ଭାରିଯାନ ଗାଡ଼ିରୁ ବେଆଇନ ଭାବେ ଟଙ୍କା ଆଦାୟ ଅଭିଯୋଗରେ ୫ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର-ଗୋଳନ୍ଥରା ଥାନା ଅନ୍ତର୍ଗତ ଗିରିସୋଲା ଅଞ୍ଚଳରୁ ଭାରିଯାନ ଗାଡ଼ିରୁ ବେଆଇନ ଭାବେ ଟଙ୍କା ଆଦାୟ ଅଭିଯୋଗରେ ୫ ଗିରଫ। ୫ ଗିରଫଙ୍କ ମଧ୍ୟରେ ଅଛନ୍ତି ଜଣେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ, କନିଷ୍ଠ ମୋଟରଯାନ ନୀରିକ୍ଷକଙ୍କ ସହ ତିନି ଦଲାଲ। ଗିରଫ ଅଭିଯୁକ୍ତ ମାନେ ହେଲେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ କେ.ଭେଙ୍କେଟେସ ରାଓ, କନିଷ୍ଠ ମୋଟରଯାନ ନୀରିକ୍ଷକ ରତିକାନ୍ତ ନାୟକ, ଦଲାଲ ଭରତ କୁମାର ସାହୁ, ରବିନ୍ଦ୍ର ସାହୁ ଓ ବି. ବିଜୟ କୁମାର। […]

Samaya Live Picture
Published On

ବ୍ରହ୍ମପୁର: ବ୍ରହ୍ମପୁର-ଗୋଳନ୍ଥରା ଥାନା ଅନ୍ତର୍ଗତ ଗିରିସୋଲା ଅଞ୍ଚଳରୁ ଭାରିଯାନ ଗାଡ଼ିରୁ ବେଆଇନ ଭାବେ ଟଙ୍କା ଆଦାୟ ଅଭିଯୋଗରେ ୫ ଗିରଫ। ୫ ଗିରଫଙ୍କ ମଧ୍ୟରେ ଅଛନ୍ତି ଜଣେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ, କନିଷ୍ଠ ମୋଟରଯାନ ନୀରିକ୍ଷକଙ୍କ ସହ ତିନି ଦଲାଲ। ଗିରଫ ଅଭିଯୁକ୍ତ ମାନେ ହେଲେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ କେ.ଭେଙ୍କେଟେସ ରାଓ, କନିଷ୍ଠ ମୋଟରଯାନ ନୀରିକ୍ଷକ ରତିକାନ୍ତ ନାୟକ, ଦଲାଲ ଭରତ କୁମାର ସାହୁ, ରବିନ୍ଦ୍ର ସାହୁ ଓ ବି. ବିଜୟ କୁମାର। ଗତ ୨୦୨୨ ମସିହାରୁ ବେଆଇନ ଭାବେ ଜାତୀୟ ରାଜପଥରେ ବିଭିନ୍ନ ଗାଡ଼ିକୁ ଅଟକାଇ ଟଙ୍କା ଆଦାୟ କରୁଥିଲେ।

ଗୋଟିଏ ଗାଡ଼ି ପିଛା ୭୦୦ରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଥିଲେ ଦଲାଲ ମାନେ। ବେଆଇନ ଭାବେ ଆଦାୟ ହୋଇଥିବା ଟଙ୍କାକୁ ଦଲାଲ ଓ ଅଧିକାରୀ ମାନଙ୍କ ମଧ୍ୟରେ ହେଉଥିଲା ଭାଗବଣ୍ଟା । ଟଙ୍କା ନେଣଦେଣ ସହ ଗାଡ଼ିର ସମସ୍ତ ତଥ୍ୟା ୱାଟସଆପ ଯୋଗେ ଅପଡେଟ କରୁଥିଲେ । ଗିରଫ ଏଆରଟିଙ୍କ ଘରେ ଗୋଳନ୍ଥରା ଥାନା ପୋଲିସ ପକ୍ଷରୁ ଚଢ଼ାଉ କରି ନଗଦ ୮୨ ହଜାର ୫୦୦ ଟଙ୍କା ଜବତ କରାଯାଇଛି । ଘଟଣାକୁ ନେଇ ତଦନ୍ତ ଜାରି ଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଡ଼ା ଶ୍ରବଣା ବିବେକ ଏମ ।

Tags: