ବନ୍ଧା ହେଲେ ଗାଇସିଲେଟ ଥାନାଧିକାରୀ

ବରଗଡ଼ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ କୋଟିପତି ଥାନାବାବୁ I ବରଗଡ଼ ଜିଲ୍ଲା ଗାଇସିଲେଟ ଥାନାଧିକାରୀ ବୀରବର ଭଗତଙ୍କୁ ଗିରଫ କରିଛି ସମ୍ବଲପୁର ଭିଜିଲାନ୍ସ I ସେ ତାଙ୍କ ଆୟ ଠାରୁ ୧୭୯% ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ଯାଞ୍ଚ ବେଳେ ଜଣାପଡ଼ିଛି I ସୂଚନାନୁସାରେ ମେ ମାସ ୨୨ ତାରିଖ ସୋମବାର ଦିନ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବୀରବର ଭଗତଙ୍କ ଅଫିସ ଓ ବାସଭବନ ସମେତ […]

Samaya Live Picture
Published On

ବରଗଡ଼ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ କୋଟିପତି ଥାନାବାବୁ I ବରଗଡ଼ ଜିଲ୍ଲା ଗାଇସିଲେଟ ଥାନାଧିକାରୀ ବୀରବର ଭଗତଙ୍କୁ ଗିରଫ କରିଛି ସମ୍ବଲପୁର ଭିଜିଲାନ୍ସ I ସେ ତାଙ୍କ ଆୟ ଠାରୁ ୧୭୯% ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ଯାଞ୍ଚ ବେଳେ ଜଣାପଡ଼ିଛି I

ସୂଚନାନୁସାରେ ମେ ମାସ ୨୨ ତାରିଖ ସୋମବାର ଦିନ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବୀରବର ଭଗତଙ୍କ ଅଫିସ ଓ ବାସଭବନ ସମେତ ଚାରୋଟି ଜାଗାରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଏହି ସମୟରେ ଥାନା ଅଧିକାରୀ ଭଗତଙ୍କ ବହୁ ବ୍ୟାଙ୍କ ପାସବୁକ, ସ୍ଥାୟୀ ଜମା/ବ୍ୟାଙ୍କଜମା/ବୀମା ସମ୍ପର୍କିିତ ବହୁ କାଗଜପତ୍ର ଜବତ କରି ତନାଘନା ଜାରୀ ରଖିଥିଲା ।

ସୋମବାର ସକାଳୁ ମଙ୍ଗଳବାର ଅପରାହ୍ନଯାଏଁ ଚାଲିଥିବା କାଗଜପତ୍ର ଏବଂ ମିଳିଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ ଓ ମୂଲ୍ୟାୟନ ପରେ ଗାଇସିଲେଟ ଥାନାଧିକାରୀ ବର୍ତ୍ତମାନ ସୁଦ୍ଧା କରିଥିବା ତାଙ୍କର ମୋଟ ଆୟଠାରୁ ୧୭୯% ଅଧିକ ଟଙ୍କାର ସମ୍ପତ୍ତିର ମାଲିକ ଥିବା ଜଣା ପପଡିଛି I ଏଥିରେ ତାଙ୍କର କବରପାଲିରେ ରହିଛି ୨୧ ଲକ୍ଷ ଟଙ୍କାର ଫାର୍ମ ହାଉସ । ସମ୍ବଲପୁର, ବଣେଇ, ସୁନ୍ଦରଗଡ଼ରେ ରହିଛି ୧୦ଟି ପ୍ଲଟ I ଏହାବାଦ ବ୍ୟାଙ୍କ ଓ ବୀମା ଜମା ବାବଦକୁ ତାଙ୍କର ୧୬.୬୮ ଲକ୍ଷ ଟଙ୍କା ଅଛି। ତାଙ୍କ ଠାରୁ ୧୬୬ ଗ୍ରାମ ସୁନାଗହଣା ଓ ନଗଦ ୭୯ ହଜାର ୪୬୦ ଟଙ୍କା ଜବତ କରାଯାଇଛି। ତାଙ୍କର ଦୁଇଟି ଚାରି ଚକିଆ ଗାଡ଼ି ରହିଛି, ଯାହାର ମୂଲ୍ୟ ୧୩ ଲକ୍ଷ ୬୫ ହଜାର ଟଙ୍କା। ସେହିପରି ତାଙ୍କର ୨ଟି ଦୁଇ ଚକିଆ ଗାଡ଼ି ଓ ଘରକରଣା ଜିନିଷର ମୂଲ୍ୟ ୯.୪୧ ଲକ୍ଷ ଟଙ୍କା ହିସାବ କରାଯାଇଛି। ଏହା ସେ ତାଙ୍କ ଆୟ ଠାରୁ ୧୭୯% ଅଧିକ ହେବ ବୋଲି ଭିଜିଲାନ୍ସ ଯାଞ୍ଚ ବେଳେ ଜଣାପଡ଼ିଛି I ଏହାପରେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିଲା I

ଗିରଫ ଥାନାଧିକାରୀ ବୀରବର ଭଗତଙ୍କୁ ଆଜି ସମ୍ବଲପୁର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ସମ୍ବଲପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି ।

Tags: