ଏଟିଏମ ଲୁଟ୍ ଘଟଣା ପର୍ଦ୍ଦାଫାଶ, ୬ ଗିରଫ

ଭୁବନେଶ୍ୱର: ଚଳିତ ବର୍ଷ ଜାନୁଆରୀ ମାସରେ ଭୁବନେଶ୍ୱରର ଶ୍ରୀରାମ ନଗରରେ ଏକ ଏଟିଏମ୍ ଲୁଟ ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଜାନୁଆରୀ ୨୪ ତାରିଖ ଭୋର ସମୟରେ ଶ୍ରୀ ଲିଙ୍ଗରାଜ ଥାନା ଅଧୀନସ୍ଥ ଶ୍ରୀରାମ ନଗରରେ ଥିବା ଏସବିଆଇ ଏଟିଏମରୁ କିଛି ଦୁର୍ବୃତ୍ତ ଚୋରି କରିଥିଲେ। ଅଭିଯୁକ୍ତମାନେ ନଗଦ ଟଙ୍କା ସହ ପୂରା ମେସିନକୁ ନେଇ ଯାଇଥିଲେ। ନଗଦ ଟଙ୍କା ସହିତ ଏଟିଏମ୍ ଉପକରଣର ମୂଲ୍ୟକୁ ମିଶାଇ ବ୍ୟାଙ୍କର ପ୍ରାୟ ମୋଟ […]

Samaya Live Picture
Published On

ଭୁବନେଶ୍ୱର: ଚଳିତ ବର୍ଷ ଜାନୁଆରୀ ମାସରେ ଭୁବନେଶ୍ୱରର ଶ୍ରୀରାମ ନଗରରେ ଏକ ଏଟିଏମ୍ ଲୁଟ ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଜାନୁଆରୀ ୨୪ ତାରିଖ ଭୋର ସମୟରେ ଶ୍ରୀ ଲିଙ୍ଗରାଜ ଥାନା ଅଧୀନସ୍ଥ ଶ୍ରୀରାମ ନଗରରେ ଥିବା ଏସବିଆଇ ଏଟିଏମରୁ କିଛି ଦୁର୍ବୃତ୍ତ ଚୋରି କରିଥିଲେ। ଅଭିଯୁକ୍ତମାନେ ନଗଦ ଟଙ୍କା ସହ ପୂରା ମେସିନକୁ ନେଇ ଯାଇଥିଲେ।

ନଗଦ ଟଙ୍କା ସହିତ ଏଟିଏମ୍ ଉପକରଣର ମୂଲ୍ୟକୁ ମିଶାଇ ବ୍ୟାଙ୍କର ପ୍ରାୟ ମୋଟ କ୍ଷତି ୨୩,୪୭,୭୦୦ ଟଙ୍କା ହୋଇଥିବା ପୋଲିସ ସୁତ୍ରରୁ ପ୍ରକାଶ।

Tags: