ନିଲମ୍ବିତ ହେବେ ଗିରଫ ୬ ବନ କର୍ମଚାରୀ
ଭୁବନେଶ୍ୱର : ବନ ବିଭାଗ ହେପାଜତରେ ଧନେଶ୍ୱର ବେହେରା ମୃତ୍ୟୁ ମାମଲା I ନିଲମ୍ବିତ ହେବେ ଗିରଫ ହୋଇଥିବା ୬ ଜଣ ବନ କର୍ମଚାରୀ I ରେଞ୍ଜରଙ୍କ ବ୍ୟତୀତ ଅନ୍ୟ ସମସ୍ତ ଅଭିଯୁକ୍ତ ନିଲମ୍ବନ ହେବେ ବୋଲି ଜଣାପଡିଛି । ବିଭାଗୀୟ ନିୟମ ଅନୁସାରେ ଗିରଫ ହେବାର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କୁ ନିଲମ୍ବନ କରାଯିବ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) ଦେବୀଦତ୍ତ ବିଶ୍ୱାଳ। ତେବେ ରେଞ୍ଜରଙ୍କ ନିଲମ୍ବନ ନିର୍ଦ୍ଦେଶ ପାଇଁ ଡିଏଫଓ […]
ଭୁବନେଶ୍ୱର : ବନ ବିଭାଗ ହେପାଜତରେ ଧନେଶ୍ୱର ବେହେରା ମୃତ୍ୟୁ ମାମଲା I ନିଲମ୍ବିତ ହେବେ ଗିରଫ ହୋଇଥିବା ୬ ଜଣ ବନ କର୍ମଚାରୀ I ରେଞ୍ଜରଙ୍କ ବ୍ୟତୀତ ଅନ୍ୟ ସମସ୍ତ ଅଭିଯୁକ୍ତ ନିଲମ୍ବନ ହେବେ ବୋଲି ଜଣାପଡିଛି । ବିଭାଗୀୟ ନିୟମ ଅନୁସାରେ ଗିରଫ ହେବାର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କୁ ନିଲମ୍ବନ କରାଯିବ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) ଦେବୀଦତ୍ତ ବିଶ୍ୱାଳ। ତେବେ ରେଞ୍ଜରଙ୍କ ନିଲମ୍ବନ ନିର୍ଦ୍ଦେଶ ପାଇଁ ଡିଏଫଓ ବନବିଭାଗ ମୁଖ୍ୟାଳୟକୁ ସୁପାରିଶ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ସୂଚନାନୁସାରେ,ଗତକାଲି ବଡମ୍ବା ରେଞ୍ଜର ସୁବ୍ରତ ବେହେରାଙ୍କ ସମେତ ୬ଜଣ ବନ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ଼ଥିଲା। ହାତୀ ଶିକାର ଓ ଦାନ୍ତ ଚୋରି ଅଭିଯୋଗରେ ଗତ ୫ ତାରିଖ ରାତିରେ ବଡମ୍ବା ସାତଗୋଛିଆ ଗାଁର ଧନେଶ୍ଵର ବେହେରା (୫୯)ଙ୍କ ସହ ଅନ୍ୟ ୩ ଜଣଙ୍କୁ ଉଠାଇଆଣିଥିଲା ବନ ବିଭାଗ ଟିମ୍। କିଛି ଦିନ ପରେ ହେପାଜତରେ ଧନେଶ୍ୱର ବେହେରାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । ଅତ୍ୟଧିକ ଶାରୀରିକ ନିର୍ଯ୍ୟାତନା ଯୋଗୁଁ ଧନେଶ୍ୱରଙ୍କ ମୃତ୍ୟୁ ହୋଇଥିଲା ବୋଲି ପରିବାର ପକ୍ଷରୁ ବଡମ୍ବା ଥାନାରେ ଅଭିଯୋଗ ହୋଇଥିଲା। ଧନେଶ୍ୱରଙ୍କୁ ବନ କର୍ମଚାରୀମାନେ ପିଟି ପିଟି ମାରି ଦେଇଥିବା ପ୍ରତିବାଦରେ ଗାଁ ଲୋକେ ୬୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା ।
ଏହି ଘଟଣାରେ ପୁଲିସ ୧୪ଜଣ ବନ ବିଭାଗ ଅଧିକାରୀଙ୍କୁ ଆଠଗଡ଼ ଥାନାରେ ଅଟକ ରଖିଥିଲା । ଏହାସହ ଡିଏଫଓ, ରେଞ୍ଜର, ଏସିଏଫଙ୍କ ନାଁରେ ୩୦୨ ଦଫାରେ ମାମଲା ରୁଜୁ ହୋଇଥିବା ସୂଚନା ଦେଇଥିଲେ କଟକ ଗ୍ରାମାଞ୍ଚଳ ଏସପି। ଗତକାଲି ପ୍ରାଥମିକ ପର୍ଯ୍ୟାୟରେ ସମ୍ପୃକ୍ତ ମାମଲାରେ ବଡମ୍ବା ରେଞ୍ଜର ସୁବ୍ରତ ବେହେରାଙ୍କ ସମେତ ଫରେଷ୍ଟର ମନୋଜ ଦାସ, ଦୀପକ ସେଠୀ, ଫରେଷ୍ଟ ଗାର୍ଡ ସୁନାୟକ ମାଝୀ, କୁନା ବେହେରା ଓ ପ୍ରଭାତ ପ୍ରଧାନ ଗିରଫଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆଠଗଡ଼ ଏସ୍ଡିପିଓ ବିଜୟ କୁମାର ବିଶି ସୂଚନା ଦେଇଥିଲେ।ପରେ ଏହି ଘଟଣାରେ ରେଞ୍ଜରଙ୍କ ସମେତ ବନ ବିଭାଗର ୬ ଜଣ କର୍ମଚାରୀଙ୍କୁ ପୁଲିସ ଗିରଫ କରିଥିଲା ।
ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ବଡ଼ମ୍ବା ଏବଂ ହିନ୍ଦୋଳ ସଂରକ୍ଷିତ ଜଙ୍ଗଲର ସୀମାବର୍ତ୍ତୀ ଅଞ୍ଚଳରୁ ଏକ ଗଳିତ ଗୁଳିବିଦ୍ଧ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ହାତୀ ଦାନ୍ତ ରାକେଟ ମାମଲାରେ ମୃତ୍ୟୁ ହୋଇଥିବା ଧନେଶ୍ୱରଙ୍କ ନାମରେ ପୂର୍ବରୁ ଅନେକ ମାମଲା ରହିଛି। କିନ୍ତୁ ଉପରୋକ୍ତ ଘଟଣାରେ ତାର ସମ୍ପୃକ୍ତି ଥିଲା ନା ନାହିଁ ଅନ୍ୟ ଅଧିକାରୀ ତଦନ୍ତ କରିବେ ବୋଲି ପିସିସିଏଫ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି। ବନ ବିଭାଗ ହେପାଜତରେ ଜଣେ ଅଭିଯୁକ୍ତର ମୃତ୍ୟୁ ଘଟଣା ଅତ୍ୟନ୍ତ ଦୁଃଖଦାୟକ ବୋଲି ସେ କହିବା ସହିତ ଏହି ଘଟଣାର ତଦନ୍ତ ପାଇଁ କ ଜଣେ ଅଧିକାରୀଙ୍କୁ ଆଠଗଡ଼ ପଠା ଯାଇଛି। ଆଜି ଭିତରେ ସେ ରିପୋର୍ଟ ଦେବାକୁ ନିର୍ଦେଶ ରହିଛି I ଅଭିଯୁକ୍ତଙ୍କର ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି।ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ପିସିସିଏଫ କଟକ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି I ଯଦି ଧନେଶ୍ୱରର ମୃତ୍ୟୁ ଥାର୍ଡ଼ ଡିଗ୍ରୀ ଜନିତ ହୋଇଥାଏ ,ତା’ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।




