତ୍ରଙ୍କ ମନ୍ତବ୍ୟକୁ ସେ ଗ୍ରହଣ କରି ପାରିନାହାନ୍ତି । ଏକ୍ସାଇଟେଡ ଡେଲିରିୟମରେ ମୃତ୍ୟୁ ହୋଇଥିବା ଏସପି କହିବା ଦୁର୍ଭାଗ୍ୟଜନକ । ଆଲିଶା ଲୁଗୁନଙ୍କ ପୋଷ୍ଟମର୍ଟମ […]

Samaya Live Picture
Published On

ରାଉରକେଲା : ଉଦିତନଗର ଥାନା ASI ଆଲିଶା ଲୁଗୁନଙ୍କ ମୃତ୍ୟୁ ଘଟଣା I ପ୍ରେସ ମିଟ କରି ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ପରିବାର। ଏଥିରେ ପୋଲିସ ତଦନ୍ତରେ ପ୍ରଶ୍ନ ଉଠାଇବା ସହ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ପରିବାର । ଆଲିଶାଙ୍କ ମୃତ୍ୟୁକୁ ନେଇ ଏସପି ମିତ୍ରଭାନୁ ମହାପାତ୍ରଙ୍କ ମନ୍ତବ୍ୟକୁ ସେ ଗ୍ରହଣ କରି ପାରିନାହାନ୍ତି । ଏକ୍ସାଇଟେଡ ଡେଲିରିୟମରେ ମୃତ୍ୟୁ ହୋଇଥିବା ଏସପି କହିବା ଦୁର୍ଭାଗ୍ୟଜନକ । ଆଲିଶା ଲୁଗୁନଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଗ୍ରହଣ କରୁନୁ । ଏହାର ସିବିଆଇ ତଦନ୍ତ ପାଇଁ ଆଲିଶାଙ୍କ ସ୍ୱାମୀ ଦାବି କରିଛନ୍ତି ।

ଆଲିଶାଙ୍କ ମୃତ୍ୟୁ କୌଣସି ଆକ୍ରମଣ ପାଇଁ ହୋଇନି କିମ୍ବା ତାଙ୍କ ଦେହରେ ସେଭଳି କୌଣସି ଆକ୍ରମଣର ଚିହ୍ନବର୍ଣ୍ଣ ବି ନାହିଁ। ବରଂ ତାଙ୍କ ଶରୀରର ଅତ୍ୟଧିକ ହରମୋନ୍ କ୍ଷରଣ ଯୋଗୁ ନିଃଶ୍ୱାସ ପ୍ରଶ୍ୱାସରେ ତାଙ୍କର ସମସ୍ୟା ଦେଖାଦେଇଥିଲା । ଏବଂ ମେଡ଼ିକାଲ୍ ନେବା ଭିତରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା କହିଥିଲେ ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର ।

ସୂଚନାଯୋଗ୍ୟ ଅକ୍ଟୋବର ୧ ତାରିଖ ସନ୍ଧ୍ୟାରେ ରାଉରକେଲା ମହାନଗର ନିଗମ ନିକଟ ରିଙ୍ଗ୍ ରୋଡ୍‌ରେ ଏକ ଦୁର୍ଘଟଣା ଘଟିଥିଲା । ତେଣୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଉଦିତ ନିଗର ଥାନା ASI ଆଲିଶା ଲୁଗୁନ ଘଟଣାସ୍ଥଳକୁ ଯାଇଥିଲେ । ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ଏହି ଘଟଣାପରେ ଆଲିଶାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ।

Tags: