ଭିଜିଲାନ୍ସ ଜାଲରେ ଏଆରଆଇ

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ARI। ଖୋର୍ଦ୍ଧା ଜିଲ୍ଲା ସୋରଣ ରାଜସ୍ୱ ସର୍କଲର ଏଆରଆଇ କୈଳାସ ଚନ୍ଦ୍ର ବେହେରାଙ୍କୁ ଧରିଲା ଭିଜିଲାନ୍ସ। ଜଣେ ଭୂମିହୀନ ଗରିବ ଲୋକଙ୍କୁ ଜାଗା ପ୍ରଦାନ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କୈଳାସ । ବସୁନ୍ଧରା ଯୋଜନାରେ ଜାଗା ପ୍ରଦାନ ପାଇଁ ଲାଞ୍ଚ ନେଉଥିଲେ । ୨୦ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି । ଲାଞ୍ଚ ଧରାପଡ଼ିବା ପରେ ତାଙ୍କର ଦୁଇଟି ସ୍ଥାନରେ ରେଡ୍ ଚାଲିଛି। ଖୋର୍ଦ୍ଧା ଭିଜେଲାନ୍ସ DSP […]

Samaya Live Picture
Published On

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ARI। ଖୋର୍ଦ୍ଧା ଜିଲ୍ଲା ସୋରଣ ରାଜସ୍ୱ ସର୍କଲର ଏଆରଆଇ କୈଳାସ ଚନ୍ଦ୍ର ବେହେରାଙ୍କୁ ଧରିଲା ଭିଜିଲାନ୍ସ। ଜଣେ ଭୂମିହୀନ ଗରିବ ଲୋକଙ୍କୁ ଜାଗା ପ୍ରଦାନ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କୈଳାସ । ବସୁନ୍ଧରା ଯୋଜନାରେ ଜାଗା ପ୍ରଦାନ ପାଇଁ ଲାଞ୍ଚ ନେଉଥିଲେ । ୨୦ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି । ଲାଞ୍ଚ ଧରାପଡ଼ିବା ପରେ ତାଙ୍କର ଦୁଇଟି ସ୍ଥାନରେ ରେଡ୍ ଚାଲିଛି। ଖୋର୍ଦ୍ଧା ଭିଜେଲାନ୍ସ DSP ଚନ୍ଦ୍ରକଳା ଜେନାଙ୍କ ନେତୃତ୍ୱରେ ଏହ ଚଢାଉ ହୋଇଥିଲା। ଏହାସହ କୈଳାସଙ୍କ ଶ୍ୱଶୁର ଘର ହାଟ ବରଡ଼ିରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ। ବହୁ ଆପତ୍ତି ଜନକ କାଗଜପତ୍ର ଜବତ କରିବାସହ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ।

Tags: