ଗିରଫ ହେଲେ କୋଟିପତି ଆରଟିଓ
ବୌଦ୍ଧ : ଗିରଫ ହେଲେ କୁବେର ଆରଟିଓ ବସନ୍ତ କୁମାର ମହାପାତ୍ର I ଆୟାବହିର୍ଭୁତ ସମ୍ପତି ଠୁଳ ଆଭିଯୋଗରେ ଶୁକ୍ରବାର ଓଡିଶା ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ବସନ୍ତଙ୍କ ସମ୍ପତ୍ତି ଉପରେ କରାଯାଇଥିବା ତଦନ୍ତକୁ ଭିତ୍ତି କରି ଭୁବନେଶ୍ୱରରେ ୨ ଟି ଉଚ୍ଚ ମୂଲ୍ୟର ଫ୍ଲାଟ ଏବଂ ଦୁଇଟି କମର୍ସିଆଲ ସପିଂ ଆଉଟଲେଟ୍ ସହିତ ଅପାରଗ ସମ୍ପତ୍ତି ଭିଜିଲାନ୍ସ ଠାବ କରିଛି। ଭୁବନେଶ୍ୱର ଠାରୁ ବେଙ୍ଗାଳୁରୁ ପର୍ଯ୍ୟନ୍ତ ଲମ୍ବିଚି ଆରଟିଓଙ୍କ ସମ୍ପତ୍ତିର ଚେର I ଆରଟିଓ ଙ୍କର […]
ବୌଦ୍ଧ : ଗିରଫ ହେଲେ କୁବେର ଆରଟିଓ ବସନ୍ତ କୁମାର ମହାପାତ୍ର I ଆୟାବହିର୍ଭୁତ ସମ୍ପତି ଠୁଳ ଆଭିଯୋଗରେ ଶୁକ୍ରବାର ଓଡିଶା ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ବସନ୍ତଙ୍କ ସମ୍ପତ୍ତି ଉପରେ କରାଯାଇଥିବା ତଦନ୍ତକୁ ଭିତ୍ତି କରି ଭୁବନେଶ୍ୱରରେ ୨ ଟି ଉଚ୍ଚ ମୂଲ୍ୟର ଫ୍ଲାଟ ଏବଂ ଦୁଇଟି କମର୍ସିଆଲ ସପିଂ ଆଉଟଲେଟ୍ ସହିତ ଅପାରଗ ସମ୍ପତ୍ତି ଭିଜିଲାନ୍ସ ଠାବ କରିଛି। ଭୁବନେଶ୍ୱର ଠାରୁ ବେଙ୍ଗାଳୁରୁ ପର୍ଯ୍ୟନ୍ତ ଲମ୍ବିଚି ଆରଟିଓଙ୍କ ସମ୍ପତ୍ତିର ଚେର I
ଆରଟିଓ ଙ୍କର ସ୍ଥାବର ସମ୍ପତ୍ତି ର ମୂଲ୍ୟ ୧୪ କୋଟି ଟଙ୍କା ହୋଇଥିବାବେଳେ ଜବତ ହୋଇଥିବା ସୁନା ରୂପା ତଥା ଚାରି ଚକିଆ ଗାଡି,ଆସବାବ ପତ୍ର ବ୍ୟାଙ୍କ ଇନ୍ସୁରାନ୍ସ,ବଣ୍ଡ ଆଦି ର ମୂଲ୍ୟ ସାଢେ ୪ କୋଟି ଟଙ୍କା ହେବ ବୋଲି ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଛି I ତେବେ ଏସବୁର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସର ଟେକ୍ନିକାଲ୍ ଓ୍ବିଙ୍ଗ୍ ଅଧିକ ଯାଞ୍ଚ କରୁଛି। ଏଥିସହ ବସନ୍ତଙ୍କ ଘରୁ ନଗଦ ୧ ଲକ୍ଷ ୧୬ ହଜାର ଟଙ୍କା ଜବତ କରାଯାଇଛି ।
ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱର ପାହାଳସ୍ଥିତ ଉତ୍କଳ ସିଗ୍ନେଚରର ତୃତୀୟ ମହଲାରେ ୩ ହଜାର ବର୍ଗଫୁଟ ବିଶିଷ୍ଟ ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଏକ ଫ୍ଲାଟ୍ (ନଂ.୩୦୭), ଭୁବନେଶ୍ୱର କଳ୍ପନା ଛକସ୍ଥିତ ଉତ୍କଳ କନିକା ଗାଲେରିଆରେ ଏଗ୍ରିମେଣ୍ଟ୍ ଅନୁଯାୟୀ ୨ କୋଟି ଟଙ୍କାର ଦୁଇଟି କମର୍ସିଆଲ୍ ଶପିଂ କମ୍ପ୍ଲେକ୍ସ (ନଂ.୪,୫), କଳ୍ପନାଛକ ଉତ୍କଳ ରୟାଲ ରେସିଡେନ୍ସିର ୮ମ ମହଲାରେ ଏକ ୩ ବିଏଚ୍କେ ଫ୍ଲାଟ୍ (ନଂ,ବି/୮୩) ଠାବ ହୋଇଛି।
ସେହିପରି ବସନ୍ତ ଭୁବନେଶ୍ୱର କଳାରାହାଙ୍ଗସ୍ଥିତ ଜେଡ୍-୧ ଇଷ୍ଟେଟ୍ ଆଇକନିକ୍ ଟାୱାରର ବ୍ଲକ୍-୪ରେ ଥିବା ୫ ବିଏଚ୍କେ ଫ୍ଲାଟ୍ (ନଂ.୨୫୦୪) କିଣିବାକୁ ଅଗ୍ରିମ ୧.୩୫ କୋଟି ଏବଂ ବେଙ୍ଗାଲୁରୁ ସିଟିସ୍ଥିତ ଓଜୋନ୍ ଏଲିଗାଣ୍ଟ୍ ଆପାର୍ଟମେଣ୍ଟରେ ଫ୍ଲାଟ୍ (ନଂ.ଏଫ୍-୧୦୦୨) କିଣିବାକୁ ୮୮ ଲକ୍ଷ ଟଙ୍କା ଦେଇଥିବା ଭିଜିଲାନ୍ସ ଟିମ୍ ପ୍ରମାଣ ପାଇଛି।




